Posted inଖେଳ

ହକି, ସ୍କ୍ବାଶ୍‌, ବ୍ରିଜ୍‌ରୁ ପଦକ ପକ୍କା

ହାଙ୍ଗଝୋ,୫ା୧୦(ପି.ଟି.): ୧୯ ତମ ଏସିଆନ୍‌ ଗେମ୍ସରେ ହକି, ସ୍କ୍ବାଶ୍‌ ଓ ବ୍ରିଜ୍‌ରେ ପଦକ ପକ୍କା କରିଛି ଭାରତ। ପୁରୁଷ ହକି ଦଳ ଦକ୍ଷିଣ କୋରିଆକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଦଳ ଜାପାନକୁ ଭେଟିବ। ଏହା ସହିତ ଏହି ଟୁର୍ନାମେଣ୍ଟ ବିଜୟୀ ହେଲେ ଭାରତ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବ। ଭାରତ ପକ୍ଷରୁ ହାର୍ଦ୍ଦିକ ସିଂ(୫), ମନଦୀପ ସିଂ(୧୧), ଲଳିତ ଉପାଧ୍ୟାୟ(୧୫), ଅମିତ ରୋହିଦାସ(୨୪) ଓ ଅଭିଷେକ(୫୪) ମିନିଟରେ ଭାରତ ପକ୍ଷରୁ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। କୋରିଆ ପକ୍ଷରୁ ମାନ୍‌ଜାଏ ଜୁଙ୍ଗ (୧୭, ୨୦ ଓ ୪୨) ମିନିଟରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଭାରତ ପ୍ରଥମ କ୍ୱାର୍ଟରରେ ୩-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଜୁଙ୍ଗ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଚାପରେ ରଖିଥିଲେ।
ସ୍କ୍ବାଶରେ ଭାରତୀୟ ଯୋଡି ଦୀପିକା ପାଲିକଲ୍‌-ହରିନ୍ଦର ପାଲ ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିବା ବେଳେ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ସୌରଭ ଘୋଷାଲ। ଅନ୍ୟତମ ମିକ୍ସଡ ଡବଲ୍ସ ଯୋଡି ଅନହତ ସିଂ-ଅଭୟ ସିଂ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ମାଲେସିଆ ଖେଳାଳିଙ୍କ ନିକଟରୁ ଉଭୟ ୧୧-୮, ୨-୧୧ ଓ ୯-୧୧ ସେଟରେ ହାରି ଯାଇଥିଲେ। ଦୀପିକା ପାଲିକଲ୍‌-ହରିନ୍ଦର ପାଲଙ୍କ ଯୋଡି ୭-୧୧, ୧୧-୭ ଓ ୧୧-୯ରେ ହଂକଂ ଯୋଡିକୁ ପରାସ୍ତ କରିଥିଲେ।

ବ୍ରିଜ୍‌ ଇଭେଣ୍ଟରେ ଭାରତ ୨-୧ରେ ଚାଇନାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବୁଧବାର ସେମି ଫାଇନାଲରେ ଭାରତ ୧୫୫.୬୦ ପଏଣ୍ଟ ସ୍କୋର କରିଥିବା ବେଳେ ଚାଇନା ୧୩୫ ପଏଣ୍ଟ ସ୍କୋର କରିଥିଲା। ଭାରତ ଓ ହଂକଂ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ବ୍ୟାଡ୍‌ମିଣ୍ଟନ ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୩ ଭାରତୀୟ। ପି.ଭି ସିନ୍ଧୁ, ଏଚ୍‌. ଏସ୍‌. ପ୍ରଣୟଙ୍କ ସମେତ ଡବଲ୍ସ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ଅନ୍ତିମ ୮ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ସେହିପରି ଭାରତୀୟ ପୁରୁଷ ଓ ମହିଳା କବାଡି ଦଳ ଥାଇଲାଣ୍ଡ ବିପକ୍ଷରେ ବୃହତ୍‌ ବିଜୟ ହାସଲ କରିଛନ୍ତି। ବୁଧବାର ପୁରୁଷ ଦଳ ୬୩-୨୬ରେ ବିଜୟୀ ହୋଇଥିବା ବେଳେ ମହିଳା ଦଳ ୫୪-୨୨ ପଏଣ୍ଟରେ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri