ଚାଲାକିରେ ମାଂସ ବିକ୍ରି

ମାନେକା ଗାନ୍ଧୀ

ପ୍ରାଣୀ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଅଧିକାଂଶ ଭାରତୀୟ ଶାକାହାରୀ। ‘ପିପୁଲ ଫର୍‌ ଆନିମଲ୍‌’ରେ ଆମେମାନେ ଏହି କାର୍ଯ୍ୟ ପ୍ରତି ଜୋର୍‌ ଦେଉ। ହେଲେ ତୁମେମାନେ ପ୍ରାଣୀମାନଙ୍କ ଯନତ୍ ନେବାକୁ ଚାହୁଁନାହଁ। ଏଥିପାଇଁ ସେମାନଙ୍କୁ ଖାଉଛ। କିନ୍ତୁ ଖାଦ୍ୟ ଓ ପ୍ରାଣୀହତ୍ୟାର ଧାରଣା ମଧ୍ୟରେ ଅଧିକାଂଶ ମାଂସାହାରୀଙ୍କର ଦ୍ୱନ୍ଦ୍ୱ ରହିଛି। ସେମାନେ ମାଂସର ସ୍ବାଦ ଉପଭୋଗ କରନ୍ତି, କିନ୍ତୁ ମାଂସ ପାଇବାର ପଦ୍ଧତିରେ ପ୍ରାଣୀମାନେ ଯେ ଭୀଷଣ କ୍ଷତି ସହୁଛନ୍ତି, ତାହା ଜାଣିବାକୁ ସଙ୍କୋଚ ପ୍ରକାଶ କରନ୍ତି। ପ୍ରାଣୀ ଏବଂ ମଣିଷଙ୍କ ମଧ୍ୟରେ ଏହି ସଂଘର୍ଷକୁ ମନସ୍ତାତ୍ତ୍ୱିକ ଭାଷାରେ କହନ୍ତି‘ ମିଟ୍‌ ପାରାଡକ୍ସ’ । ମାଂସାହାରୀ ମାଛ ବିହନ ଖାଇବେ। କିନ୍ତୁ ଏହାକୁ ଏକ ଜୀଅନ୍ତା ମାଛର ପେଟ କାଟି ବାହାର କରାଯାଇଛି ବୋଲି ଯଦି ତାଙ୍କୁ କେହି କହନ୍ତି, ତେବେ ସେ ଏହା ଶୁଣିବାକୁ ମନା କରିଦେବେ। ମାଂସାହାରୀ ବ୍ୟକ୍ତି ଏଥିପାଇଁ ଦାୟୀ , ଏହା ସେମାନେ ଅନୁଭବ କରିବାକୁ ଚାହାଁନ୍ତି ନାହିଁ। ମାଂସାହାରୀ ଏବଂ ବିକ୍ରେତାମାନେ ମାଂସର ଉତ୍ସ କେଉଁ ପ୍ରାଣୀ ତାହା ନ ଜଣାଇବା ପାଇଁ ରଣନୀତି ଆପଣାଇ ଏହି ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତି। ଉଦାହରଣ ସ୍ବରୂପ, ଏବେଠାରୁ ସଂଖ୍ୟାଧିତ୍କ ଯୁବକ ମାଂସ, ମାଂସ କମ୍ପାନୀ ଏବଂ ସରକାରରେ ଥିତ୍ବା ସେମାନଙ୍କ ସହଯୋଗୀଙ୍କଠାରୁ ଦୂରେଇବା ଆରମ୍ଭ କରିଛନ୍ତି। ମାଂସର ନାମ ବଦଳାଇ ଏହାକୁ ‘ପ୍ରୋଟିନ’ ଆଖ୍ୟା ଦେଉଥିବା କମ୍ପାନୀଗୁଡିକୁ ଏମାନେ ବି ତ୍ୟାଗ କରିବା ଆରମ୍ଭ କରିଛନ୍ତି। ମାଂସ କମ୍ପାନୀଗୁଡ଼ିକ ମାଂସର ନାମ ଲଗାତର ବଦଳାଇ ଆସୁଛନ୍ତି। ଏବେ ମାଂସ ଶବ୍ଦ ବଦଳରେ ‘ପ୍ରୋଟିନ’ ଶବ୍ଦ ବ୍ୟବହାର କରିବା ଏକ ଅସାଧୁ ତଥା ଚାଲାକି କାର୍ଯ୍ୟ । ଖାଉଟିଙ୍କୁ ପ୍ରଭାବିତ କରିବା ପାଇଁ ଏହା ଏକ ଶେଷ ସୁରକ୍ଷାମତ୍କ ପ୍ରୟାସ।
ସହରୀକରଣ ଏବଂ ମାଂସ ଉତ୍ପାଦନ ଟେକ୍‌ନୋଲୋଜି ଯୋଗୁ ବିଂଶ ଶତାବ୍ଦୀରେ ମାଂସ ଖାଇବା ଅତ୍ୟଧିକ ବଢିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ଲେଟରେ ମାଂସ ପହଞ୍ଚିବା ଯାଏ ପ୍ରାଣୀମାନଙ୍କୁ କିଭଳି ନିର୍ଯାତନା ଦିଆଯାଉଛି ତାହା ଜଣିବାକୁ ଗ୍ରାହକଙ୍କୁ ଦିଆଯାଉନି। ଏଥିରୁ ଲୋକମାନଙ୍କ ମାନସିକତାକୁ ପୃଥକ ରଖିବା ଲାଗି ମାଂସଶିଳ୍ପ ରଣନୀତି ଉପଯୋଗ କରୁଛି। ଏହିସବୁ ରଣନୀତି ପ୍ରତ୍ୟକ୍ଷ ଏବଂ ସ୍ପଷ୍ଟ ମଧ୍ୟ ହୋଇଛି। ପ୍ରାଣୀମାନେ କେବଳ ଲୋକମାନଙ୍କ ପାଇଁ ସୃଷ୍ଟି ବୋଲି ଅଧିକ ବ୍ୟାଖ୍ୟା କରାଯାଉଛି ଓ ଏଥିରେ ଧର୍ମ ଏବଂ ଈଶ୍ୱରଙ୍କୁ ବି ଯୋଡାଯାଉଛି। ଖାଦ୍ୟ ଓ ଉତ୍ପାଦ ବ୍ୟତୀତ ପୃଥିବୀରେ ଏମାନଙ୍କର ସ୍ବାଧୀନତାର ଗୁରୁତ୍ୱ ହିଁ ନାହିଁ। ଏହାସହ ପୋଷକ ଆଧାରରେ ମାଂସ ଖାଇବା ଉପରେ ଯୁକ୍ତି ଉପସ୍ଥାପନ କରାଯାଉଛି । ବାସ୍ତବରେ ଏହା ଅତି ଭୟଙ୍କର। ଏମିତି କି ଚିକିତ୍ସକ ଏବଂ ଖାଦ୍ୟ ବିଶେଷଜ୍ଞମାନେ ଏହା ଉପରେ ମୋହର ଲଗାଇ ଦେଇଛନ୍ତି। ଯେତେସବୁ ରଣନୀତି ଅପଣାଯାଉଛି ତାହା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କେଉଁ ଉତ୍ସରୁ ମାଂସ ଆସୁଛି ତା’ସମ୍ପର୍କରେ ଗ୍ରାହକଙ୍କୁ ଜଣାଯାଉନାହିଁ। ଚାଲାକିରେ ଏହାକୁ ସମ୍ପୂର୍ଣ୍ଣ ଅଲଗା କରି ରଖାଯିବା ଦ୍ୱାରା ମାଂସାହାରୀଙ୍କ ଉପରେ ଏହାର ଏକ ଗଭୀର ପ୍ରଭାବ ପଡୁଛି ବୋଲି ଗୁରୁତ୍ୱପୂର୍ଣ୍ଣ ଗବେଷଣା(କୁନ୍‌ଷ୍ଟ ଆଣ୍ଡ୍‌ ହୋଲେ(୨୦୧୬);ରୋଥରବର୍ଗ(୨୦୧୩);ଟିଆ, ହିଲ୍‌ଟନ ଏବଂ ବେକର (୨୦୧୬); ଫୋଏର(୨୦୦୯); ଜୟ(୨୦୧୧); ସିଙ୍ଗର (୧୯୯୫- ଗୁଡ଼ିକରୁ ଏହା ସ୍ପଷ୍ଟ ହୋଇଛି। ମିଟ୍‌ ପାରାଡକ୍ସ ବା ମାଂସ ମିଥ୍ୟାଭ୍ୟାସ ( ମାଂସର ବିପରୀତ ତଥ୍ୟ ରହିଥିଲେ ବି ତାହାକୁ ସହଜରେ ବୁଝାଯାଏ ନାହିଁ)ର ମୂଳରେ ରହିଛି ମାଂସର ସତ୍ୟତା ଉପରେ ରହିଥିବା ତୁମର ବିଶ୍ୱାସ ଏବଂ ଅନୁଭବ ମଧ୍ୟରେ ପ୍ରଭେଦ।
ମାଂସାହାରୀ ମଧ୍ୟ ତା’ ଅନ୍ତରାତ୍ମାକୁ ନିୟନ୍ତ୍ରଣ କରିବାକୁ ତଥା ମାଂସକୁ ପ୍ରାଣୀ ସହ ଯୋଡିବା ବନ୍ଦ କରିବା ପାଇଁ ଏକ ଜଟିଳ ରଣନୀତି ଆପଣାଏ। ଏଥିରେ ସେ କିଛି ଜାଣିବା ଲାଗି ଚାହେଁନି । ନିଜକୁ ଏଥିରୁ ଅଲଗା ରଖିବାରେ ସକ୍ରିୟତା ପ୍ରକାଶ କରିଥାଏ। ପୂର୍ବେ ମଣିଷ ପ୍ରାଣୀ ଶିକାର କରି ତା ମାଂସ ଖାଉଥିତ୍ଲା କିମ୍ବା ଯେଉଁଠି ପ୍ରାଣୀ ମରାଯାଉଥିଲା ତାହା ଦେଖୁୁଥିଲେ। କିନ୍ତୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରୁ ମାଂସାହାରୀଙ୍କୁ ମାଂସ ଉତ୍ପାଦନ କେନ୍ଦ୍ରଠାରୁ ଅଲଗା କରିଦିଆଗଲା। ମାଂସ ଉତ୍ସ ସମ୍ପର୍କରେ ସେମାନେ କିଛି ଜାଣିପାରିଲେ ନାହିଁ। ଗବେଷକ ସିଙ୍ଗରଙ୍କ ମତରେ, ଦୋକାନ କିମ୍ବା ରେସ୍ତୋରାଁରେ ମାଂସ ପାାଇବା ହେଉଛି ପ୍ରକ୍ରିୟାର ଶେଷ ସୋପାନ। ପୂରା ପ୍ରକ୍ରିୟାରେ ସବୁକିଛି ଏପରି କି ଶେଷ ଉତ୍ପାଦ ସମ୍ପର୍କିତ ତଥ୍ୟକୁ ଗୁପ୍ତ ରଖାଯାଏ। କେବଳ ଏକ ସଫା ପ୍ୟାକଟରେ ମାଂସ ଗ୍ରାହକଙ୍କ ପାଖରେ ପହଞ୍ଚିଥାଏ ଏବଂ ରୋଷେଇ କରାଯାଏ। ମାଂସଶିଳ୍ପ ଗ୍ରାହକଙ୍କ ମୁଣ୍ଡକୁ ଚତୁରତାର ସହ ନିୟନ୍ତ୍ରଣ କରେ। ଏଣୁ ସେ ପ୍ରାଣୀ ସମ୍ପର୍କରେ କିଛି ଜାଣିପାରେ ନାହିଁ। ପ୍ରାଣୀର ଅସଲ ପରିଚୟକୁ ଗୁପ୍ତ ରଖିତ୍ବା ଲାଗି ଭାଷା ବଦଳାଇ ଦିଆଯାଇଛି। ଘୁଷୁରିକୁ ପର୍କ, ସୌସେଜ,ହମ୍‌,ବାକୋନ୍‌ ଏବଂ ଗାଈକୁ ବିଫ୍‌ ଓ ବାଛୁରୀକୁ ଭିଲ୍‌.ଛେଳିକୁ ମଟନ୍‌ , କୁକୁଡ଼ା ମାଂସକୁ ଚିକେନ୍‌ ଏବଂ ହ୍ବାଇଟ ମିଟ୍‌ କୁହାଯାଉଛି। ଏସବୁ ଏବେ ପ୍ରୋଟିନ୍‌ ହୋଇଯାଇଛି।
ଏଥର ଆସିବା ପର୍ବ ଓ ପରମ୍ପରାକୁ। ଭାରତରେ ସବୁ ପର୍ବରେ ଶାକାହାର ବ୍ୟବସ୍ଥା ରହିଥିଲା। ଏବେ ଅନେକ ବାହାଘରରେ ମାଂସ ପରଷା ଯାଉଛି। ଦେବଦେବୀ ପାଖରେ ପଶୁ ବଳି ଦିଆଯାଉଛି। ୨୦୧୮ରେ ହୋମ ଏବଂ ୨୦୦୨ରେ ଟି ଭେଲଡେ ଏବଂ ତାଙ୍କ ସାଥୀମାନଙ୍କ ଗବେଷଣାରୁ ଜଣାପଡିଛି ଯେ,ମାଂସ କିଣିିବା ଓ ଖାଇବାକୁ ଲୋକେ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ସେମାନେ ଏହା କେଉଁ ପ୍ରାଣୀରୁ ଆସିଛି ତାହା ଉପରେ ଧ୍ୟାନ ଦେଉନାହାନ୍ତି। ୨୦୧୨ରେ ଇଭାନ୍ସ ଏବଂ ମିଲି ମାଂସ ଉପତ୍ାଦଗୁଡ଼ିକୁ ନେଇ ଗ୍ରାହକମାନଙ୍କର ବାର୍ତ୍ତାଳାପ ଉପରେ ଅନୁଧ୍ୟାନ କରଥିଲେ। ଏଥିରେ ସେମାନେ ପ୍ରାଣୀଙ୍କ ନାମ ବଦଳରେ ଯେଉଁ ସବୁ ନାମ ( ଯଥା ପର୍କ, ବିଫ ଏବଂ ମଟନ) ବ୍ୟବହାର କରାଯାଉଛି,ସେଥିରୁ ଗ୍ରାହକମାନେ ସେହି ମାଂସର ଉତ୍ସ ପ୍ରାଣୀଙ୍କ ନାମ ପ୍ରକାଶ କରିପାରି ନ ଥିଲେ। କୁନ୍‌ଷ୍ଟ ଏବଂ ହୋଲେ ( ୨୦୧୬)ରେ ମାଂସ ପ୍ରସ୍ତୁତି ଏବଂ ତାହାକୁ ବିକ୍ରି କରିବାର ପ୍ରକ୍ରିୟା ଉପରେ ମଧ୍ୟ ଅନୁଧ୍ୟାନ କରିଥିତ୍ଲେ। ପ୍ରାଣୀର ନାମରୁ ଉତ୍ପାଦର ନାମ ପରିବର୍ତ୍ତନ କରିବା ଦ୍ୱାରା ଗ୍ରାହକମାନଙ୍କ ଠାରେ କମ୍‌ ଘୃଣା ପ୍ରକାଶ ପାଇବା ସହ ପ୍ରାଣୀ ହତ୍ୟା କରିବା ଉପରେ ସମ୍ବେଦନଶୀଳତା କମିବା ଲକ୍ଷ୍ୟ କରାଯାଇଥିତ୍ଲା। ଏହା ମଧ୍ୟ ଖାଇବାର ବ୍ୟଗ୍ରତା ବଢ଼ାଇବା ଦେଖାଯାଇଥିଲା। ଯଦି ପ୍ରାଣୀମାଂସର ଉତ୍ସ ସମ୍ପର୍କରେ ପ୍ରକାଶ କରାଯାଆନ୍ତା, ତେବେ ଗ୍ରାହକମାନେ ଖାଇବା ଛାଡି ଶାକାହାରୀ ହୋଇ ଯାଆନ୍ତେ । ଏହା ସେମାନଙ୍କ ମାନସିକ ପୃଥକତାରେ ବାଧାଦେବା ସହ ମାଂସ ଖାଇବା କମିଯାଆନ୍ତା ବୋଲି ଗବେଷକମାନେ ପ୍ରକାଶ କରିଥିତ୍ଲେ। ପ୍ରାଣୀଙ୍କ ମାଂସ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇବା ପରେ କୋଭିଡ ମହାମାରୀ ସମୟରେ ଚାଇନାର ଉହାନର ମାର୍କେଟଗୁଡ଼ିକ ବନ୍ଦ ହେବା ଓ ମାଂସାହାରୀଙ୍କ ସଂଖ୍ୟା କମିଯିବା ଏଥିରୁ ସହଜରେ ବୁଝାପଡେ।
୨୦୦୨ରେ କୁବେରୋଡ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ,ମହିଳାଙ୍କ ତୁଳନାରେ ପୁରୁଷମାନେ ମାଂସର ଉତ୍ସ ସମ୍ପର୍କରେ ଅଧିକ ସଚେତନ। ମହିଳାମାନେ କେଉଁ ପ୍ରାଣୀର ମାଂସ ତାହା ଖାଇବା ସମୟରେ ଜାଣିବାକୁ ଚାହାନ୍ତି ନାହିଁ। ଯଦି ସେମାନଙ୍କୁ ଏହା ମନେପକାଇ ଦିଆଯାଏ ତେବେ ସେମାନେ ଅସହଜ ଅନୁଭବ କରନ୍ତି ଓ ବେଳେବେଳେ ମାଂସ ଖାଇ ନ ଥାନ୍ତି। ୨୦୧୮ରେ କୁପଶାଲାଙ୍କ ଅନୁଧ୍ୟାନରୁ ଜଣାପଡିଛି ଯେ,ମାଂସ ପାଇଁ ପ୍ରାଣୀ ହତ୍ୟାକୁ ନେଇ ମାଂସାହାରୀ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଚିନ୍ତା ପ୍ରକଟ କରିଥାନ୍ତି। ମାଂସର ଉତ୍ସ ଠାରୁ ଗ୍ରାହକମାନଙ୍କୁ ପୃଥକ କରି ରଖିବାର ଅନ୍ୟ କୌଶଳ ବି କମ୍ପାନୀଗୁଡ଼ିକ ଆପଣାଇଥାଆନ୍ତି। ପୌରୁଷତ୍ୱ କ୍ଷେତ୍ରରେ ମାଂସର ଭୂମିକା ସମ୍ପର୍କରେ ବିଜ୍ଞାପନ ଦେଇ ସିଧାସଳଖ ବିକ୍ରି କରିଥାନ୍ତି। ମହିଳାଙ୍କ କ୍ଷେତ୍ରରେ ପରୋକ୍ଷ ଉପାୟ ଅବଲମ୍ବନ କରିଥାଆନ୍ତି। ସେମାନେ କିଭଳି ଏହାକୁ ଘୃଣା ନ କରିବେ ଏବଂ ଦୂରେଇ ନ ଯିବେ, ସେଥିପାଇଁ ପ୍ରାଣୀଙ୍କ ନାମ ଗୁପ୍ତ ରଖିତ୍ତ୍ବା ପାଇଁ କମ୍ପାନୀ ଏକ ସୁନ୍ଦର ନାମ ଦେଇ ମାଂସ ବିକ୍ରି କରନ୍ତି।
ଗବେଷକ କୁବେରୋଡ ମଧ୍ୟ ଗ୍ରାମୀଣ ଏବଂ ସହରାଞ୍ଚଳର ଗ୍ରହକମାନଙ୍କ ଉପରେ ଅନୁଧ୍ୟାନ କରିଛନ୍ତି। ମାଂସ ପ୍ୟାକେଜିଂ ଏବଂ ବିକ୍ରିକୁ ମାଂସଠାରୁ ଏହାର ଉତ୍ସକୁ ଗୁପ୍ତ ରଖି କରାଯାଉଛି ବୋଲି ଉଭୟ ଗ୍ରାହକ ଏକମତ ହୋଇଛନ୍ତି। ଯଦି ପର୍କ ମାଂସ ଉପରେ ଘୁଷୁରିର ଛବି କିମ୍ବା ଅଣ୍ଡା କାର୍ଟୁନ ଉପରେ ଆବଦ୍ଧ ଯନ୍ତାରେ ରଖାଯାଇଥିବା କୁକୁଡାଙ୍କ ଛବି ଲଗାଯାଆନ୍ତା, ତେବେ ସେମାନେ ଏହାକୁ କିଣନ୍ତେ ନାହଁ ବୋଲି ସେ ପ୍ରକାଶ କରିଛନ୍ତି। ମାଂସ ଉତ୍ପାଦ ଶିଳ୍ପ ବା କମ୍ପାନୀଗୁଡ଼ିକର ମାଂସଠାରୁ ପ୍ରାଣୀଙ୍କୁ ଅଲଗା କରି ରଖିବାର ପ୍ରକ୍ରିୟାକୁ ଭାଙ୍ଗି ମାଂସଶିଳ୍ପର ମିିଛକୁ ବାହାରକୁ ଆଣି ସେଥିରୁ ସତ ଜାଣି ଆମେ ଶାକାହାରୀ ହେବାର ଅଧିକ ସମ୍ଭାବନା ଅଛି କି? ସମସ୍ତଙ୍କର ଆମତ୍ବିଚାର ବା ବିବେକ ରହିଛି। ମାଂସଶିଳ୍ପ ଏହାକୁ ଲୋପ କରିଦେବାକୁ ଚେଷ୍ଟା କରୁଛି। ଏଣୁ ଆମେ ବିବେକକୁ ଅଧିତ୍କ ସ୍ରକିୟ କରିବାକୁ ଚେଷ୍ଟା କରିବା ଉଚିତ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri