ମାନସିକ ରୋଗୀ ପାଇଲେ ନୂଆ ଜୀବନ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଏବଂ ଗଞ୍ଜାମ ଜିଲା ମାନସିକ ସ୍ବାସ୍ଥ୍ୟ ଟିମ୍‌ର ମିଳିତ ପ୍ରଚେଷ୍ଟା ଯୋଗୁ ଜଣେ ମାନସିକ ଦିବ୍ୟାଙ୍ଗ ରୋଗୀ ସୁସ୍ଥ ହୋଇଛନ୍ତି। ସେ ହେଲେ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କଇଥପୋଲି ହରିଜନ ସାହିର ପ୍ରଭାସିନୀ ନାଇକ। ସେ ମାନସିକ ରୋଗରୁ ଆରୋଗ୍ୟ ଲାଭ କରିଥିବାବେଳେ ତାଙ୍କ ଝିଅ ବର୍ଷା (୧୭ ବର୍ଷ)ଙ୍କୁ ପାଠପଢ଼ା ପାଇଁ ସରକାରୀ ସହାୟତା ମିଳିଥିବା ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଭାସିନୀ ମାନସିକ ରୋଗଗ୍ରସ୍ତ ହୋଇପଡ଼ିଥିଲେ। ତେଣୁ ନାବାଳିକା ଝିଅ ବର୍ଷାଙ୍କୁ ଘରର ସବୁ କାମଧନ୍ଦା ସହ ଖାଦ୍ୟ ଯୋଗାଡ଼, ମା’ଙ୍କର ଯତ୍ନ ଆଦି ସମସ୍ତ ଦାୟିତ୍ୱ ସମ୍ଭାଳିବାକୁ ପଡୁଥିଲା। ଆର୍ଥିକ ଦୁରବସ୍ଥା ମଧ୍ୟ ଆଉ ଏକ ବାଧକ ଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଏସ୍‌କେୱାଇ ଟିମ୍‌ ମିଶନ ମୋଡରେ କାମ ଆରମ୍ଭ କରିଥିଲା। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ, ଗଞ୍ଜାମ ଜିଲା ମାନସିକ ସ୍ବାସ୍ଥ୍ୟ ଟିମ୍‌ ଓ ବେଲଗୁଣ୍ଠା କମ୍ୟୁନିଟି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦଳଗତ ଉଦ୍ୟମ ଆରମ୍ଭ ହୋଇଥିଲା।
ପ୍ରଭାସିନୀ ରହୁଥିବା ଗ୍ରାମରେ ପହଞ୍ଚତ୍ ଏହି ମିଳିତ ଟିମ ସ୍ଥାନୀୟ ଜନପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହାୟତାରେ ପ୍ରଭାସିନୀଙ୍କ ପରିବାର ସହ ଆଲୋଚନା କରିଥିଲା। ପରିବାରର ପୂର୍ଣ୍ଣ ସହମତିରେ ପ୍ରଭାସିନୀଙ୍କୁ ଗତ ଫେବୃୟାରୀ ୧୬ରେ ସ୍ବତନ୍ତ୍ର ଗାଡିରେ କମ୍ୟୁନିଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ସେଠାରେ ଆବଶ୍ୟକ ଚିକିତ୍ସା ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ଜିଲା ମାନସିକ ସ୍ବାସ୍ଥ୍ୟ ଓ ନିଶା ନିବାରଣ ଚିକିତ୍ସାଳୟକୁ ନିଆଯାଇ ଉନ୍ନତ ଚିକିତ୍ସା ଆରମ୍ଭ କରାଯାଇଥିଲା।
ବିଶେଷଜ୍ଞଙ୍କ ଦ୍ୱାରା ପଦ୍ଧତିଗତ ଚିକିତ୍ସା ଓ ନିରନ୍ତର ପର୍ଯ୍ୟବେକ୍ଷଣ ଯୋଗୁ ପ୍ରଭାସିନୀଙ୍କ ମାନସିକ ସ୍ଥିତିରେ ଦୃତ ଉନ୍ନତି ଆସିଥିଲା। ଶେଷରେ ଗୁରୁବାର ପ୍ରଭାସିନୀଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ଔଷଧ ଆଦି ତାଙ୍କୁ ମାଗଣାରେ ଯୋଗାଇ ଦିଆଯାଇଥିଲା। ଶୁକ୍ରବାର ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପ୍ରଭାସିନୀ ପ୍ରାୟ ସ୍ବାଭାବିକ ଜୀବନ ଆରମ୍ଭ କରୁଛନ୍ତି। ବିଏସ୍‌କେୱାଇ ଏବଂ ଜିଲା ମାନସିକ ସ୍ବାସ୍ଥ୍ୟ ଟିମ୍‌ ମଧ୍ୟ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ ବର୍ଷାଙ୍କୁ ଶିକ୍ଷା ବାବଦ ଜରୁରୀ ଖର୍ଚ୍ଚ ନିମନ୍ତେ ୫ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ‘ବୁକ ବ୍ୟାଙ୍କ’ରୁ ମାଗଣାରେ ତାଙ୍କୁ ବହି ଯୋଗାଇ ଦିଆଯାଇଛି। ବର୍ଷାଙ୍କ ଯୁକ୍ତ୨ ଶିକ୍ଷା ନିମନ୍ତେ ସମସ୍ତ ଫି’ ଛାଡ଼ କରିବା ପାଇଁ ଭଞ୍ଜନଗର ଉପଜିଲାପାଳ ସମ୍ପୃକ୍ତ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯାଇଥିବାବେଳେ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri