ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଛି: ଫକିର

କେନ୍ଦୁଝର ଜିଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ଡା. ଫକିର ମୋହନ ନାଏକ (୫୦) ବିଧାୟକ ହୋଇଛନ୍ତି। ଭାଜପା ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୯, ୪୩୯ ଭୋଟରେ ପରାସ୍ତ କରିଥିଲେ। ସେ ୮୩, ୮୧୮ ଭୋଟ ପାଇଥିବା ବେଳେ ମାଧବ ୭୪, ୩୭୯ ଭୋଟ ପାଇଥିଲେ। ଏହି ଆସନରେ ବିଜେଡିରୁ ଯାଇ ଭାଜପାରେ ମିଶି ଥିବା ୨ ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକ ଓ ବେଦବ୍ୟାସ ନାୟକ ଟିକେଟ ପାଇବା ସମ୍ଭାବନା ଥିଲା। ହେଲେ ଶେଷ ମୁହୂର୍ତ୍ତରେ ଫକିର ଟିକେଟ ପାଇ ବିଜୟୀ ହୋଇଥିଲେ।
କେନ୍ଦୁଝର ଜିଲାର କୋଳିମାଟି ଭଳି ଛୋଟ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ଜନ୍ମ ହୋଇଥିବା ଫକିର ଲୋକସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିନେଇଥିଲେ। ପିତା ନିରାକର ନାଏକ (୬୭) ଅଧ୍ୟାପକ ଓ ମାତା ସାବିତ୍ରୀ ନାଏକ (୬୧) ଥିଲେ ଜଣେ ଗୃହିଣୀ। ଫକିର ଘରର ଦ୍ୱିତୀୟ ସନ୍ତାନ ହୋଇଥିବା ବେଳେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପରେ ମେଧା ବଳରେ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ପାଇଥିଲେ।  ୧୯୯୨ରେ ବିଜ୍ଞାନରେ ଦ୍ୱାଦଶ ଶେଷ କରିବା ପରେ ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ, ଆଲ୍ଲାହାବାଦରେ ନାମ ଲେଖାଇଥିଲେ। ହେଲେ ଲୋକଙ୍କ ପ୍ରତି ସେବା ମନୋଭାବ ରଖିଥିବାରୁ ବୈଷୟିକ ଶିକ୍ଷାରେ ସନ୍ତୁଷ୍ଟ ନ ଥିଲେ। ତେଣୁ ସେ ପ୍ରବେଶିକା ପରୀକ୍ଷା ଦେଇ ମେଡିକାଲ ପାଠ ପଢ଼ିଲେ। ୧୯୯୪ରେ ବ୍ରହ୍ମପୁରସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ୨୦୦୧ରେ ଡାକ୍ତରୀ ପାଠ ସରିବା ପରେ ୨୦୦୩ରେ ପ୍ରଥମ ନିଯୁକ୍ତି ଯୋଡ଼ା ବ୍ଲକ୍‌ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାଇଥିଲେ। ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ। ଫକିରଙ୍କ ଆଗରେ ମ୍ୟାଲେରିଆ ନିରାକରଣ ଏକ ବଡ଼ ଆହ୍ବାନ ଥିଲା। ସେ ପରିଶ୍ରମ କରି ଓ ଲୋକଙ୍କ ସହଯୋଗରେ ଏହାର ସଫଳ ମୁକାବିଲା କରିପାରିଥିଲେ। ୨୦୧୭ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ରେ ସାମିଲ ହୋଇଥିଲେ।
ଚାକିରି ସାଙ୍ଗକୁ ଲୋକଙ୍କ ସେବା କରିବାର ମନୋବୃତ୍ତି  ଓ ଦେଶ ପାଇଁ କିଛି କରିବାର ଦକ୍ଷତାକୁ ଦେଖି  ଆର୍‌ଏସ୍‌ଏସ୍‌ ପକ୍ଷରୁ ତାଙ୍କୁ ଜିଲା ସହ ସଂଘଚାଳକ ଭଳି ଗୁରୁଦାୟିତ୍ୱ ଦିଆଯାଇଥିଲା।  ଦୀର୍ଘ ୧୭ ବର୍ଷ ଧରି ଆଦିବାସୀ ଓ ଖଣି ପ୍ରଭାବିତ ଯୋଡ଼ା ଅଞ୍ଚଳରେ କାମ କରିବାକୁ ସୁଯୋଗ ପାଇଥିଲେ।  ୨୦୨୦ରେ ତାଙ୍କର ବଦଳି ସେଠାରୁ ୧୧୦ କି.ମି. ଦୂର ତେଲକୋଇକୁ ହୋଇଥିଲା।  କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ସେ ଗାଁ ଗାଁ ବୁଲି ଲୋକଙ୍କ ସେବା କରି ତେଲକୋଇବାସୀଙ୍କ ପ୍ରିୟଭାଜନ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ତାଙ୍କର ବଦଳି କଳାହାଣ୍ଡି ଜିଲା ଭବାନୀପାଟଣାକୁ ହୋଇଥିଲା।
ବିଧାୟକ କହନ୍ତି:
ଦୂର ସ୍ଥାନକୁ ବଦଳି ହେବା ପରେ ପରିବାରର ସ୍ଥିତି, ମାତାପିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ତେଲକୋଇ ଲୋକଙ୍କ ଭଲପାଇବାକୁ ଦେଖି ୨୦୨୩ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା କହିଛନ୍ତି। ସରକାରୀ ଚାକିରିରୁ ମୁକ୍ତ ହେବା ପରେ ୨୦୨୩ ନଭେମ୍ବର ୮ରେ ଭାଜପାରେ ବିଧିବଦ୍ଧ ଭାବରେ ଯୋଗଦେଇଥିଲେ। ଅବସର ପରେ ମଧ୍ୟ ସେ ଗଁା ଗଁା ବୁଲି ରୋଗୀ ସେବା କରି ଆସୁଥିଲେ। ପରେ ତାଙ୍କ କାମ ଓ ଦଳ ପ୍ରତି ଆନୁଗତ୍ୟକୁ ଦେଖି ଭାଜପା ତାଙ୍କ ଉପରେ ଆସ୍ଥା ରଖି ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା। ତାଙ୍କ ସ୍ତ୍ରୀ ଷ୍ଟାଫ୍‌ ନର୍ସ ଥିବା ବେଳେ ଏକମାତ୍ର ପୁଅ ଯୁକ୍ତ ୨ ବିଜ୍ଞାନରେ ପଢୁଛନ୍ତି।  ଲୋକଙ୍କ ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଥିବା କହିଛନ୍ତି।
– ରିପୋର୍ଟ: ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?