ଋତୁସ୍ରାବ ଛୁଟି

ସମ୍ପ୍ରତି କେରଳ ସରକାର ମହିଳାଙ୍କୁ ମାସିକ କିଛି ଦିନ ପାଉଣାଯୁକ୍ତ ଅବକାଶ ଦେବାର ବ୍ୟବସ୍ଥା ନିମନ୍ତେ ଯୋଜନା କରିଛନ୍ତି। ନାରୀକୁ ଅବଳା, ଦୁର୍ବଳା ବୋଲି ସମ୍ବୋଧନ କରାଗଲେ ମଧ୍ୟ ସେ ଯେଉଁ କାର୍ଯ୍ୟ କରିପାରେ ସେୟା ପୁରୁଷ ଏବଂ ତୃତୀୟ ଲିଙ୍ଗୀ ବ୍ୟକ୍ତି କରିପାରନ୍ତି ନାହିଁ। ନାରୀ କଷ୍ଟ ସହ ଜନ୍ମଦିଏ ଜୀବନକୁ, ଯିଏ ସାଜେ ଦେଶର ମାନବ ସମ୍ବଳ। ଆଉ ଏହି ସୃଜନ କର୍ମ ନିମନ୍ତେ ମାସିକ ଋତୁସ୍ରାବ ପ୍ରମୁଖ ଭୂମିକା ଗ୍ରହଣ କରେ। ଏହା ନାରୀକୁ ଗର୍ଭଧାରଣ ନିମନ୍ତେ ପ୍ରସ୍ତୁତ କରାଏ। ଋତୁସ୍ରାବ ସମୟରେ ଶାରୀରିକ ସୁସ୍ଥତା ତଥା ଅନ୍ୟ ବିଷୟ ସବୁର ସ୍ବତନ୍ତ୍ର ଯତ୍ନ ନେବାକୁ ହୁଏ। ତେବେ ଓଡି଼ଶା ସରକାରଙ୍କ ଖୁସି ଯୋଜନା ଏହି ଦିଗରେ ଅନେକଙ୍କୁ ସହାୟତା କରୁଛି, କିନ୍ତୁ ଏଥିରୁ ପାଦେ ଆଗକୁ ବଢ଼ି କେରଳ ସରକାର ଦେୟଯୁକ୍ତ ଛୁଟି ପ୍ରଦାନ କରୁଛନ୍ତି। ବିଶ୍ୱର ଅନେକ ସ୍ଥାନରେ ଏହିଭଳି ଅବକାଶ ପ୍ରଦାନ କରାଯାଏ। ତେବେ ଏହି ଯୋଜନା କେତେଦୂର ଆବଶ୍ୟକ ତଥା ଏହାର ପ୍ରଭାବ କାର୍ଯ୍ୟକ୍ଷେତ୍ରରେ କିଭଳି ପଡ଼ିବ ତାହାକୁ ନେଇ ଆଜିର ନିବନ୍ଧ।
ଋତୁସ୍ରାବ ଛୁଟି ଏକ ଯୋଜନା, ଯାହାଦ୍ୱାରା ମହିଳାଗଣ ନିଜର ସାଧାରଣ ଆକସ୍ମିକ ଛୁଟି ସହ କିଛି ଦିନ ପାଆନ୍ତି। ଏୟା ସାଧାରଣ ଅବଧାରଣା ଯେ, ଯେଉଁମାନେ ଭୀଷଣ ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି, ସେହିମାନେ ଛୁଟି ନିଅନ୍ତି। କିନ୍ତୁ ଏହି ପ୍ରକ୍ରିୟାରେ କିଛି ନିର୍ଦ୍ଦିିଷ୍ଟ ନିର୍ଦ୍ଦେଶିତ ଦିବସ ନ ଥାଏ, ଯେଉଁ ନିମନ୍ତେ ଅବକାଶ ମିଳେ। କେତେକ ସ୍ଥାନରେ ଏହା ଦେୟଯୁକ୍ତ ହୋଇଥିବା ସ୍ଥଳେ କିଛି ସ୍ଥାନରେ ଦେୟବିହୀନ। କିଛି ସ୍ଥାନରେ କଟକଣା ସେତେଦୂର ପ୍ରଭାବୀ ନ ହୋଇ, ସେମାନଙ୍କୁ ଘରେ ରହି କାର୍ଯ୍ୟ କରିବାର ଅନୁମତି ମିଳେ। ବହୁ ଦଶନ୍ଧି ପୂର୍ବରୁ ରୁଷିଆ ଓ ଚାଇନାରେ ଉତ୍ପାଦନ କ୍ଷମତାକୁ ସଂରକ୍ଷିତ ରଖିବା ନିମନ୍ତେ ଏହା ଅନୁସୃତ ହୋଇଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏଥି ନିମନ୍ତେ ଆନ୍ଦୋଳନ ହେବା ସହ ଜଣେ କର୍ମଚାରୀ କିଭଳି ଏହାଦ୍ୱାରା ପ୍ରଭାବିତ ହେବେ ନାହିଁ ସେଥିପାଇଁ ଯୋଜନା କରାଯାଉଛି। ଜାପାନ, ଇଣ୍ତୋନେସିଆ, ମେକ୍ସିକୋରେ ଏହି ବ୍ୟବସ୍ଥା ପରିପାଳନ ହେଉଥିବା ସ୍ଥଳେ ଆମେରିକାର କେତେକ ସ୍ଥାନରେ ଏହା ଦେଖିବାକୁ ମିଳେ। କିଛି ସ୍ଥାନରେ ଏଥିନିମନ୍ତେ ଜାତୀୟ ନିୟମ ନ ଥିବା ସ୍ଥଳେ, ସେମାନେ ନିଜ ନିଜ ମଧ୍ୟରେ ସଂକଳ୍ପ ନେଇ ଏହି ବ୍ୟବସ୍ଥାର ପ୍ରାରମ୍ଭ କରିଛନ୍ତି। ଜଣେ ପରିଚାଳକଙ୍କ ସ୍ବାକ୍ଷର ସହ ଏହା କିଛି ସ୍ଥାନରେ ମାସିକ ଦିନଟିଏ ଦିଆଯାଏ। କିଛି ସ୍ଥାନରେ ଘରୁ କାମ କରିବାକୁ ଅନୁମତି ଦେବା ବଦଳରେ କାର୍ଯ୍ୟାଳୟରେ ସ୍ବତନ୍ତ୍ର ପ୍ରକୋଷ୍ଠମାନ ଏହି ଦିନମାନଙ୍କ ନିମନ୍ତେ ଖୋଲାଯାଇଥାଏ। ଗର୍ଭାଶୟ ଯୁକ୍ତ ମହିଳାଙ୍କୁ କେତେକ ଦେଶ ଏଥିନିମନ୍ତେ ବାର୍ଷିକ ଅଗଣିତ ଅବକାଶ ପ୍ରଦାନ କରନ୍ତି, ଯାହା ଦେୟଯୁକ୍ତ। ୨୦୦୯ରେ ଆମେରିକାରେ ୬୦୦ କର୍ମଚାରୀଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା, ଯେଉଁଥିରେ ୪୫ ପ୍ରତିଶତ ଅବକାଶ ସପକ୍ଷରେ ମତ ବାଢ଼ିଥିଲେ।
କୋଚିନସ୍ଥିତ ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭାରତରେ ପ୍ରଥମେ ଋତୁସ୍ରାବ ଛୁଟି ପ୍ରାରମ୍ଭ କରାଯାଇଥିଲା। ଛାତ୍ରସଂଘର ଦାବି ଫଳରେ ବାର୍ଷିକ ୨୪ ଦିନ ଅଧିକ ଛୁଟିର ବ୍ୟବସ୍ଥା କରାଯାଇଥିଲା। ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କ କୌଣସି ଘୋଷିତ ନୀତି ନାହିଁ ଯାହା ଋତୁସ୍ରାବ ଛୁଟିକୁ ପ୍ରଶ୍ରୟ ଦିଏ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ବୈଶ୍ୱିକ ପ୍ରତିଷ୍ଠାନ ଯଥା- ସ୍ବିଗି, ମାଗଟେର, ଗୁଜୁପ, ଜମାଟୋ ଆଦି ସେମାନଙ୍କ ମହିଳା କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରନ୍ତି। ୨୦୧୬ରେ ସ୍ପେନରେ ଏହି ପ୍ରଥା ପ୍ରାରମ୍ଭ ହୋଇଥିବା ସ୍ଥଳେ ଆଜି ବି ଅନେକ ୟରୋପୀୟ ରାଷ୍ଟ୍ର ଏଥିରେ ମୋହର ଲଗେଇ ନାହାନ୍ତି।
ବର୍ତ୍ତମାନ ସମୟରେ କେରଳ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ଝିଅମାନଙ୍କ ପାଇଁ ଅବକାଶ ଦେବାର ବ୍ୟବସ୍ଥା ନିମନ୍ତେ ଯୋଜନା କରିଛନ୍ତି। ଏହି ନିଷ୍ପତ୍ତି କ୍ରମେ ୧୮ ବର୍ଷରୁ ଅଧିକ ମହିଳା ଗଣ ବାର୍ଷିକ ୬୦ଟି ଛୁଟି ନେଇପାରିବେ। କେନ୍ଦ୍ର ସରକାର ନତୁବା ରାଜ୍ୟ ସରକାର ଏହି କ୍ଷେତ୍ରରେ ସମୁଚିତ ବ୍ୟବସ୍ଥା କରିବା ବିଧେୟ। ଭାରତରେ ମହିଳାଙ୍କୁ କର୍ମକ୍ଷେତ୍ରରେ ଉପଯୁକ୍ତ ସୁବିଧା ପ୍ରଦାନ କରାଗଲେ ଅନେକେ କର୍ମକ୍ଷେତ୍ରରେ ଯୋଗଦେବେ। ବର୍ତ୍ତମାନ ଭାରତୀୟ ଅର୍ଥନୀତି ବିକଶିତ ହୋଇ ନ ଥିବାର ଏକ ପ୍ରମୁଖ କାରଣ ହେଉଛି, ଅର୍ଦ୍ଧାଧିକ ମହିଳା କର୍ମକ୍ଷେତ୍ରରେ ଉପସ୍ଥିତ ନାହାନ୍ତି। ଦୀର୍ଘକାଳରେ ସେୟା ସମ୍ଭବ କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୋଜନାକାରୀ ଏଥିନିମନ୍ତେ ସଚେତନ ହେବା ବିଧେୟ।

  • ରୋଜାଲିନ ମହାପାତ୍ର
    ଜୁନିୟର୍‌ ଟାଇପିଷ୍ଟ, ଝାରସୁଗୁଡ଼ା କୋର୍ଟ
    ମୋ:୯୭୭୬୭୩୦୦୨୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri