ମାନବବାଦ ସଦସ୍ୟ ଭୁଲିଗଲେ ମାନବିକତା

ଖୋର୍ଦ୍ଧା ଅଫିସ,୨୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଚାଲିଛି ତାଲିବାନୀ ଶାସନ। ମାନବବାଦ ସଙ୍ଗଠନ ନଁାରେ ନିରୀହ ଆଦିବାସୀଙ୍କୁ ଦିଆଯାଉଛି ଅକଥନୀୟ ଅତ୍ୟାଚାର। ସଙ୍ଗଠନରେ ସାମିଲ ନ ହେଲେ କିମ୍ବା ବିରୋଧ କଲେ ହାତଗୋଡ଼ ବାନ୍ଧି ମାଡ଼ ମରାଯାଉଛି। ପୋଲିସ ନିକଟରେ ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ। ଏମାନଙ୍କ ଅତ୍ୟାଚାର ଆଗରେ ଆଦିବାସୀମାନେ ଭୟଭୀତ ହୋଇ ରହୁଛନ୍ତି। ସଙ୍ଗଠନରେ ସାମିଲ ନ ହେବାରୁ ବାପପୁଅଙ୍କୁ ସଙ୍ଗଠନର କେତେଜଣ ସଦସ୍ୟ ଏକ ବନ୍ଦ କୋଠରିରେ ରଖି ଠେଙ୍ଗାରେ ନିସ୍ତୁକ ମାଡ଼ ମାରୁଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଦୁଇ ମାସ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି। ନିର୍ଯାତନାର ଶିକାର ହୋଇଥିବା ଦୁଇ ଜଣ ହେଲେ ଏହି ଥାନା ଅଧୀନ କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ। ବାପପୁଅଙ୍କୁ ନିର୍ଯାତନାର ଏହି ଭିଡିଓ ଭାଇରାଲ ପରେ ଘଟଣାର ତଦନ୍ତ ପାଇଁ ଜିଲା ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ରାଜକିଶୋର ଦୋରା ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଙ୍ଗଠନ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସ୍‌ପି କହିଛନ୍ତି।
ମାଗୁଣିଙ୍କ କହିବାନୁଯାୟୀ, କିଛିଦିନ ପୂର୍ବେ ଗ୍ରାମର ଜଣେ ଯୁବକ ସେମାନଙ୍କୁ ଘରୁ ଡାକି ନେଇଥିଲେ। ପୂର୍ବରୁ ଏକ ବନ୍ଦ କୋଠରୀରେ ୧୦ରୁ ୧୫ଜଣ ଯୁବକ ଥିଲେ। ଆଗରୁ ସଙ୍ଗଠନ ପାଇଁ କାମ କରୁଥିଲ, ଏବେ କାହିଁକି କରିବନି ବୋଲି ପଚାରିଥିଲେ। କିଛି କହିବା ପୂର୍ବରୁ ଯୁବକମାନେ ସେମାନଙ୍କୁ ତଳେ ପକାଇ ମିଳିମିଶି ଲାଠିରେ ମାଡ଼ ମାରିଥିଲେ। ସେତେବେଳେ ସେମାନଙ୍କ ଭୟରେ ଥାନାରେ ଅଭିଯୋଗ କରି ନ ଥିଲୁ। ତେବେ ଶୁକ୍ରବାର ଏନେଇ ମାଗୁଣି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ.୧୬୬/୨୧) ରୁଜୁ କରିଛି। ଥାନାଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି, ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି। ମାଗୁଣିଙ୍କ ବୟାନ ରେକର୍ଡ କରାଯାଇଛି। ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ ସ୍ଥାନୀୟ ସ୍ତରରେ ମାନବବାଦ ସଙ୍ଗଠନ ଭାବେ ପରିଚିତ। ଏହି ସଙ୍ଗଠନର କେତେଜଣ ସଦସ୍ୟ ବାପପୁଅଙ୍କୁ ଘରୁ ଡାକି ନେଇ ମାଡ଼ ମାରିଥିବା ମାଗୁଣି ବୟାନ ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଅଗଷ୍ଟ ୨ରେ ମାନପୁରର ସତ୍ୟବ୍ରତ ନାୟକଙ୍କୁ ଏହି ସଙ୍ଗଠନର କେତେଜଣ ସଦସ୍ୟ କରଡ଼ଗାଡ଼ିଆରେ ପିଟିପିଟି ହତ୍ୟା କରିବା ପରେ ପୋଡ଼ିି ଦେଇଥିଲେ। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲା। ଅଗଷ୍ଟ ୧୦ରେ ବେଗୁନିଆ ଅଞ୍ଚଳର ଭୂମିପୁତ୍ର ସ୍ବାଭିମାନ ମଞ୍ଚ ଏହି ସଙ୍ଗଠନର ସତ୍ୟତା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲା। ଏହି ହତ୍ୟାକାଣ୍ଡ ପଛରେ ଜଣେ ଆଇନଜୀବୀଙ୍କ ହାତ ରହିଛି ବୋଲି ମଞ୍ଚ ଦର୍ଶାଇଥିଲା। ଏବେ ମାଗୁଣି ଓ ତାଙ୍କ ପୁଅଙ୍କୁ ମାଡ଼ର ଭିଡିିଓ ଭାଇରାଲ ପରେ ଏହି ସଙ୍ଗଠନ ପଛରେ ଜଣେ ଆଇନଜୀବୀ ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମୃତ ସତ୍ୟବ୍ରତଙ୍କ ଶାଳକ ବେଲେଶ୍ବର ପରିଡା କହିଛନ୍ତି। ଅନେକ ସମୟରେ କଡ଼ବ, ମାନପୁର ଓ କରଡଗାଡିଆରେ ଏହି ସଙ୍ଗଠନର ବୈଠକ ହୋଇଥାଏ। ନିଜର ଆଧିପତ୍ୟ ବିସ୍ତାର ଏବଂ ଆଦିବାସୀଙ୍କୁ ମେଳି କରି ରାଜନୀତି ଲକ୍ଷ୍ୟ ରଖିଥିବା ସଙ୍ଗଠନର ମୂଳ ଉଦ୍ଦେଶ୍ୟ ବୋଲି ଜଣାପଡିଛି। ଯେଉଁମାନେ ସେମାନଙ୍କ ବଶତା ସ୍ବୀକାର ନ କରନ୍ତି ସେମାନଙ୍କୁ ଏଭଳି ଅମାନୁଷିକ ଭାବେ ଆକ୍ରମଣ କରି ଭୟଭୀତ କରିଥାନ୍ତି। ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ବପ୍ନେଶ୍ବର ଏବଂ ସହଯୋଗୀମାନଙ୍କୁ ଏକାଠି କରି ସଙ୍ଗଠନ ଚଳାଇଥିଲେ। ଏପରିକି ସ୍ବପ୍ନେଶ୍ବର ପିପିଲି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିଥିଲେ। ଏହି ସଙ୍ଗଠନରେ ଅନ୍ୟ କେଉଁମାନେ ରହିଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିିବ ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri