ମେଡିକାଲ ଅକ୍ସିଜେନ୍‌

ଏବେ ଆମ ଦେଶରେ ମେଡିକାଲ ଅକ୍ସିଜେନ୍‌ର ସଙ୍କଟ ଯୋଗୁଁ ବହୁ କରୋନା ରୋଗୀ ମୃତ୍ୟୁର ଶିକାର ହେଉଛନ୍ତି। ଏପରିକି ସରକାର ବିଦେଶରୁ ୫୦ ହଜାର ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ୍‌ କ୍ରୟ କରିବା ପାଇଁ ପ୍ରୟାସ କରୁଛନ୍ତି। ତେବେ ପ୍ରଶ୍ନ ଉଠେ, ମେଡିକାଲ ଅକ୍ସିଜେନ୍‌ କ’ଣ ଏବଂ ଏହା ସାଧାରଣ ଅକ୍ସିଜେନ୍‌ଠାରୁ ଅଲଗା କିପରି? ଆମ ବାୟୁମଣ୍ଡଳରେ ୨୧ ପ୍ରତିଶତ ଅର୍ଥାତ୍‌ ଏକ-ପଞ୍ଚମାଂଶ ଅକ୍ସିଜେନ୍‌ ଥିଲାବେଳେ ଏହାକୁ ବାୟୁମଣ୍ଡଳରୁ ସିଧାସଳଖ ଗ୍ରହଣ କରି ସିଲିଣ୍ଡରରେ ଭର୍ତ୍ତି ପୂର୍ବକ ରୋଗୀଙ୍କ ଶ୍ବାସକ୍ରିୟା ନିମନ୍ତେ ହସ୍‌ପିଟାଲକୁ ଯୋଗାଣ କରାଯାଇ ପାରିବ ନାହିଁ କାହିଁକି? ମେଡିକାଲ ଅକ୍ସିଜେନ୍‌ ପ୍ରସ୍ତୁତ କରାଯାଏ କିପରି, ଇତ୍ୟାଦି ଇତ୍ୟାଦି?
ମେଡିକାଲ ଅକ୍ସିଜେନ୍‌ କ’ଣ : ଆଇନ ଅନୁସାରେ ମେଡିକାଲ ଅକ୍ସିଜେନ୍‌ ସ୍ବାସ୍ଥ୍ୟକ୍ଷେତ୍ର ନିମନ୍ତେ ଏକ ଅତ୍ୟାବଶ୍ୟକ ସାମଗ୍ରୀ, ଯାହାକୁ୨୦୧୫ରେ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୂଚୀରେ ଏକ ଅତ୍ୟାବଶ୍ୟକ ସାମଗ୍ରୀ ରୂପେ ମାନ୍ୟତା ଲାଭ କରିଛି । ମେଡିକାଲ ଅକ୍ସିଜେନ୍‌ର ତାତ୍ପର୍ଯ୍ୟ ହେଉଛି ୯୮ ପ୍ରତିଶତ ପର୍ଯ୍ୟନ୍ତ ବିଶୁଦ୍ଧ ଅକ୍ସିଜେନ୍‌ ଯାହା ଅନ୍ୟ ପଦାର୍ଥ ଯଥା ଧୂଳିକଣା, ଜଳୀୟବାଷ୍ପ ଏବଂ ବିଭିନ୍ନ ଗ୍ୟାସ ସବୁରୁ ମୁକ୍ତ ଥାଏ। ଏହାକୁ ବାୟୁମଣ୍ଡଳରୁ ସିଧାସଳଖ ଗ୍ରହଣ କରି ସିଲିଣ୍ଡରରେ ଭର୍ତ୍ତି କରାଯାଇ ପାରିବ ନାହିଁ କାହିଁକି? ଆମ ଚାରିପଟେ ଥିବା ବାୟୁମଣ୍ଡଳରେ ମାତ୍ର ୨୧ ପ୍ରତିଶତ ଅକ୍ସିଜେନ୍‌ ଉପଲବ୍ଧ ଅଛି। ମାତ୍ର ଏହାକୁ ହସ୍‌ପିଟାଲରେ ଜରୁରିକାଳୀନ ଆବଶ୍ୟକତା ନିମନ୍ତେ ବିନିଯୋଗ କରାଯାଇ ପାରିବ ନାହିଁ। ମେଡିକାଲ ଅକ୍ସିଜେନ୍‌କୁ ପ୍ରକୃତପକ୍ଷରେ ବଡ ବଡ କାରଖାନାରେ ତରଳ ରୂପରେ ପ୍ରସ୍ତୁତ କରି ବିତରଣ କରାଯାଏ।
ମେଡିକାଲ ଅକ୍ସିଜେନ୍‌ ପ୍ରସ୍ତୁତ କରାଯାଏ କିପରି : ଯେପରି ଜଳକୁ ଶୂନ (୦) ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାକୁ ଥଣ୍ଡା କଲେ ଏହା ଅବସ୍ଥା ପରିବର୍ତ୍ତନ କରି ବରଫ ଏବଂ ୧୦୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାକୁ ଗରମ କଲେ ଅବସ୍ଥା ପରିବର୍ତ୍ତନ କରି ବାଷ୍ପରେ ପରିଣତ ହୁଏ।
ସେହିପରି ବାୟୁରେ ଥିବା ଅକ୍ସିଜେନ୍‌, ନାଇଟ୍ରୋଜେନ୍‌ ସମେତ ବିଭିନ୍ନ ଗ୍ୟାସ୍‌ ତାପମାତ୍ରା ଅନୁସାରେ ସେମାନଙ୍କ ଅବସ୍ଥା ପରିବର୍ତ୍ତନ କରିଥା’ନ୍ତି । ପ୍ରକୃତପକ୍ଷରେ, ସେମାନଙ୍କ ସ୍ଫୁଟନାଙ୍କ ଅତି କମ୍‌ ଥିବାରୁ ସେମାନେ ସାଧାରଣ ବାୟୁମଣ୍ଡଳୀୟ ତାପମାତ୍ରାରେ ଗ୍ୟାସ୍‌ ରୂପରେ ଥାଆନ୍ତି। ଅକ୍ସିଜେନ୍‌ -୧୮୩ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ଅବସ୍ଥା ପରିବର୍ତ୍ତନ କରି ତରଳରୁ ଗ୍ୟାସ୍‌ ରୂପରେ ପହଞ୍ଚତ୍ ଥାଏ। ଫଳରେ ଗ୍ୟାସୀୟ ଅକ୍ସିଜେନ୍‌କୁ -୧୮୩ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ଥଣ୍ଡା କଲେ ତାହା ତରଳ ଅକ୍ସିଜେନ୍‌ରେ ପରିଣତ ହୋଇଥାଏ। ମେଡିକାଲ ଅକ୍ସିଜେନ୍‌ ପ୍ରସ୍ତୁତ ନିମନ୍ତେ ଆମ ଚାରିପଟର ବାୟୁମଣ୍ଡଳରୁ ଶୁଦ୍ଧ ଅକ୍ସିଜେନ୍‌କୁ ବୈଜ୍ଞାନିକ ପ୍ରଣାଳୀରେ ପୃଥକ କରାଯାଇଥାଏ। ବାୟୁର ଗଠନ ଅନୁସାରେ, ଏହାର ୭୮ ପ୍ରତିଶତ ଭାଗ ନାଇଟ୍ରୋଜେନ୍‌, ୨୧ ପ୍ରତିଶତ ଅକ୍ସିଜେନ୍‌ ଏବଂ ଅବଶିଷ୍ଟ ପ୍ରତିଶତ ଆର୍ଗନ୍‌, ହିଲିୟମ୍‌, ନିୟନ୍‌, କ୍ରିପ୍ଟନ୍‌, ଜେନୋନ୍‌ ଭଳି କିଛି ଗ୍ୟାସରେ ଗଢା।  ଏହି ସବୁ ଗ୍ୟାସର ସ୍ଫୁଟନାଙ୍କ ଅତି କମ୍‌ ହୋଇଥିଲେ ମଧ୍ୟ ଅଲଗା ଅଲଗା। ଫଳରେ ଆମେ ବାୟୁକୁ ଥଣ୍ଡା କଲେ -୧୦୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ପ୍ରଥମେ ଜେନୋନ୍‌ ଗ୍ୟାସ୍‌ ତରଳୀକୃତ ହେବାରୁ ଏହାକୁ ଅଲଗା କରାଯାଇପାରେ। ତା’ପରେ -୧୫୩ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ କ୍ରିପ୍ଟନ୍‌ ଗ୍ୟାସ୍‌ ତରଳୀକୃତ ହୋଇ ଅଲଗା ହୋଇଯାଏ I ଆଉ ତା’ପରେ, ଅକ୍ସିଜେନ୍‌ -୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରରେ ତରଳୀକୃତ ହୋଇ ପୃଥକ ହୋଇଯାଏ। ବାୟୁରୁ ବିଭିନ୍ନ ଗ୍ୟାସକୁ ଅଲଗା କରିବାର ଏହି ପଦ୍ଧତିକୁ ‘କ୍ରାୟୋଜେନିକ ପଦ୍ଧତି’ କୁହାଯାଏ। ଏହି ପଦ୍ଧତି ଜରିଆରେ ବାୟୁରୁ ପୃଥକୀକୃତ ହେଉଥିବା ଅକ୍ସିଜେନ୍‌ ୯୯.୫ ପ୍ରତିଶତ ପର୍ଯ୍ୟନ୍ତ ଶୁଦ୍ଧ ହୋଇଥାଏ। ଏହି ସମସ୍ତ ପ୍ରକ୍ରିୟା ଅତି ଉଚ୍ଚ ଚାପରେ ସମ୍ପାଦିତ କରାଯାଏ ଯାହାଦ୍ବାରା ଗ୍ୟାସର ସ୍ଫୁଟନାଙ୍କ ଯଥେଷ୍ଟ ବଢି ଯାଉଥିବାରୁ ଗ୍ୟାସକୁ ବେଶି ଥଣ୍ଡା କରିବାକୁ ପଡେ ନାହିଁ। ଏହି ପ୍ରକ୍ରିୟା ସମ୍ପାଦନ ପୂର୍ବରୁ ସାଧାରଣ ବାୟୁରୁ ବିଭିନ୍ନ ଅଦରକାରୀ ପଦାର୍ଥ ଯଥା ଧୂଳିକଣା, ତୈଳକଣିକା ଇତ୍ୟାଦିକୁ ଫିଲ୍ଟର ଜରିଆରେ ଛାଣି ଅଲଗା କରାଯାଏ।
ଅକ୍ସିଜେନ୍‌ ହସ୍‌ପିଟାଲରେ ପହଞ୍ଚେ କିପରି : ଉତ୍ପାଦନକାରୀ କାରଖାନା ତରଳ ଅକ୍ସିଜେନକୁ ବଡ ବଡ କ୍ରାୟୋଜେନିକ ଟ୍ୟାଙ୍କରରେ ଭର୍ତ୍ତି କରି ଅତି ଶୀତଳ ତାପମାତ୍ରାରେ ଯାନ ଦ୍ବାରା ବିତରଣକାରୀ ସଂସ୍ଥାଙ୍କ ନିକଟରେ ପହଞ୍ଚାଏ।  ବିତରଣକାରୀ ସଂସ୍ଥା ଏହାର ଚାପ ହ୍ରାସ କରି ଗ୍ୟାସ୍‌ ରୂପକୁ ଆଣି ଅଲଗା ଅଲଗା ଆୟତନର ସିଲିଣ୍ଡରରେ ଭର୍ତ୍ତି ପୂର୍ବକ ହସ୍‌ପିଟାଲକୁ କିମ୍ବା ଛୋଟ ଯୋଗାଣକାରୀ ସଂସ୍ଥା ନିକଟକୁ ପ୍ରେରଣ କରେ।
ଜଣେ ମନୁଷ୍ୟ ପାଇଁ କେତେ ଅକ୍ସିଜେନ୍‌ ଆବଶ୍ୟକ : ପରିଶ୍ରମ କରୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଶ୍ବାସକ୍ରିୟା ପାଇଁ ପ୍ରତି ମିନିଟରେ ୭ ରୁ ୮ ଲିଟର ବାୟୁ ଆବଶ୍ୟକ ହୋଇଥାଏ। ଶ୍ବାସକ୍ରିୟା ଜରିଆରେ ଫୁସ୍‌ଫୁସକୁ ପ୍ରବେଶ କରୁଥିବା ବାୟୁରେ ପ୍ରାୟ ୨୦ ପ୍ରତିଶତ ଅକ୍ସିଜେନ୍‌ ଥିଲାବେଳେ ପ୍ରଶ୍ବାସରେ ନିର୍ଗତ ବାୟୁରେ ୧୫ ପ୍ରତିଶତ ଅକ୍ସିଜେନ୍‌ ରହିଥାଏ। ଅର୍ଥାତ୍‌, ଶ୍ବାସକ୍ରିୟା ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରୁଥିବା ବାୟୁର ମାତ୍ର ୫ ପ୍ରତିଶତ ଶରୀର ଦ୍ବାରା ବ୍ୟବହୃତ ହୋଇଥାଏ। ସୁତରାଂ ଜଣେ ସୁସ୍ଥ ବ୍ୟକ୍ତି ପାଇଁ ପ୍ରତି ୨୪ ଘଣ୍ଟାରେ ୫୫୦ ଲିଟର ଶୁଦ୍ଧ ଅକ୍ସିଜେନ୍‌ ଆବଶ୍ୟକ ହୋଇଥାଏ।
ମାତ୍ର ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଅକ୍ସିଜେନ୍‌ ଆବଶ୍ୟକ ପଡିଥାଏ। ଜଣେ ସୁସ୍ଥ ବ୍ୟକ୍ତି ପ୍ରତି ମିନିଟ୍‌ କୁ ୧୨ ରୁ ୨୦ ଥର ଶ୍ବାସକ୍ରିୟା ସମ୍ପାଦନ କରିଥା’ନ୍ତି I ଏହାଠାରୁ ଅଧିକ କିମ୍ବା କମ୍‌ ଶ୍ବାସକ୍ରିୟା ହାର କିଛି ଅସୁସ୍ଥତାର ଲକ୍ଷଣ ହୋଇପାରେ। (କ୍ରମଶଃ…)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri