ଢିଙ୍କିଆ ଗାଁ ମୁଣ୍ଡରୁ ଫେରିଲେ ମେଧା ପାଟେକର

କୁଜଙ୍ଗ,୭ା୬ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳର ଢିଙ୍କିଆ ଗ୍ରାମକୁ ସୋମବାର ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର ଆସିଥିଲେ। ଏହି ସମୟରେ ପ୍ରକଳ୍ପ ସପକ୍ଷବାଦୀଙ୍କ ବିରୋଧ ଯୋଗୁ ସେ ଗଁା ମୁଣ୍ଡରୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଏହି ଅଞ୍ଚଳରେ ମାନବାଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗକୁ ଭିତ୍ତିକରି ମେଧାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସ୍ଥିତି ଅନୁଧ୍ୟାନ ପାଇଁ କୁଜଙ୍ଗ ଆସିଥିଲେ। ଏଥିରେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଚାଷୀ ନେତା ଲିଙ୍ଗରାଜ ଓ ପ୍ରଫେସର ମନୋରଞ୍ଜନ ମହାନ୍ତି ସାମିଲ ହୋଇଥିଲେ। ସେମାନେ ପ୍ରଥମେ ସ୍ଥାନୀୟ ସବ୍‌ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କୁ ଭେଟିଥିଲେ। ଏହାପରେ ସେମାନେ ଢିଙ୍କିଆ ଗ୍ରାମ ଅଭିମୁଖେ ଯାଇଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବରପାଇ ପ୍ରକଳ୍ପ ସପକ୍ଷବାଦୀମାନେ ଢିଙ୍କିଆର ପାଟଣାପଟ ଗଁା ମୁଣ୍ଡରେ ସେମାନଙ୍କୁ ଅଟକାଇଥିଲେ।
ଗ୍ରାମବାସୀଙ୍କ ପକ୍ଷରୁ ଢିଙ୍କିଆ ଗ୍ରାମ୍ୟ କମିଟି ସଭାପତି ନୃସିଂହ ରାଉତ, ଉପଦେଷ୍ଟା ନିର୍ଭୟ ସାମନ୍ତରାୟ, ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର, ଅକ୍ଷୟ ବେହେରା, ଅକ୍ଷୟ ଦାସ, ସଂଗ୍ରାମ ସ୍ବାଇଁ, ଦେବଦତ୍ତ ସ୍ବାଇଁ ପ୍ରମୁଖ ଏହି ବିରୋଧର ନେତୃତ୍ୱ ନେଇଥିଲେ। କମିଟି ଉପଦେଷ୍ଟା ସାମନ୍ତରାୟ କହିଥିଲେ, ଆମେ ମେଧାଙ୍କୁ ବିରୋଧ କରୁନାହୁଁ। ମାତ୍ର ସମାଜବାଦୀ ପାର୍ଟିର ନେତା ପ୍ରଧାନ ଅତୀତରେ ଏହି ଗ୍ରାମକୁ ଆସି କେତେଜଣ ଲୋକଙ୍କୁ ମତାଇ ଠେଙ୍ଗା ରାଲି ବାହାର କରିଥିଲେ। ଏନେଇ ଗାଁରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏବେ ଆମ ଭିତରେ ଭାଇଚାରା ଫେରିଆସିଛି। ଆମେ ଆଉ ବାହାର ଲୋକଙ୍କୁ ଗାଁରେ ପୂରାଇ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଚାହୁଁନାହୁଁ। ତେଣୁ ଆପଣମାନେ ଫେରିଯାଆନ୍ତୁ। ମେଧା କହିଥିଲେ, ମୁଁ ଏଠାକୁ ଜେଲ୍‌ରେ ଥିବା ସ୍ବାଇଁଙ୍କ ପରିବାରକୁ ଭେଟିବାକୁ ଆସିଛି। ମାତ୍ର ଗ୍ରାମବାସୀ ତାଙ୍କୁ ଭିତରକୁ ଛାଡ଼ି ନ ଥିଲେ। ପୂର୍ବତନ ସରପଞ୍ଚ ଶିଶିର ମହାପାତ୍ର କହିଥିଲେ, ଆମ ଜୀବନ ଜୀବିକାର ମୂଳ ଉତ୍ସ ପାନ ବରଜ କାରଖାନା ଉଦ୍ଦେଶ୍ୟରେ ଭାଙ୍ଗି ସାରିଛୁ। ସେଥିପାଇଁ କ୍ଷତିପୂରଣ ପାଇସାରିଛୁ। ଅନ୍ୟପକ୍ଷରେ ପାନ ବରଜରେ କାମ କରୁଥିବା ଶ୍ରମିକମାନେ ସେମାନଙ୍କର ଦଶ ବର୍ଷର ଭତ୍ତା ପାଇସାରିଛନ୍ତି। ଏହାଛଡ଼ା ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ପାଇ ଏଠାକାର ଚାଷଜମିକୁ ଲବଣାକ୍ତ କରିଦେଇଛି। ଫଳରେ ଚାଷ ସମ୍ଭବ ନୁହେଁ, ଏହାକୁ ଦୃଷ୍ଟିରେ ରଖି ବିକଳ୍ପ ଜୀବିକା ନିମନ୍ତେ କାରଖାନା ହେଲେ ଆମେ ନିଯୁକ୍ତି ପାଇବୁ ବୋଲି ଯୁକ୍ତିରେ ସେ ଦର୍ଶାଇଥିଲେ। ଏ ପ୍ରସଙ୍ଗରେ ମେଧା କହିଥିଲେ, ଆପଣମାନଙ୍କୁ ଯଦି ସବୁ ଠିକ୍‌ଠାକ୍‌ ଲାଗୁଛି, ତାହା ହେଲେ ମୁଁ ଏଥିସହ ଏକମତ। ହେଲେ ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହେଲେ କିଛି କରାଯାଇପାରିବ ନାହିଁ। ଅତୀତରେ ଏଭଳି ବହୁ ଘଟଣା ନଜିର ରହିଛି। କିଛି କମ୍ପାନୀ ନିଯୁକ୍ତି ପ୍ରତିଶ୍ରୁତି ଦେଇ ପରେ ଓହରି ଯାଇଛନ୍ତି। ଫଳରେ ସେଠାରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିପାଇଁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇ ଫେରିଯାଇଥିଲେ।
ଅପରପକ୍ଷେ ମେଧାଙ୍କ ଆସିବା ଖବରପାଇ କେତେଜଣ ଲୋକ ଢିଙ୍କିଆର ତ୍ରିଲୋଚନପୁର ପଟ ଗଁା ମୁଣ୍ଡରେ ଜଗିଥିଲେ। ସେଠାରେ ଢିଙ୍କିଆର ଗୀତାଞ୍ଜଳି ଦାସ ପହଞ୍ଚତ୍ ରୁଣ୍ଡ ହୋଇଥିବା ଲୋକଙ୍କୁ ବିରୋଧ କରିବା ସହ ମାହାଳର ଜଣେ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭୟଚାନ୍ଦପୁର ଥାନାରେ ଖବର ଦିଆଯାଇଥିବା ପରେ ପୋଲିସ ପହଞ୍ଚତ୍ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?