୧୨ ବର୍ଷ ହେଲା ଭଣ୍ଡାଉଛି ଏମ୍‌ସିଏଲ୍‌

ତାଳଚେର, ୩ା୯ (ନି.ପ୍ର.): ଜମି ବଦଳରେ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ। ଖଣିରେ ଦିଆଯିବ ନିଯୁକ୍ତି। ଥଇଥାନ ବ୍ୟବସ୍ଥା ମଧ୍ୟ କରିବ କୋଇଲା କମ୍ପାନୀ। ଏପରି ପ୍ରଲୋଭନ ଦେଖାଇ ହିଙ୍ଗୁଳା କ୍ଷେତ୍ର ନିମନ୍ତେ ୨୦୧୦ରେ ତାଳଚେର ଗୋପାଳପ୍ରସାଦବାସୀଙ୍କ ୩୪୮ ଏକର ଜମି ଅଧିଗ୍ରହଣ କରିଥିଲା ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌)। ହେଲେ ୧୨ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି, କ୍ଷତିପୂରଣ ନ ଦେଇ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଭଣ୍ଡାଇ ଚାଲିଥିବା କ୍ଷତିଗ୍ରସ୍ତମାନେ ଅଭିଯୋଗ କରିଛନ୍ତି। ଏପରି କି ଅନୁଗୋଳ ଜିଲା ପ୍ରଶାସନର ବାରମ୍ବାର ନିର୍ଦ୍ଦେଶକୁ ଏମ୍‌ସିଏଲ୍‌ ବେଖାତିର କରୁଥିବାରୁ ଶୁକ୍ରବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗୋପାଳପ୍ରସାଦର ୧୫୦ରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ। ସେମାନେ ହିଙ୍ଗୁଳା ଏରିଆ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ୪ ତାରିଖ ମଧ୍ୟରେ ନ୍ୟାୟ ନ ମିଳିଲେ ୫ରେ ସମୂହ ଗଣଧାରଣା ଦିଆଯିବା ସହ ୬ ତାରିଖରୁ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ଗୋପାଳପ୍ରସାଦ ସୀମାରେ ପୂରାଇ ଦିଆଯିବ ନାହିଁ ବୋଲି କ୍ଷତିଗ୍ରସ୍ତମାନେ ଚେତାବନୀ ଦେଇଛନ୍ତି।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ୨୦୧୦ ମସିହାରେ ତାଳଚେରସ୍ଥିତ ହିଙ୍ଗୁଳା କ୍ଷେତ୍ର ନିମନ୍ତେ ଏମ୍‌ସିଏଲ୍‌ ପକ୍ଷରୁ ୩ୟ ପର୍ଯ୍ୟାୟରେ ଗୋପାଳପ୍ରସାଦ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ୩୪୮ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ସେହି ଏକା ସମୟରେ ନିକଟସ୍ଥ ମଲ୍ଲିବନ୍ଧ ଓ କୁସୁମପାଳ ଗ୍ରାମର ଜମି ମଧ୍ୟ ଅଧିଗୃହୀତ ହୋଇଥିଲା। ହେଲେ ମଲ୍ଲିବନ୍ଧ ଓ କୁସୁମପାଳ ଗ୍ରାମର କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିସାରିଥିବା ବେଳେ ଗୋପାଳପ୍ରସାଦର କ୍ଷତିଗ୍ରସ୍ତଙ୍କୁ ଏମ୍‌ସିଏଲ୍‌ ପକ୍ଷରୁ ଉପେକ୍ଷା କରାଯାଇ ଆସୁଛି। ଅଧିଗ୍ରହଣ ହୋଇଥିବା ଜମିରେ ଚାଲିଥିବା ଖଣି କାର୍ଯ୍ୟ ଏବେ ଗ୍ରାମର ଅତି ନିକଟକୁ ଚାଲିଆସିଲାଣି। ଫଳରେ ଘନ ଘନ ବିସ୍ଫୋରଣ ଓ ପ୍ରଦୂଷଣ ଯୋଗୁ ଗ୍ରାମରେ ଆଉ ରହିହେଉ ନାହିଁ। ଏ ସମ୍ପର୍କରେ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଗତ ଜୁନ ୨୩ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ, ଭୂ-ଅର୍ଜନ ଅଧିକାରୀ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ କ୍ଷତିଗ୍ରସ୍ତମାନେ ଉପସ୍ଥିତ ଥିଲେ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯିବା ସହିତ ଉଚିତ କ୍ଷତିପୂରଣ ନିର୍ଦ୍ଧାରଣ କରିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ହେଲେ ପ୍ରଶାସନର ନିର୍ଦ୍ଦେଶକୁ ଏମ୍‌ସିଏଲ୍‌ ପକ୍ଷରୁ ଅଦ୍ୟାବଧି କାର୍ଯ୍ୟକାରୀ କରାଗଲା ନାହିଁ। ତେଣୁ ତୁରନ୍ତ କଟ୍‌ ଅଫ୍‌ ଡେଟ୍‌ ଘୋଷଣା କରାଯିବା, ସମସ୍ତ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି, ଉଚିତ କ୍ଷତିପୂରଣ ପ୍ରଦାନ ଦାବିରେ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ କେବଳ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ତୃତୀୟ ପର୍ଯ୍ୟାୟ କ୍ଷତିଗ୍ରସ୍ତ ସଭାପତି ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ଯେଉଁଠି ଜିଲା ପ୍ରଶାସନର ନିର୍ଦ୍ଦେଶକୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପାଳନ କରୁନାହାନ୍ତି, ସେଠି ଗ୍ରାମବାସୀଙ୍କୁ କିଭଳି ଗୁରୁତ୍ୱ ଦେଉଥିବେ ଏଥିରୁ ଅନୁମାନ କରାଯାଇପାରେ। ଉପଦେଷ୍ଟା ରାଜେନ୍ଦ୍ର କୁମାର ସିଂହ କହିଛନ୍ତି, କ୍ଷତିଗ୍ରସ୍ତମାନେ ନିଜ ଅଧିକାର ନ ପାଇବା ପର୍ଯ୍ୟନ୍ତ ଏମ୍‌ସିଏଲ୍‌କୁ ଅସହଯୋଗ କରିବାକୁ ସ୍ଥିର କରାଯାଇଛି। ଗୋପାଳପ୍ରସାଦ ଗ୍ରାମ ସଭାପତି ନରେନ୍ଦ୍ର ସିଂହ କହିଛନ୍ତି, ଜିଲାପାଳ, ଉପଜିଲାପାଳ ଓ ତାଳଚେର ପ୍ରଶାସନ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କଲେ ମଧ୍ୟ କର୍ତ୍ତୃପକ୍ଷ ନିଯୁକ୍ତି, କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନେଉନାହାନ୍ତି। ସାଧାରଣ ସମ୍ପାଦକ ରଣଜିତ ବେହେରା କହିଛନ୍ତି, ଧୂଳି, ଧୂଆଁ ଓ ପ୍ରଦୂଷଣ ଯୋଗୁ ଗ୍ରାମରେ ରହିହେଉ ନାହିଁ। ଗ୍ରାମବାସୀଙ୍କ କଥା ଶୁଣିବାକୁ କେହି ନାହାନ୍ତି। ଅଭିଯୋଗ ସମ୍ପର୍କରେ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଏ.କେ. ସ୍ବର୍ଣ୍ଣକାର ଓ ଏମ୍‌ସିଏଲ୍‌ ଲୋକ ସମ୍ପର୍କ ଅଧିକାରୀ ଏଲ୍‌.ଏନ୍‌. ମିଶ୍ରଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଉଛି ଓଡ଼ିଶା

କଟକ ଅଫିସ, ୨୪ା୫- ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ଫଳରେ ଚିକିତ୍ସା ପାଇଁ ବହୁ ସଂଖ୍ୟକ ରୋଗୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି...

ସଂକ୍ରମଣ ରୋକିବାକୁ ଜାଗତିଆର

ଢେଙ୍କାନାଳ ଅଫିସ, ୨୫।୩ – ଢେଙ୍କାନାଳ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯିବାପରେ କରୋନା ସଂକ୍ରମଣ ରୋକିବାକୁ ଜୋର୍‌ ଦେଉଛି ପ୍ରଶାସନ। ବାଜିଚୌକ୍‌ସ୍ଥିତ ପୁରୁଣା ଜିଲା ମୁଖ୍ୟ...

ମହାନଦୀକୁ ଡେଇଁ ଯୁବକ ନିଖୋଜ

କଟକ ଅଫିସ,୨୭।୮: ମହାନଦୀକୁ ଡେଇଁ ଯୁବକ ନିଖୋଜ। କଟକ ମୁଣ୍ଡଳି ବ୍ରିଜ୍‌ ଉପରେ ସ୍କୁଟି ରଖି ଯୁବକ ଡେଇଁ ପଡିଥିବା ଜଣାପଡିଛି। ତେବେ ଯୁବକ ଜଣଙ୍କ...

୭ ଜିଲାର ୪୨ ବ୍ଲକ ଅଞ୍ଚଳ ଲବଣାକ୍ତ

ଯାଜପୁର ଅଫିସ,୨୨ା୨: ରାଜ୍ୟର ୭ଟି ଉପକୂଳ ଜିଲାରେ ଲବଣତା ଅନ୍ତଃପ୍ରବେଶ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭୂତଳ ଜଳ ବିଭାଗ ବା ଗ୍ରାଉଣ୍ଡ ୱାଟର...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଅଟକ

କପ୍ତିପଦା,୨୬ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ପୋଲିସ୍‌...

ରଘୁନାଥପାଲି ବିଧାନସଭାରେ ବିଜେଡି ଆଗୁଆ

ରାଉରକେଲା,୨୩।୫: ରଘୁନାଥପାଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ତରାଇ ଆଗରେ ଅଛନ୍ତି। କିଶୋର ୧୧୪୬୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜଗବନ୍ଧୁ...

କାର୍ତ୍ତିକ ଶେଷ ସୋମବାର : ଦୂତିକେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ଗାଁ,୧୧।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ନିକଟସ୍ଥ ବାବା ଦୂତିକେଶ୍ୱର ମହାଦେବଙ୍କ ପୀଠରେ କାର୍ତ୍ତିକ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋର୍‌ରୁ ଭକ୍ତମାନେ...

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର...

Advertisement
Archives

Model This Week