Posted inଜାତୀୟ

ଭାଜପାକୁ ମେଘା ଇଞ୍ଜିନିୟରିଂ ଦେଇଛି ସର୍ବାଧିକ ଚାନ୍ଦା

ନୂଆଦିଲ୍ଲୀ,୨୩।୩: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୨୪ ମଧ୍ୟରେ ଭାଜପା ଇଲେକ୍ଟୋରାଲ ବଣ୍ଡ୍‌ରୁ ୬,୦୬୦.୫ କୋଟି ଟଙ୍କା ପାଇଥିବା ପୂର୍ବରୁ ପ୍ରକାଶ ପାଇଥିଲା। ତେବେ ୨୦୧୮ ମାର୍ଚ୍ଚରୁ ଦେଖିଲେ ଏହି ଦଳକୁ ବଣ୍ଡ୍‌ ଜରିଆରେ ମୋଟ ୮,୨୫୧.୮ କୋଟି ଟଙ୍କା ମିଳିଛି। ତେଲଙ୍ଗାନାର ମେଘା ଇଞ୍ଜିନିୟରିଂର ଇଲେକ୍ଟୋରାଲ ବଣ୍ଡ୍‌ ଚାନ୍ଦାରେ ଭାଜପା ପ୍ରଥମ ପସନ୍ଦ ରହିଛି। ଏହି କମ୍ପାନୀ ଭାଜପାକୁ ୫୧୯ କୋଟି ଟଙ୍କା ଦେଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)କୁ ୧୫୦ କୋଟି ଟଙ୍କା ଦେଇଛିି। ମେଘା ଇଞ୍ଜିନିୟରିଂ ପରେ ଭାଜପାକୁ ଚାନ୍ଦା ଦେବାରେ ଦ୍ୱିତୀୟ ସ୍ଥାନରେ ରହିଛି କ୍ୱିକ୍‌ସପ୍ଲାଏ। ୩୭୫ କୋଟି ଟଙ୍କା ଚାନ୍ଦା ଦେଇଥିବା ଏହି କମ୍ପାନୀ ରିଲାଏନ୍ସ ଗ୍ରୁପ୍‌ ସହ ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଛି। କୋଲକାତାର ଶିଳ୍ପପତି ଏମ୍‌.କେ. ଜଲାନଙ୍କ କମ୍ପାନୀଗୁଡ଼ିକ ଭାଜପାକୁ ୩୩୯.୪୨ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଭାଜପାକୁ ମିଳିଥିବା ଅନ୍ୟ ୪୬୬.୩୧ କୋଟି ଟଙ୍କାର ବଣ୍ଡ୍‌ ନମ୍ବର ସହ ମେଳକ ରେକର୍ଡ ମିଳିନାହିଁ। ୨୦୧୯ ନିର୍ବାଚନୀ ବର୍ଷରେ ଭାଜପା ଇଲେକ୍ଟୋରାଲ ବଣ୍ଡ୍‌ରୁ ୧,୫୦୫.୪ କୋଟି ପାଇଥିଲା। ସେଥିରୁ ୧୭୫.୫ କୋଟି ମଦନଲାଲ ଲିଃରୁ ମିଳିଥିବାବେଳେ କେଭେଣ୍ଟର ଫୁଡ୍‌ପାର୍କ ଇନ୍‌ଫ୍ରା ଲିଃ ୧୪୪.୫ କୋଟି ଏବଂ ମେଘା ଇଞ୍ଜିନିୟରିଂ ୧୨୫ କୋଟି ଟଙ୍କା ଦେଇଥିଲା। ୨୦୨୦ରେ ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପାର ଚାନ୍ଦା ୭୩.୮୯ କୋଟିକୁ ହ୍ରାସ ପାଇଥିତ୍ବାବେଳେ ୨୦୨୧ରେ ୩୭୨ କୋଟି ମିଳିଥିଲା। ୨୦୨୨ରେ ଭାଜପା ୧,୭୬୩.୫୪ କୋଟି ଟଙ୍କା ପାଇଥିବାବେଳେ କ୍ୱିକ୍‌ସପ୍ଲାଏ ସର୍ବାଧିକ ୩୨୫ କୋଟି ଦେଇଥିଲା। ୨୦୨୩ରେ ଏହି ଦଳକୁ ୧,୬୭୬.୩ କୋଟି ମିଳିଥିବାବେଳେ ମେଘା ଇଞ୍ଜିନିୟରିଂର ଚାନ୍ଦା ୨୯୭ କୋଟି ଏବଂ ଭାରତୀ ଏୟାରଟେଲ୍‌ର ଚାନ୍ଦା ୯୩ କୋଟି ଥିଲା। ଚଳିତ ବର୍ଷ ଭାଜପା ଏନ୍‌କ୍ୟାଶ କରିଥିବା ୨୦୨ କୋଟି ଟଙ୍କାରୁ ଭାରତୀ ଏୟାରଟେଲ୍‌ର ଚାନ୍ଦା ୫୦ କୋଟି ରହିଛ ଏବଂ ରୁଙ୍ଗ୍‌ଟା ଆଣ୍ଡ ସନ୍ସର ୫୦ କୋଟି ରହିଛି।
ଭାରତର ନିର୍ବାଚନ କମିଶନ (ଇସିଆଇ) ଗୁରୁବାର ପ୍ରକାଶ କରିଥିବା ଇଲେକ୍ଟୋରାଲ ବଣ୍ଡ୍‌ର ସମ୍ପୂର୍ଣ୍ଣ ତଥ୍ୟ ଅନୁଯାୟୀ କେନ୍ଦ୍ରର ଶାସକ ଦଳ ଭାଜପା ଏବଂ ଓଡ଼ିଶାର ଶାସକ ଦଳ ବିଜେଡିକୁ ଖଣି ଓ ବୃହତ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର କମ୍ପାନୀଗୁଡ଼ିକ ବଣ୍ଡ୍‌ ଜରିଆରେ ସର୍ବାଧିକ ଚାନ୍ଦା ଦେଇଛନ୍ତି। ଏହା ବ୍ୟତୀତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟର ଶାସକ ଦଳ ମଧ୍ୟ ଇଲେକ୍ଟ୍ରୋରାଲ ବଣ୍ଡ୍‌ରୁ ଅଧିକ ଲାଭ ଉଠାଇଥିବା ଜଣାପଡ଼ିଛି। ବୃହତ୍‌ ଖଣି କମ୍ପାନୀ ବେଦାନ୍ତ ଲିଃ ଭାଜପାକୁ ୨୨୬ କୋଟି ଚାନ୍ଦା ଦେଇଥିବାବେଳେ କଂଗ୍ରେସକୁ ୧୦୪ କୋଟି ଏବଂ ବିଜେଡିକୁ ୪୦ କୋଟି ଦେଇଛି। ଓଡ଼ିଶାର ଲାଞ୍ଜିଗଡ଼ରେ ଆଲୁମିନିୟମ ରିଫାଇନେରି ଚଳାଉଥିବା ବେଦାନ୍ତର ସହଯୋଗୀ କମ୍ପାନୀ ନିୟମଗିରିର ବାୟୁ ଓ ଜଳ ପ୍ରଦୂଷଣ କରିଆସୁଛି। ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିଃ ଭାଜପାକୁ ୭୫ କୋଟି ଏବଂ ବିଜେଡିକୁ ୫୪ କୋଟି ଟଙ୍କା ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ଦେଇଛି। ଆଲୁମିନିୟମ ଉତ୍ତୋଳନକୁ ନେଇ ଉକ୍ତ କମ୍ପାନୀ ଅତୀତରେ ଜୋର୍‌ଦାର ବିରୋଧର ସମ୍ମୁଖୀନ ହୋଇଥିଲା। ଓଡ଼ିଶାର ଲୁହାପଥର ମାଇନିଂ କମ୍ପାନୀ ମେସର୍ସ କେ.ଜେ.ଏସ୍‌. ଆହଲୁଓ୍ବାଲିଆ ଏବଂ ଖଣି ଓ ଇସ୍ପାତ କମ୍ପାନୀ ରୁଙ୍ଗ୍‌ଟା ଭାଜପାକୁ ବଣ୍ଡ୍‌ ଜରିଆରେ ଯଥାକ୍ରମେ ୧୪ ଏବଂ ୫୦ କୋଟି ଟଙ୍କା ଦେଇଛନ୍ତି। ଉତ୍ତରାଖଣ୍ଡରେ ଟନେଲ ଓ ରାସ୍ତା ନିର୍ମାଣରେ ନିୟୋଜିତ ଥିବା ନବୟୁଗ ଇଞ୍ଜିନିୟରିଂ କମ୍ପାନୀ ଭାଜପାକୁ ୫୫ କୋଟି ଟଙ୍କା ଚାନ୍ଦା ଦେଇଛି। ଇଲେକ୍ଟୋରାଲ ବଣ୍ଡ୍‌ କିଣିଥିବା କମ୍ପାନୀ ମଧ୍ୟରୁ ୧୫ଟି ନିଫ୍ଟି୫୦ ଇଣ୍ଡେକ୍ସରେ ତାଲିକାଭୁକ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ଟି କମ୍ପାନୀ ବିଏସ୍‌ଇ ସେନ୍‌ସେକ୍ସରେ ମଧ୍ୟ ତାଲିକାଭୁକ୍ତ ଥିବା ଜଣାପଡ଼ିଛି। ୧୫ଟି ନିଫ୍ଟି ତାଲିକାଭୁକ୍ତ କମ୍ପାନୀ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ମୋଟ ୬୪୬ କୋଟି ଟଙ୍କା ରାଜନୈତିକ ଦଳଙ୍କୁ ଦେଇଥିବାବେଳେ ସେନ୍‌ସେକ୍ସ ଲିଷ୍ଟେଡ୍‌ କମ୍ପାନୀ ୩୩୭ କୋଟି ଦେଇଛନ୍ତି। ୧୫ କମ୍ପାନୀରୁ ଭାଜପା ଏକାକୀ ୫୨୧ କୋଟି ପାଇଛି, ଯାହା ଉକ୍ତ କମ୍ପାନୀଗୁଡ଼ିକର ମୋଟ ଚାନ୍ଦାର ୮୧ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri