କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ

ପ୍ରତିବର୍ଷ ଅକ୍ଟୋବର ୧ରୁ ୮ ପର୍ଯ୍ୟନ୍ତ ବିଶ୍ୱ ମାନସିକ ସପ୍ତାହ ଭାବେ ପାଳନ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷର ବାର୍ତ୍ତା ରହିଛି ‘କର୍ମ କ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବାର ସମୟ ଆସିଛି’। ୧୯୯୨ରେ ପ୍ରଥମ ଥର ପାଇଁ ୱାଲର୍‌ଡ ଫେଡେରେଶନ ଫର ମେଣ୍ଟାଲ ହେଲ୍‌ଥ ଏହାକୁ ପାଳନ କରିଥିଲା। ବିଶ୍ୱବ୍ୟାପୀ ମାନସିକ ରୋଗ, ଏହାର ସଫଳ ଚିକିତ୍ସା ଏବଂ ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ସହାୟତା କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସରକାରୀ ତଥା ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱାରା ବିଶ୍ୱର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରରେ ବହୁ ସୂଚନାଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ଏକ ଆକଳନ ଅନୁସାରେ ବିଶ୍ୱ ଜନ ସମୁଦାୟର ୧୨ ପ୍ରତିଶତ ବା ୪୫୦ ମିଲିୟନ ଲୋକ ମାନସ ୨୦୨୩ ମସିହାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଉପରୋକ୍ତ ତଥ୍ୟ ଦର୍ଶାଇଥିଲା। ‘ହୁ’ର ସହାୟତାରେ ମିଳିତ ଜାତିସଂଘ ଏହାର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଭୂମିକା ନିଭାଇଆସୁଛି।
ମାନସିକ ରୋଗ ଏକ ଜଟିଳ ରୋଗ। ଏହି ରୋଗକୁ ଆରମ୍ଭରୁ କେହି ଜାଣିପାରନ୍ତି ନାହିଁ। ଏହା ଭୂତ ପ୍ରେତଙ୍କ ପ୍ରଭାବ ବା ତନ୍ତ୍ରର ପ୍ରଭାବ ବୋଲି ମନୁଷ୍ୟର ଧାରଣା ହୋଇଥାଏ। କେତେକ କ୍ଷେତ୍ରରେ ଏହା ପୂର୍ବଜନ୍ମର ଅଭିଶାପ ବା ଦୈବଦଣ୍ଡ ଭାବରେ କେହି କେହି ଭାବିଥାନ୍ତି। କେତେକ ବ୍ୟକ୍ତିଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖି ଲୋକମାନେ ଏହାକୁ ବିଶ୍ୱାସ କରିଥାନ୍ତି। ତେଣୁ ଅନେକ ଲୋକ ଦେବଦେବୀଙ୍କୁ ପୂଜା କରିବା ସହ ବଳି ଦେବା ଓ ଝଡ଼ାଫୁଙ୍କା ବି କରିଥାନ୍ତି। ମାତ୍ର ଆଜିର ଏହି ବିଜ୍ଞାନ ଯୁଗରେ ସମସ୍ତେ ଜାଣିବା ଉଚିତ ଯେ ମନୁଷ୍ୟ ଅତ୍ୟଧିକ ମାନସିକ ଚାପ ଯୋଗୁ ନାନା ଚିନ୍ତା ଓ ଅନ୍ୟାନ୍ୟ କାରଣ ଯୋଗୁ ମାନସିକ ଭାରସାମ ହରାଇଥାଏ। ପ୍ରତି ରୋଗ ପାଗଳାମି ନୁହେଁ, ତେଣୁ ଠିକ୍‌ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହି ରୋଗରୁ ଉପଶମ ମିଳିଥାଏ। ସବୁଠାରୁ ବଡ଼ କଥା ହେଉଛି ଏହି ମାନସିକ ଅବସାଦ ବା ବିଷାଦର ପ୍ରାଥମିକ ସମୟରେ ସେମାନଙ୍କ ନିଜ ଲୋକମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ତୁରନ୍ତ ପରାମର୍ଶ ଓ ଚିକିତ୍ସା ଆରମ୍ଭ କଲେ ଏହା ଅଧିକାଂଶ କ୍ଷେତ୍ରରେ ରୋଗୀଟି ପାଇଁ ଜୀବନ ଆରୋଗ୍ୟକାରୀ ହୋଇ ତାହାକୁ ରୋଗମୁକ୍ତ କରିପାରିଥାଏ। ସୁସ୍ଥ ଶରୀର ପାଇଁ ଯେପରି ଉପଯୁକ୍ତ ଖାଦ୍ୟ ଓ ଶାରୀରିକ ପରିଶ୍ରମ ଦରକାର ଠିକ୍‌ ସେହିପରି ସୁସ୍ଥ ମାନସିକ ଅବସ୍ଥା ଲାଗି ଉପଯୁକ୍ତ ପରିବେଶ, ପରିସ୍ଥିତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆବଶ୍ୟକ ହୋଇଥାଏ। ଯଦିଓ ମନୁଷ୍ୟର ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଘଟିବା, କ୍ରମାଗତ ଭାବେ ଅନିଦ୍ରା ରହିବା, ବିନା କାରଣରେ ଭୟଭୀତ ହେବା, କଥାବାର୍ତ୍ତା ଅସଂଲଗ୍ନ ହେବା, ନିଜର ଦୈନନ୍ଦିନ କାର୍ଯ୍ୟ ସୁଚାରୁରୂପେ ତୁଲାଇ ନ ପାରିବା, ଶୂନ୍ୟରୁ କେହି କହିଲା ପରି ନିଜକୁ ଶୁଭାଯିବା, କୌଣସି କାରଣ ନ ଥାଇ ରାଗିବାକୁ ପ୍ରାଥମିକ ସ୍ତରରେ ମାନସିକ ରୋଗର ସାଧାରଣ ଲକ୍ଷଣ ଭାବେ ବିଚାର କରାଯାଇଥାଏ। ମାନସିକ ରୋଗ ପାଇଁ ସେପରି କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଏ ଅନେକ ସମୟରେ ବ୍ୟକ୍ତି ନିଜର ସମାଜ, ପରିସ୍ଥିତି, ପରିବେଶ ସହିତ ଖାପଖୁଆଇ ଚଳି ନ ପାରିଲେ ମାନସିକ ଭାରସାମ୍ୟ ହରାଇଥାଏ, ଯାହାଦ୍ୱାରା ମାନସିକ ସ୍ଥିରତାରେ ଆଘାତ ଘଟିଥାଏ। ଫଳରେ ତା’ ଠାରେ ଏହି ରୋଗର କେତେକ ଲକ୍ଷଣ ପ୍ରକାଶ ପାଇଥାଏ। କେତେକ ସ୍ଥଳରେ ଦେଖାଯାଇଥାଏ ଯେ ମସ୍ତିଷ୍କରେ ଥିବା ଜୈବ ପଦାର୍ଥ ଯାହା କି ଡୋପାମିନ୍‌, ସିରୋଟୋନିନ୍‌ର ଅସନ୍ତୁଳତା ହେତୁ ମାନସିକ ରୋଗ ଦେଖାଦେଇଥାଏ। ମାନସିକ ରୋଗ ଅନେକ ସମୟରେ ବଂଶାନୁକ୍ରମିକ ହୋଇଥାଏ। ନିଜର ରକ୍ତସମ୍ପର୍କୀୟ ପରିବାର ମଧ୍ୟରେ କୌଣସି ଲୋକକୁ ଏ ରୋଗ ହୋଇଥିଲେ ଏହା ହେବାର ସମ୍ଭାବନା ଅଧିକ ଥାଏ।
ମାନସିକ ରୋଗୀଟିକୁ ଔଷଧ ଦ୍ୱାରା, ମନସ୍ତାତ୍ତ୍ୱିକ ଚିକିତ୍ସା ଦ୍ୱାରା, ବିଦ୍ୟୁତ୍‌ ଦ୍ୱାରା ଚିକିତ୍ସା କରାଯାଏ। ତେବେ ନିୟମିତ ଔଷଧ ନ ଖାଇଲେ ରୋଗଟି ସମ୍ପୂର୍ଣ୍ଣ ଭଲ ହୋଇ ନ ଥାଏ। ସେହିପରି ଏହି ଔଷଧ ଖାଇବା ସମୟରେ ଅନ୍ୟାନ୍ୟ ଶାରୀରିକ ରୋଗ ପାଇଁ ମଧ୍ୟ ରୋଗୀଟି ଔଷଧ ଖାଇ ପାରିବ। ଆଉ ଗୋଟିଏ କଥା ହେଉଛି ମାନସିକ ରୋଗରେ କେତେକ କ୍ଷେତ୍ରରେ ବିବାହ କରିବା ଉଚିତ ନୁହେଁ, ତେବେ ସ୍ଥଳବିଶେଷରେ ଉଭୟ କନ୍ୟା ଓ ବରପକ୍ଷଙ୍କ ଦ୍ୱାରା ଜାଣନ୍ତରେ ଚିକିତ୍ସଙ୍କ ସହିତ ପରାମର୍ଶ କରି ବିବାହ କରାଯିବା ଉଚିତ। ମାନସିକ ରୋଗୀଟିକୁ ନିୟମିତ ଔଷଧ ଦେବା ସହ ଶାରୀରିକ ପରିଶ୍ରମ କରାଇବା ଜରୁରୀ। ବଡ଼ କଥା ହେଉଛି ମାନସିକ ରୋଗୀମାନଙ୍କୁ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବ୍ୟବହାରଠାରୁ ଦୂରେଇବା ଉଚିତ। ମାନସିକ ରୋଗୀ ନିଜେ ବା ତା’ ପରିବାରର ଅତି ସମ୍ପର୍କୀୟ ବ୍ୟକ୍ତି ଚିକିତ୍ସା ସମୟରେ ରୋଗୀର ସମସ୍ତ ଗୋପନୀୟ ଘଟଣା ଚିକିତ୍ସକଙ୍କୁ ଜଣାଇବା ଉଚିତ। କାରଣ ଚିକିତ୍ସକ ଏହାକୁ ଗୋପନୀୟ ରଖି ରୋଗୀର ଚିକିତ୍ସା କରାଇଥାନ୍ତି। ମାନସିକ ରୋଗୀ ପ୍ରତି ସମସ୍ତଙ୍କର ସହାନୁଭୂତି, ସ୍ନେହ ଓ ଶ୍ରଦ୍ଧା ତଥା ଭଲ ପାଇବାର ଆବଶ୍ୟକତା ହେଉଛି ସବୁଠାରୁ ବଡ଼ ଚିକିତ୍ସା। ସମାଜରେ ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗର ହାତ ବଢ଼ିଲେ ଆମ ସମାଜରେ ଏହିପରି ମାନସିକ ବିଷାଦରେ ଭାରାକ୍ରାନ୍ତ ହୋଇଥିବା ଲୋକଟିର ମୁହଁରୁ ଚେନାଏ ହସ ଫୁଟିପାରିବ ଏହା ହିଁ ହେବ ଶ୍ରେଷ୍ଠ ମାନବିକତାର ଧର୍ମ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ
ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri