ମେଗା ପାନୀୟ ଜଳ ପ୍ରକଳ୍ପ, ବୃଦ୍ଧି ପାଉଛି ସମସ୍ୟା

ନାଉଗାଁ,୧ା୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତ ଦେଇ ପ୍ରବାହିତ ଦେବୀ ନଦୀର ତୁମ୍ବେଶ୍ୱରଠାରେ ନିର୍ମାଣ କରାଯାଉଛି ମେଗା ପାନୀୟ ଜଳ ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରକଳ୍ପ ନିର୍ମାଣ କରୁଥିବା ଠିକାସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ସ୍ଥାନୀୟ ଜନସାଧରାଣ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଜଳ ପରିମଳ ବିଭାଗ ତଦାରଖରେ ରହିଛି। କିନ୍ତୁ ଠିକା ସଂସ୍ଥା ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଇ ମନଇଚ୍ଛା କାର୍ଯ୍ୟ କରୁଥିବା ଜଣାଯାଇଛି। ଏହି ପ୍ରକଳ୍ପରୁ ମଧୁର ପାନୀୟ ଜଳ ବାଲିକୁଦା-ଏରସମା ବ୍ଲକକୁ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ପାନୀୟ ଜଳ ପ୍ରଦାନ ପାଇଁ ବିଭିନ୍ନ ରାସ୍ତା ପାର୍ଶ୍ୱ ଖୋଳାଯାଇ ପାଇପ ବିଚ୍ଛା ଯାଉଛି। ବ୍ଲକର ଅଲଣାହାଟ-କୁଣ୍ଡେଶ୍ୱରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ବର୍ତ୍ତମାନ ଖୋଳା ଯାଇ ପାଇପ ପକାଯାଉଛି। ରାସ୍ତା ଖୋଳିବା ସମୟରେ ପୂର୍ତ୍ତ ବିଭାଗର କୌଣସି ଅନୁମତି କିମ୍ବା ଅବଗତ କରାଇ ନ ଥିବା ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଧାକାନ୍ତ ଭୂୟଁା ପ୍ରକାଶ କରିଛନ୍ତି। ରସ୍ତା ପାର୍ଶ୍ୱ ଖୋଳିବା ଦ୍ୱାରା ରାସ୍ତାରେ ମାଟି ଜମି ରହିଛି। ଫଳରେ କୌଣସି ଯାନବାହାନ ଉକ୍ତ ରାସ୍ତା ଦେଇ ଯାଇ ପାରୁନାହିଁ। ମଝିରେ ମଝିରେ ବର୍ଷା ଯୋଗୁ ଉକ୍ତ ମାଟି ଭିଜି ରାସ୍ତାରେ କାଦୁଅ ଜମା ହେଉଛି। ମାଟି ପଡି ରହିବା ଦ୍ୱାରା ରାତିରେ ଆସୁଥିବା ଗାଡିଗୁଡିକ ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଏପରି କି ରାସ୍ତାରେ କାଦୁଅ ଯୋଗୁ ଗାଡି ନ ଚାଲିବାରୁ ସ୍ଥାନୀୟ ଲୋକ ଗାଡିକୁ ପେଲି ପେଲି ନେଉଥିବା ଦେଖିବାକୁ ମିଳୁଛି। ଠିକା ସଂସ୍ଥା ପକ୍ଷରୁ ବାରମ୍ବାର ରାସ୍ତା ଖୋଳିବା ଦ୍ୱାରା ସ୍ଥାନୀୟ ଜନସାଧରାଣଙ୍କର ସମସ୍ୟା ବଢିବାରେ ଲାଗିଛି। ଏହି ରାସ୍ତାଟି ନାଉଗାଁ ବ୍ଲକରୁ ବାଲିକୁଦା ବ୍ଲକକୁ ସଂଯୋଗ କରୁଛି। ତେଣୁ ଏହି ୨ ବ୍ଲକ ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ତେଣୁ ଜନସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟିରୁ ଯଥାଶୀଘ୍ର ଏହି ରାସ୍ତା ଉପରୁ ମାଟି ସଫା କରିବାକୁ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜଳ ପରିମଳ ବିଭାଗର ଯନ୍ତୀ ରଶ୍ମି ରଞ୍ଜନ ଦାସଙ୍କୁ ପଚାରିବାରେ ପୂର୍ତ୍ତ ବିଭାଗକୁ ଅବଗତ କରି ରାସ୍ତା ଖୋଳାଯାଇଛି। ଯଥାଶୀଘ୍ର ରାସ୍ତା ସଫା କରିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri