୧୨ ବର୍ଷ ହେଲା ଭଣ୍ଡାଉଛି ଏମ୍‌ସିଏଲ୍‌

ତାଳଚେର, ୩ା୯ (ନି.ପ୍ର.): ଜମି ବଦଳରେ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ। ଖଣିରେ ଦିଆଯିବ ନିଯୁକ୍ତି। ଥଇଥାନ ବ୍ୟବସ୍ଥା ମଧ୍ୟ କରିବ କୋଇଲା କମ୍ପାନୀ। ଏପରି ପ୍ରଲୋଭନ ଦେଖାଇ ହିଙ୍ଗୁଳା କ୍ଷେତ୍ର ନିମନ୍ତେ ୨୦୧୦ରେ ତାଳଚେର ଗୋପାଳପ୍ରସାଦବାସୀଙ୍କ ୩୪୮ ଏକର ଜମି ଅଧିଗ୍ରହଣ କରିଥିଲା ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌)। ହେଲେ ୧୨ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି, କ୍ଷତିପୂରଣ ନ ଦେଇ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଭଣ୍ଡାଇ ଚାଲିଥିବା କ୍ଷତିଗ୍ରସ୍ତମାନେ ଅଭିଯୋଗ କରିଛନ୍ତି। ଏପରି କି ଅନୁଗୋଳ ଜିଲା ପ୍ରଶାସନର ବାରମ୍ବାର ନିର୍ଦ୍ଦେଶକୁ ଏମ୍‌ସିଏଲ୍‌ ବେଖାତିର କରୁଥିବାରୁ ଶୁକ୍ରବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗୋପାଳପ୍ରସାଦର ୧୫୦ରୁ ଊର୍ଦ୍ଧ୍ୱ କ୍ଷତିଗ୍ରସ୍ତ। ସେମାନେ ହିଙ୍ଗୁଳା ଏରିଆ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ୪ ତାରିଖ ମଧ୍ୟରେ ନ୍ୟାୟ ନ ମିଳିଲେ ୫ରେ ସମୂହ ଗଣଧାରଣା ଦିଆଯିବା ସହ ୬ ତାରିଖରୁ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ଗୋପାଳପ୍ରସାଦ ସୀମାରେ ପୂରାଇ ଦିଆଯିବ ନାହିଁ ବୋଲି କ୍ଷତିଗ୍ରସ୍ତମାନେ ଚେତାବନୀ ଦେଇଛନ୍ତି।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ୨୦୧୦ ମସିହାରେ ତାଳଚେରସ୍ଥିତ ହିଙ୍ଗୁଳା କ୍ଷେତ୍ର ନିମନ୍ତେ ଏମ୍‌ସିଏଲ୍‌ ପକ୍ଷରୁ ୩ୟ ପର୍ଯ୍ୟାୟରେ ଗୋପାଳପ୍ରସାଦ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ୩୪୮ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ସେହି ଏକା ସମୟରେ ନିକଟସ୍ଥ ମଲ୍ଲିବନ୍ଧ ଓ କୁସୁମପାଳ ଗ୍ରାମର ଜମି ମଧ୍ୟ ଅଧିଗୃହୀତ ହୋଇଥିଲା। ହେଲେ ମଲ୍ଲିବନ୍ଧ ଓ କୁସୁମପାଳ ଗ୍ରାମର କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିସାରିଥିବା ବେଳେ ଗୋପାଳପ୍ରସାଦର କ୍ଷତିଗ୍ରସ୍ତଙ୍କୁ ଏମ୍‌ସିଏଲ୍‌ ପକ୍ଷରୁ ଉପେକ୍ଷା କରାଯାଇ ଆସୁଛି। ଅଧିଗ୍ରହଣ ହୋଇଥିବା ଜମିରେ ଚାଲିଥିବା ଖଣି କାର୍ଯ୍ୟ ଏବେ ଗ୍ରାମର ଅତି ନିକଟକୁ ଚାଲିଆସିଲାଣି। ଫଳରେ ଘନ ଘନ ବିସ୍ଫୋରଣ ଓ ପ୍ରଦୂଷଣ ଯୋଗୁ ଗ୍ରାମରେ ଆଉ ରହିହେଉ ନାହିଁ। ଏ ସମ୍ପର୍କରେ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଗତ ଜୁନ ୨୩ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ, ଭୂ-ଅର୍ଜନ ଅଧିକାରୀ, ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ କ୍ଷତିଗ୍ରସ୍ତମାନେ ଉପସ୍ଥିତ ଥିଲେ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯିବା ସହିତ ଉଚିତ କ୍ଷତିପୂରଣ ନିର୍ଦ୍ଧାରଣ କରିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ହେଲେ ପ୍ରଶାସନର ନିର୍ଦ୍ଦେଶକୁ ଏମ୍‌ସିଏଲ୍‌ ପକ୍ଷରୁ ଅଦ୍ୟାବଧି କାର୍ଯ୍ୟକାରୀ କରାଗଲା ନାହିଁ। ତେଣୁ ତୁରନ୍ତ କଟ୍‌ ଅଫ୍‌ ଡେଟ୍‌ ଘୋଷଣା କରାଯିବା, ସମସ୍ତ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି, ଉଚିତ କ୍ଷତିପୂରଣ ପ୍ରଦାନ ଦାବିରେ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏଥିପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ କେବଳ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ତୃତୀୟ ପର୍ଯ୍ୟାୟ କ୍ଷତିଗ୍ରସ୍ତ ସଭାପତି ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ଯେଉଁଠି ଜିଲା ପ୍ରଶାସନର ନିର୍ଦ୍ଦେଶକୁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପାଳନ କରୁନାହାନ୍ତି, ସେଠି ଗ୍ରାମବାସୀଙ୍କୁ କିଭଳି ଗୁରୁତ୍ୱ ଦେଉଥିବେ ଏଥିରୁ ଅନୁମାନ କରାଯାଇପାରେ। ଉପଦେଷ୍ଟା ରାଜେନ୍ଦ୍ର କୁମାର ସିଂହ କହିଛନ୍ତି, କ୍ଷତିଗ୍ରସ୍ତମାନେ ନିଜ ଅଧିକାର ନ ପାଇବା ପର୍ଯ୍ୟନ୍ତ ଏମ୍‌ସିଏଲ୍‌କୁ ଅସହଯୋଗ କରିବାକୁ ସ୍ଥିର କରାଯାଇଛି। ଗୋପାଳପ୍ରସାଦ ଗ୍ରାମ ସଭାପତି ନରେନ୍ଦ୍ର ସିଂହ କହିଛନ୍ତି, ଜିଲାପାଳ, ଉପଜିଲାପାଳ ଓ ତାଳଚେର ପ୍ରଶାସନ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌ କଲେ ମଧ୍ୟ କର୍ତ୍ତୃପକ୍ଷ ନିଯୁକ୍ତି, କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନେଉନାହାନ୍ତି। ସାଧାରଣ ସମ୍ପାଦକ ରଣଜିତ ବେହେରା କହିଛନ୍ତି, ଧୂଳି, ଧୂଆଁ ଓ ପ୍ରଦୂଷଣ ଯୋଗୁ ଗ୍ରାମରେ ରହିହେଉ ନାହିଁ। ଗ୍ରାମବାସୀଙ୍କ କଥା ଶୁଣିବାକୁ କେହି ନାହାନ୍ତି। ଅଭିଯୋଗ ସମ୍ପର୍କରେ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ଏ.କେ. ସ୍ବର୍ଣ୍ଣକାର ଓ ଏମ୍‌ସିଏଲ୍‌ ଲୋକ ସମ୍ପର୍କ ଅଧିକାରୀ ଏଲ୍‌.ଏନ୍‌. ମିଶ୍ରଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri