ଏଇ ଭାରତରେ

କେତେକେ ନିଜ ଘରେ ଆଣ୍ଠୁଆ ଗୋପାଳଙ୍କୁ ରଖି ପୂଜା କରନ୍ତି। କିନ୍ତୁ ଆଣ୍ଠୁଆ ଗୋପାଳ ସ୍କୁଲରେ ପାଠ ପଢ଼ିବା କଥା କେହି ହୁଏତ ଶୁଣି ନ ଥିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଗ୍ରାର ନୁରୀ ଦରବାଜ ଅଞ୍ଚଳରେ। ଏହି ଅଞ୍ଚଳର ଶିକ୍ଷୟିତ୍ରୀ ଅଳକା ସିଂହ ଘରେ ରଖିଥିବା ଆଣ୍ଠୁଆ ଗୋପାଳଙ୍କୁ ନିଜ ପୁଅ ଭାବି ସ୍କୁଲରେ ନାମ ଲେଖାଇଛନ୍ତି। ବାନ୍ଧବୀ ତାଙ୍କୁ ଯେଉଁ ଆଣ୍ଠୁଆ ଗୋପାଳ ଉପହାର ଦେଇଥିଲେ ତାଙ୍କୁ ସେ ପୁଅ ବୋଲି ଭାବି ନାମ କେଶବ ଦେଇଛନ୍ତି ଓ ପ୍ରତିବର୍ଷ ଜନ୍ମଦିନ ପାଳୁଛନ୍ତି। ଏପରିକି ପିଲାପ ଦାୟିତ୍ୱ ନେଲାପରି କେଶବଙ୍କ ସମସ୍ତ ନିତ୍ୟକର୍ମ ନିର୍ବାହ କରୁଛନ୍ତି। ଆଣ୍ଠୁଆ ଗୋପାଳ ଘରକୁ ଆସିବାର ୫ ବର୍ଷ ପରେ ଖଡ଼ିଛୁଆଁ ଓ ଏକ ନର୍ସରୀ ସ୍କୁଲରେ ଆଡ୍‌ମିଶନ ମଧ୍ୟ କରାଇଛନ୍ତି। ଖାଲି ଯେ ନାମ ଲେଖାଇଛନ୍ତି ତା ନୁହେଁ ସେ କେଶବଙ୍କ ପାଇଁ ବହି ଖାତା ଆଦି ସବୁ କିଣିଛନ୍ତି ଓ ତାଙ୍କ ହୋମ୍‌ୱାର୍କ କରାନ୍ତି, ପାଠ ବି ପଢାନ୍ତି। ଶୁଣିବାକୁ ଅଜବ ମନେ ହେଉଥିଲେ ବି ପ୍ରତିଦିନ ରୁଟିନ୍‌ ଭଳି ଅଳକା ଏସବୁ କରନ୍ତି। ତାଙ୍କ କହିବା ଅନୁସାରେ ପ୍ରତିଦିନ ରାତିରେ ଆଣ୍ଠୁଆ ଗୋପାଳ ସ୍ବପ୍ନରେ ଆସି ସବୁ ପାଠ ତାଙ୍କୁ ଶୁଣାଇଥାନ୍ତି। ଅଳକାଙ୍କର ଏଭଳି କୃଷ୍ଣ ଭକ୍ତି ନେଇ ଏବେ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

ଭାରତର ଡାଟା ସେଣ୍ଟର ପରିକଳ୍ପନାକୁ ବିପଦ ରୌଦ୍ରତାପ: ପ୍ରଶ୍ନ ଘେରରେ…

ନୂଆଦିଲ୍ଲୀ, ୨୩ା୫:ଭାରତ ଭଳି ଏକ କ୍ରମବର୍ଦ୍ଦିଷ୍ଣ ଅର୍ଥନୈତିକ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରର ସମ୍ପ୍ରସାରଣ କରାଯାଉଥିବାବେଳେ ଡିଜିଟାଲ ବ୍ୟବସ୍ଥାର ଭିତ୍ତିଭୂମି ବୃଦ୍ଧି ଦେଶକୁ ବିଭିନ୍ନ ଦିଗରେ ରୂପାନ୍ତରିତ କରିଛି।…

ବିଧାୟକ ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼: ତା’ପରେ ଘଟିଲା…

ତିଗିରିଆ,୨୩ା୫(ଜାଫର ଖାଁ): କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ…

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri