Posted inଖେଳ

ଉଦ୍‌ଘାଟନୀ ମ୍ୟାଚ ପରିଚାଳନା କରିବେ ମେନନ, ଧର୍ମସେନା

ଦୁବାଇ, ୯ା୯: ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱକପ୍‌ କ୍ରିକେଟ ଉଦ୍‌ଘାଟନୀ ମ୍ୟାଚର ପରିଚାଳନା କରିବେ ଭାରତର ନୀତୀନ ମେନନ ଓ ଶ୍ରୀଲଙ୍କାର କୁମାର ଧର୍ମସେନା। ପୂର୍ବତନ ପେସ୍‌ ବୋଲର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି ଦାୟିତ୍ୱ ତୁଲାଇବେ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହିଛି। ଅହମଦାବାଦରେ ଶୁକ୍ରବାର ଖେଳାଯାଇଥିବା ଟୁର୍ନାମେଣ୍ଟ ଓପନର ପାଇଁ ପଲ୍‌ ଓ୍ବିଲସନ ଓ ସାଇକାତ୍‌ଙ୍କୁ ଯଥାକ୍ରମେ ଟିଭି ଅମ୍ପାୟର ଓ ଚତୁର୍ଥ ଅମ୍ପାୟର ଭାବେ ମନୋନୀତ କରାଯାଇଛି। ଟୁର୍ନାମେଣ୍ଟର ୧୩ତମ ସଂସ୍କରଣରେ ମ୍ୟାଚ ପରିଚାଳନା ପାଇଁ ୧୬ ଅମ୍ପାୟର ମନୋନୀତ କରାଯାଇଛି। ଅମ୍ପାୟର ତାଲିକା: ଖ୍ରିସ୍‌ ବ୍ରାଉନ୍‌, କୁମାର ଧର୍ମସେନା, ମାରାଇସ ଇରାସମସ, ଖ୍ରିସ୍‌ ଗାଫାନି, ମାଇଲେକ ଗଫ୍‌, ଆଡ୍ରିଆନ ହୋଲ୍ଡଷ୍ଟକ୍‌, ରିଚାର୍ଡ ଏଲିଙ୍ଗଓ୍ବର୍ଥ, ରିଚାର୍ଡ କେଟେଲବୋରୋ, ନୀତୀନ ମେନନ, ଏହସାନ ରାଜା, ପଲ୍‌ ରିଫିଲ, ସାଫ୍ରୁଦୋଲା ଇବନି ଶାଇଦ, ରଡ୍‌ ଟକର, ଆଲେକ୍ସ ହ୍ବାର୍ଫ, ଜୋଏଲ ଓ୍ବିଲସନ ଏବଂ ପଲ୍‌ ଓ୍ବିଲସନ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ବର୍ଷାରେ ଭାଙ୍ଗିଗଲା କୋଟିଏ ଟଙ୍କାର ଶେଡ୍, ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ରାଉରକେଲା,୧୧।୮(ସଙ୍ଗୀତା ଜେନା): ରାଉରକେଲା ରେଲଓ୍ବେ ଷ୍ଟେଶନର ମୁଖ୍ୟ ପ୍ରବେଶ ଦ୍ୱାରରେ ନିର୍ମାଣାଧୀନ ଶେଡ୍‌ ସୋମବାର ହୋଇଥିବା ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଫଳରେ ଶେଡ୍‌ ତଳେ ଥିବା ଏକ…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri