Posted inଫୁରସତ

୯୦ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ, ମାତ୍ର ୫ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ

ଯଦି ମନରେ ସାହସ ଏବଂ ଉତ୍ସାହ ଥାଏ,ତେବେ ଯେକୌଣସି ବୟସରେ ସଫଳତା ହାସଲ କରିହୁଏ। ନିକଟରେ ଜଣେ ଭିକାରି ୬୦ ବର୍ଷ ବୟସରେ ମଡେଲ ହୋଇ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ। ଠିକ ସେହିପରି ଏବେ ଜଣେ ୯୫ ବର୍ଷୀୟା ବୃଦ୍ଧା ଚର୍ଚ୍ଚାକୁ ଆସିଛନ୍ତି। ୯୦ ବର୍ଷ ବୟସରେ ବୃଦ୍ଧା ଜଣଙ୍କ ନିଜ ବ୍ୟବସାୟ ଆରମ୍ଭ କରି ମାତ୍ର ୫ ବର୍ଷ ମଧ୍ୟରେ ଏପରି କିଛି କରିଛନ୍ତି ଯାହା ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ କରିପାରି ନାହଁାନ୍ତି।
୯୫ ବର୍ଷିୟା ହରଭଜନ କୌର ଚଣ୍ଡିଗଡ଼ରେ ରୁହନ୍ତି। ସେ ମଇଦା ବର୍ଫି ବ୍ୟବସାୟ କରନ୍ତି। ଏଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟ କରୁଛନ୍ତି। ପ୍ରଥମେ ୯୦ ବର୍ଷ ବୟସରେ ହରଭଜନ ନାନୀ ନିଜ ସ୍ବପ୍ନକୁ ପୂରଣ କରିବାକୁ ଚିନ୍ତା କରିଥିଲେ। ଏହାପରେ ଘରେ କିଛି ବର୍ଫି ତିଆରି କରି ବିକିବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ବର୍ଫି ଲୋକଙ୍କୁ ପସନ୍ଦ ଆସିଲା। ନାନୀ ଏବଂ ତାଙ୍କ ପରିବାର ଲୋକ ମିଶି ଏହି ବ୍ୟବସାୟ ବଢିବାକୁ ନିଷ୍ପତ୍ତି ନେଲେ।

କିଛି ଦିନ ପରେ, ବଜାରରେ ବି ନାନୀଙ୍କ ବର୍ଫିର ଚାହିଦା ବଢିଲା। ହରଭଜନ ବ୍ରାଣ୍ଡର ମଇଦା ବର୍ଫିର ଚାହିଦା ସବୁଆରେ ବ୍ୟାପିଲା। ପରେ ନାନୀ ଆଚାର, ବାଦାମ ଆଇସକ୍ରିମ, ମସୁର ଡାଲି, ଟମାଟୋ ଚଟନି ଇତ୍ୟାଦି ତିଆରି କରିବା ଆରମ୍ଭ କଲେ। ଉତ୍ପାଦର ପ୍ୟାକେଜିଂ ଏବଂ ମାର୍କେଟିଂ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥାଏ ଏବଂ ବର୍ତ୍ତମାନ ଏହା କେବଳ ଚଣ୍ଡିଗଡ଼ ଏବଂ ପଞ୍ଜାବର ଅନେକ ସହରରେ ନୁହେଁ, ବରଂ ଆମାଜନରୁ ମଧ୍ୟ ଅନ୍ଲାଇନ୍‌ ଅର୍ଡର ହୋଇପାରିବ। ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ହରଭଜନ କୌରଙ୍କୁ ପ୍ରଶଂସା କରିଥିଲେ।
ସୂଚନାନୁସାରେ, ହରଭଜନଙ୍କ ସ୍ବାମୀ ୨୦୦୮ ମସିହାରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସେବେଠାରୁ ସେ ତାଙ୍କ ଝିଅ ଘରେ ରହିବାକୁ ଲାଗିଲେ। ଘରେ ସମସ୍ତେ କାମ କରୁଥିଲେ, ଯେଉଁଥିପାଇଁ ସେ ଏକୁଟିଆ ଅନୁଭବ କରୁଥିଲେ। ତା’ପରେ ସେ ୯୦ ବର୍ଷ ବୟସରେ କାମ କରିବାକୁ ସ୍ଥିର କଲେ ଏବଂ ବର୍ତ୍ତମାନ ସେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

ଶହୀଦ ଭି. ତେଜାଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ରାୟଗଡା, ୭।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଶହୀହ ହୋଇଥିବା ଭି.ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି I ଗାର୍ଡ ଅଫ ହନର…

ଛାତ୍ର ସଂସଦ ନିର୍ବାଚନ: ପୁଅଙ୍କୁ ପଛରେ ପକାଇ ମଇଦାନରେ ଝିଅ ଆଗୁଆ

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?