୯୮,୨୯୪ ବର୍ଗଫୁଟ୍‌ର ରିବନ୍‌ରେ ମାନସିକ ସ୍ବାସ୍ଥ୍ୟ ସଚେତନତା

ଯାଜପୁର ରୋଡ୍‌,୯ା୪(ଡି.ଏନ୍‌.ଏ.): ଯାଜପୁର ରୋଡ୍‌ର ବ୍ୟାସନଗର ଷ୍ଟାଡିୟମଠାରେ ଶନିବାର ମାନସିକ ସ୍ବାସ୍ଥ୍ୟ ସଚେତନତାକୁ ନେଇ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରାକ୍ଟ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରାକ୍ଟ କ୍ଳବ ବ୍ୟାସଭୂମି ଯାଜପୁର ରୋଡ୍‌ର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଛି। ମାନସିକ ସ୍ବାସ୍ଥ୍ୟ ଓ ଚାପ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ନିମନ୍ତେ ଲୋକମାନଙ୍କୁ ସଚେତନ ଏବଂ ସକାରାତ୍ମକ ବାର୍ତ୍ତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେରଣ କରାଯାଇଛି। ପୂର୍ବରୁ ମାନସିକ ସ୍ବାସ୍ଥ୍ୟ ସଚେତନତାକୁ ନେଇ ସ୍ପେନର ଏକ ସଂସ୍ଥା ୬୦,୫୦୦ ବର୍ଗଫୁଟ ରିବନ୍‌ ତିଆରି କରି ରେକର୍ଡ କରିଥିଲା। ଏହି ରେକର୍ଡକୁ ଭାଙ୍ଗି ରୋଟାରାକ୍ଟ କ୍ଲବ ଭୁବନେଶ୍ୱର ରୟାଲ ୯୮ ହଜାର ୨୯୪ ବର୍ଗଫୁଟ୍‌ର ସବୁଜ କପଡ଼ାରେ ଏକ ରିବନ୍‌ ଆକୃତି ତିଆରି କରି ଗ୍ଲୋବାଲ ରେକର୍ଡ ଓ ଏସିଆ ପାସିଫିକ୍‌ ରେକର୍ଡ ସୃଷ୍ଟି କରିଛି। ଏହି ରେକର୍ଡର ନିରୀକ୍ଷଣ ଓ ତଦାରଖ ପାଇଁ ଗ୍ଲୋବାଲ ରେକର୍ଡ ଆଣ୍ଡ ରେଫରେନ୍ସର ଏକ ଟିମ୍‌ ଆସିଥିଲେ। ସେମାନେ ସମସ୍ତ ପ୍ରକାରର ଗଣନା, ରିବନର ଦୈର୍ଘ୍ୟପ୍ରସ୍ଥର ହିସାବ କରିବା ପରେ ରୋଟାରାକ୍ଟ ରୟାଲ କ୍ଲବ ଗ୍ଲୋବାଲ ରେକର୍ଡ ଓ ଏସିଆ ପାସିଫିକ୍‌ ରେକର୍ଡ କରିଥିବା ଘୋଷଣା କରିଥିଲେ। ଏହାପରେ ରୋଟାରାକ୍ଟ ରୟାଲ କ୍ଲବକୁ ଉକ୍ତ ଟିମ୍‌ ୨ ରେକର୍ଡ ନିମନ୍ତେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଯାଜପୁର ରୋଡ୍‌ର ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ୯୮,୨୯୪ ବର୍ଗଫୁଟ କପଡ଼ାରେ ତିଆରି ରିବନ ଆକୃତିର ଚାରିପଟେ ଠିଆ ହୋଇଥିଲେ। ଏହି ଅବସରରେ ରୋଟାରାକ୍ଟ ୩୨୬୨ର ମୁଖ୍ୟ ଅଭିଳାଷ ବୋଇତାଇ, କାର୍ଯ୍ୟକ୍ରମର ଚେୟାରମ୍ୟାନ ଡା. ସତ୍ୟବ୍ରତ କର, ରୋଟାରୀ ୩୨୬୨ର ମୁଖ୍ୟ ପ୍ରଭୁଦ ସୁବୁଦ୍ଧି, ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେଶନର ମୁଖ୍ୟ ମନମୋହନ ରାୱାତ, ଜୟଶ୍ରୀ ବିଶ୍ୱାଳ, ସୋମ ଶାସ୍ତ୍ରୀ, ଗୁରୁବିନ୍ଦର ସିଂହ, ଅରୁଣ କୁମାର, ଅଭୟ ପତି ପ୍ରମୁଖ ଉପସ୍ଥିତ ଥିଲେ। ରୋଟାରୀ କ୍ଲବ ଭୁବନେଶ୍ୱର ରୟାଲ ଓ ରୋଟାରୀ କ୍ଲବ ଯାଜପୁର ରୋଡ୍‌ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଛି।
ସୁସ୍ଥ, ନିରାମୟ ଜୀବନଯାପନକୁ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ଲକ୍ଷ୍ୟ ନେଇ ମାନସିକ ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଥିବା ଅଭିଳାଷ ବୋଇତାଇ କହିଛନ୍ତି। ସେହିପରି ଚେୟାରମ୍ୟାନ କର କହିଛନ୍ତି ଯେ ଅବସାଦ, ବିଷାଦ ଆଦି ମାନସିକ ରୋଗ ନୁହେଁ, ତାହା ମାନସିକ ବିକାର। ଯୁବତୀଯୁବକଙ୍କ ମଧ୍ୟରେ ଏହା ଅଧିକ ଦେଖାଦେଉଛି। ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସହଯୋଗ ମାଧ୍ୟମରେ ମାନସିକ ଅସୁସ୍ଥତା, ବିଷାଦକୁ କମ୍‌ କରାଯାଇପାରିବ। ଆଗାମୀ ପିଢ଼ିକୁ ସଚେତନ କରିବା ଏବଂ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଅବସାଦରୁ ମୁକ୍ତି ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri