Posted inଜାତୀୟ

‘ବାଇଡେନଙ୍କ ସହ ବୈଠକ ପରେ ମୋଦିଙ୍କୁ ପ୍ରଶ୍ନ କରିବାକୁ ମିଡିଆକୁ ଦିଆଗଲା ନାହିଁ ଅନୁମତି’, ଜୟରାମ ରମେଶଙ୍କ ଅଭିଯୋଗ

ନୂଆଦିଲ୍ଲୀ,୯।୯: କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ପରେ ଦୁଇ ନେତାଙ୍କୁ ପ୍ରଶ୍ନ ପଚାରିବାକୁ ବୈଦେଶିକ ଗଣମାଧ୍ୟମକୁ ଅନୁମତି ଦିଆଯାଇ ନାହିଁ। ଜୋ ବାଇଡେନଙ୍କ ଦଳରୁ ଉଦ୍ଧୃତ କରି ସେ ଏହି ଦାବି କରିଛନ୍ତି ଏବଂ କହିଛନ୍ତି ଯେ ବର୍ତ୍ତମାନ ସେପ୍ଟେମ୍ବର ୧୧ରେ ଜୋ ବାଇଡେନ ଭିଏତନାମରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବେ। ଜୟରାମ ରମେଶ ଏହା ମଧ୍ୟ କହିଛନ୍ତି ଯେ ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗଣତନ୍ତ୍ର ଏହିପରି କାର୍ଯ୍ୟ କରେ।
ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଜୋ ବାଇଡେନଙ୍କ ପାଇଁ ଏକ ସ୍ବତନ୍ତ୍ର ରାତ୍ରୀ ଭୋଜନ କରାଯାଇଥିଲା। ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହାକୁ ନେଇ ଜୟରାମ ରମେଶ ଏକ୍ସରେ ପୋଷ୍ଟ କରିଛନ୍ତି ରାଷ୍ଟ୍ରପତି ବାଇଡେନଙ୍କ ଟିମ ଅନେକ ଥର ଅନୁରୋଧ କରିବା ପରେ ବି ଖବରଦାତାଙ୍କୁ ଭାରତ ଦ୍ୱିପାକ୍ଷିକ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙକୁ ପ୍ରଶ୍ନ ପଚାରିବାକୁ ଅନୁମତି ଦିଆଯାଇ ନ ଥିଲା। ରଷ୍ଟ୍ରେପତି ସେପ୍ଟେମ୍ବର ୧୧ରେ ଭିଏତନାମରେ ତାଙ୍କ ସ ଆସିଥିବା ମିଡିଆର ପ୍ରଶ୍ନର ଉତ୍ତର ଦେବେ। ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ। ମୋଦିଙ୍କ ଶୈଳୀରେ ଗଣତନ୍ତ୍ର ଏହିପରି କାମ କରେ।

 


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri