ମାନବବାଦ ସଦସ୍ୟ ଭୁଲିଗଲେ ମାନବିକତା

ଖୋର୍ଦ୍ଧା ଅଫିସ,୨୮।୮: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଚାଲିଛି ତାଲିବାନୀ ଶାସନ। ମାନବବାଦ ସଙ୍ଗଠନ ନଁାରେ ନିରୀହ ଆଦିବାସୀଙ୍କୁ ଦିଆଯାଉଛି ଅକଥନୀୟ ଅତ୍ୟାଚାର। ସଙ୍ଗଠନରେ ସାମିଲ ନ ହେଲେ କିମ୍ବା ବିରୋଧ କଲେ ହାତଗୋଡ଼ ବାନ୍ଧି ମାଡ଼ ମରାଯାଉଛି। ପୋଲିସ ନିକଟରେ ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ। ଏମାନଙ୍କ ଅତ୍ୟାଚାର ଆଗରେ ଆଦିବାସୀମାନେ ଭୟଭୀତ ହୋଇ ରହୁଛନ୍ତି। ସଙ୍ଗଠନରେ ସାମିଲ ନ ହେବାରୁ ବାପପୁଅଙ୍କୁ ସଙ୍ଗଠନର କେତେଜଣ ସଦସ୍ୟ ଏକ ବନ୍ଦ କୋଠରିରେ ରଖି ଠେଙ୍ଗାରେ ନିସ୍ତୁକ ମାଡ଼ ମାରୁଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଦୁଇ ମାସ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି। ନିର୍ଯାତନାର ଶିକାର ହୋଇଥିବା ଦୁଇ ଜଣ ହେଲେ ଏହି ଥାନା ଅଧୀନ କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ। ବାପପୁଅଙ୍କୁ ନିର୍ଯାତନାର ଏହି ଭିଡିଓ ଭାଇରାଲ ପରେ ଘଟଣାର ତଦନ୍ତ ପାଇଁ ଜିଲା ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ରାଜକିଶୋର ଦୋରା ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଙ୍ଗଠନ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସ୍‌ପି କହିଛନ୍ତି।
ମାଗୁଣିଙ୍କ କହିବାନୁଯାୟୀ, କିଛିଦିନ ପୂର୍ବେ ଗ୍ରାମର ଜଣେ ଯୁବକ ସେମାନଙ୍କୁ ଘରୁ ଡାକି ନେଇଥିଲେ। ପୂର୍ବରୁ ଏକ ବନ୍ଦ କୋଠରୀରେ ୧୦ରୁ ୧୫ଜଣ ଯୁବକ ଥିଲେ। ଆଗରୁ ସଙ୍ଗଠନ ପାଇଁ କାମ କରୁଥିଲ, ଏବେ କାହିଁକି କରିବନି ବୋଲି ପଚାରିଥିଲେ। କିଛି କହିବା ପୂର୍ବରୁ ଯୁବକମାନେ ସେମାନଙ୍କୁ ତଳେ ପକାଇ ମିଳିମିଶି ଲାଠିରେ ମାଡ଼ ମାରିଥିଲେ। ସେତେବେଳେ ସେମାନଙ୍କ ଭୟରେ ଥାନାରେ ଅଭିଯୋଗ କରି ନ ଥିଲୁ। ତେବେ ଶୁକ୍ରବାର ଏନେଇ ମାଗୁଣି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ.୧୬୬/୨୧) ରୁଜୁ କରିଛି। ଥାନାଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି, ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି। ମାଗୁଣିଙ୍କ ବୟାନ ରେକର୍ଡ କରାଯାଇଛି। ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚ ସ୍ଥାନୀୟ ସ୍ତରରେ ମାନବବାଦ ସଙ୍ଗଠନ ଭାବେ ପରିଚିତ। ଏହି ସଙ୍ଗଠନର କେତେଜଣ ସଦସ୍ୟ ବାପପୁଅଙ୍କୁ ଘରୁ ଡାକି ନେଇ ମାଡ଼ ମାରିଥିବା ମାଗୁଣି ବୟାନ ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଅଗଷ୍ଟ ୨ରେ ମାନପୁରର ସତ୍ୟବ୍ରତ ନାୟକଙ୍କୁ ଏହି ସଙ୍ଗଠନର କେତେଜଣ ସଦସ୍ୟ କରଡ଼ଗାଡ଼ିଆରେ ପିଟିପିଟି ହତ୍ୟା କରିବା ପରେ ପୋଡ଼ିି ଦେଇଥିଲେ। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲା। ଅଗଷ୍ଟ ୧୦ରେ ବେଗୁନିଆ ଅଞ୍ଚଳର ଭୂମିପୁତ୍ର ସ୍ବାଭିମାନ ମଞ୍ଚ ଏହି ସଙ୍ଗଠନର ସତ୍ୟତା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲା। ଏହି ହତ୍ୟାକାଣ୍ଡ ପଛରେ ଜଣେ ଆଇନଜୀବୀଙ୍କ ହାତ ରହିଛି ବୋଲି ମଞ୍ଚ ଦର୍ଶାଇଥିଲା। ଏବେ ମାଗୁଣି ଓ ତାଙ୍କ ପୁଅଙ୍କୁ ମାଡ଼ର ଭିଡିିଓ ଭାଇରାଲ ପରେ ଏହି ସଙ୍ଗଠନ ପଛରେ ଜଣେ ଆଇନଜୀବୀ ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମୃତ ସତ୍ୟବ୍ରତଙ୍କ ଶାଳକ ବେଲେଶ୍ବର ପରିଡା କହିଛନ୍ତି। ଅନେକ ସମୟରେ କଡ଼ବ, ମାନପୁର ଓ କରଡଗାଡିଆରେ ଏହି ସଙ୍ଗଠନର ବୈଠକ ହୋଇଥାଏ। ନିଜର ଆଧିପତ୍ୟ ବିସ୍ତାର ଏବଂ ଆଦିବାସୀଙ୍କୁ ମେଳି କରି ରାଜନୀତି ଲକ୍ଷ୍ୟ ରଖିଥିବା ସଙ୍ଗଠନର ମୂଳ ଉଦ୍ଦେଶ୍ୟ ବୋଲି ଜଣାପଡିଛି। ଯେଉଁମାନେ ସେମାନଙ୍କ ବଶତା ସ୍ବୀକାର ନ କରନ୍ତି ସେମାନଙ୍କୁ ଏଭଳି ଅମାନୁଷିକ ଭାବେ ଆକ୍ରମଣ କରି ଭୟଭୀତ କରିଥାନ୍ତି। ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍ବପ୍ନେଶ୍ବର ଏବଂ ସହଯୋଗୀମାନଙ୍କୁ ଏକାଠି କରି ସଙ୍ଗଠନ ଚଳାଇଥିଲେ। ଏପରିକି ସ୍ବପ୍ନେଶ୍ବର ପିପିଲି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିଥିଲେ। ଏହି ସଙ୍ଗଠନରେ ଅନ୍ୟ କେଉଁମାନେ ରହିଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିିବ ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ମା’ର ତ୍ୟାଗ ଆଗରେ ହାର୍‌ ମାନିଲା ବିପଦ: ପ୍ରଖର ସ୍ରୋତରୁ ଛୁଆଙ୍କୁ ଉଦ୍ଧାର କଲା ହରିଣୀ

ରାଜନଗର,୨୭।୯(ଭାସ୍କର ରାଉତରାୟ): ଯୁଗେ ଯୁଗେ ସନ୍ତାନ ଯେତେବେଳେ ବିପଦରେ ପଡେ ସେଇଠି ମାନବ ହେଉ ବା ବନ୍ୟପ୍ରାଣୀ ସନ୍ତାନକୁ ବିପଦ ମୁହଁରୁ ରକ୍ଷା ପାଇଁ ଜୀବନକୁ ବାଜିରେ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?