ବ୍ଲଡ୍‌ ଗ୍ରୁପ୍‌ ଜଣାଇବ ହୃଦ୍‌ଘାତ ଆଶଙ୍କା

ଓ୍ବାଶିଂଟନ,୩।୯: ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ତାହା ବ୍ଲଡ୍‌ ଗ୍ରୁପ୍‌ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍‌ ସ୍କୁଲ ଅଫ୍‌ ମେଡିସିନ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। କମ୍‌ ବୟସ ବର୍ଗଙ୍କ କ୍ଷେତ୍ରରେ ହୃଦ୍‌ଘାତ ସମସ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଅନୁସନ୍ଧାନ କରାଯାଇଥିଲା। ଦୁଇ ପ୍ରକାର ବ୍ୟକ୍ତି ବିଶେଷଙ୍କ ବ୍ଲଡ୍‌ ଗ୍ରୁପ୍‌କୁ ନେଇ ବିଶେଷଜ୍ଞମାନେ ଏହି ଷ୍ଟଡି କରିଛନ୍ତି। ଯୁବଗୋଷ୍ଠୀ ଯେଉଁମାନଙ୍କଠାରେ ହୃଦ୍‌ଘାତ ସମସ୍ୟା ଦେଖାଦେଇଛି ଏବଂ ବୟସ୍କ ବର୍ଗ ଯେଉଁମାନେ ଆଦୌ ଏହି ସମସ୍ୟା ଅନୁଭବ କରି ନାହାନ୍ତି। ଅଧ୍ୟୟନ ରିପୋର୍ଟ ମୁତାବକ ‘ଏ ’ ବ୍ଲଡ୍‌ଗ୍ରୁପ୍‌ ଧାରୀ ବକ୍ତିମାନଙ୍କ କ୍ଷେତ୍ରରେ ୬୦ ବର୍ଷ ପୂର୍ବରୁ ହୃଦ୍‌ଘାତ ଜନିତ ସମସ୍ୟା ଦେଖାଯିବାକୁ ଥିବବେଳେ ଯେଉଁମାନଙ୍କ ବ୍ଲଡ୍‌ଗ୍ରୁପ୍‌ ‘ଓ’ ସେମାନଙ୍କଠାରେ ହୃଦ୍‌ଘାତ ଆଶଙ୍କା କମ୍‌ ।
ନ୍ୟୁରୋଲୋଜି ଜର୍ନାଲରେ ପ୍ରକାଶିତ ଏହି ଷ୍ଟଡି ରିପୋର୍ଟ ଅନୁସାରେ ହୃଦ୍‌ଘାତ ସଂକ୍ରାନ୍ତରେ ବିଶେଷଜ୍ଞଙ୍କ ଦ୍ୱାରା ମୋଟ ୪୮ଟି ଅନୁସନ୍ଧାନ ହୋଇଛି। ୧୭ ହଜାର ହୃଦ୍‌ଘାତ ଦ୍ୱାରା ଆକ୍ରାନ୍ତଙ୍କ ସହ ୬ ଲକ୍ଷ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଏହି ଷ୍ଟଡି କରାଯାଇଛି। କ୍ରୋମୋଜୋମ୍‌୍‌ରେ ଥିବା ଜିନ୍‌ରୁ ବ୍ୟକ୍ତିଙ୍କ କେଉଁ ବ୍ଲଡ୍‌ଗ୍ରୁପ୍‌ ତାହା ଜଣାପଡ଼ିଥାଏ। ସମସ୍ତ ବ୍ଲଡ୍‌ ଗ୍ରୁପ୍‌ ମଧ୍ୟରୁ ‘ଏ’ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷକଙ୍କ କ୍ଷେତ୍ରରେ ହୃଦ୍‌ଘାତ ହେବାର ଆଶଙ୍କା ୧୬% ଅଧିକ ରହିଥାଏ। ସେହିପରି ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କଠାରେ ଏହି ଆଶଙ୍କା ୧୨% କମ୍‌ ଥାଏ। କାନାଡିଆନ୍‌ ବ୍ଲଡ୍‌ ସର୍ଭିସ୍‌ ଅନୁସାରେ ୩୯% କାନାଡାବସୀଙ୍କ ବ୍ଲଡ୍‌ଗ୍ରୁପ୍‌ ‘ଓ’ ପଜିଟିଭ୍‌ ହୋଇଥିବାବେଳେ ୩୬% ଲୋକଙ୍କର ‘ଏ’ ପଜିଟିଭ ବ୍ଲଡ୍‌ ଗ୍ରୁପ୍‌ । ଏ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କଠାରେ କେଉଁ କାରଣରୁ ହୃଦ୍‌ଘାତ ସମସ୍ୟା ଅଧିକ ତାହା ଜଣାପଡ଼ି ନଥିବା ଅଧ୍ୟୟନର କୋ-ଅଥର ଷ୍ଟିଭେନ୍‌ ଜେ.କିଟ୍ଟନର କହିଛନ୍ତି। ଅଧ୍ୟୟନ ମୁତାବକ ‘ପୋଲିପିଲ୍ଲ’ ଔଷଧ ସେବନ ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ହୁଏ। ସେହିପରି କମ୍‌ ସମୟ ଶୋଇବା ଦ୍ୱାରା ହୃଦ୍‌ଘାତ ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ଛାତିଥରା ଦୃଶ୍ୟ,ବୁଚା ସହରରେ ଗୋଟିଏ କବରରେ ୩୦୦ରୁ ଅଧିକ ମୃତଦେହ…

କ୍ୱିଭ୍‌, ୩।୪ : ୟୁକ୍ରେନ ରାଜଧାନୀ କ୍ୱିଭ୍‌ ନିକଟରେ ଅବସ୍ଥିତ ବୁଚା ସହରରୁ ଯୁଦ୍ଧର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ କବରରୁ...

ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷ ଜେଲ

ସିଙ୍ଗାପୁର,୧୧।୭: ସିଙ୍ଗାପୁରରେ ଜଣେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯାଇଛି। କେବଳ ସେତିକି ନୁହେଁ ତାଙ୍କ ଉପରେ ୪୦୦୦...

ପାଣିରେ ଜରୁରୀ ଅବତରଣ କଲା ବିମାନ

ନ୍ୟୁୟର୍କ,୨।୭: ଦୁଇ କ୍ରୁ ମେମ୍ବରକୁ ନେଇ ଉଡାଣ ଆରମ୍ଭ କରିଥିବା ଏକ ବୋଇଂ ୭୩୭ କାଗ୍ରୋ ବିମାନ ଶୁକ୍ରବାର ସକାଳେ ହୋନୋଲୁଲୁ ପାଣିରେ ଜରୁରୀକାଳିନ ଅବତରଣ...

ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ...

ମୁହାଁମୁହିଁ ହେବେ ଆମେରିକା-ରୁଷିଆ

ମସ୍କୋ,୧ା୬: ଆମେରିକା-ରୁଷିଆ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆମେରିକା ୟୁକ୍ରେନକୁ ଉନ୍ନତ ଧରଣର ରକେଟ ସିଷ୍ଟମ ଏବଂ ଅତ୍ୟାଧୁନିକ ଗୁଳିଗୋଳା ଯୋଗାଣ ପାଇଁ...

ଦୁଇ ଦେଶର ଲେଖକ

ଜୋସେଫ୍‌ ବ୍ରୋସ୍କି ଜଣେ କବି ଏବଂ ପ୍ରାବନ୍ଧିକ। ତାଙ୍କୁ ଜଣେ ଦୂରଦର୍ଶୀ ସ୍ରଷ୍ଟା ଭାବରେ ବିବେଚନା କରାଯାଇଥାଏ। ତେବେ କବି କିମ୍ବା ପ୍ରାବନ୍ଧିକ ମଧ୍ୟରେ ତାଙ୍କର...

କରୋନା ଟିକାକୁ ଅନୁମତି ଦେଲା ୟୁରୋପିୟ ସଂଘ

ଆମଷ୍ଟାରର୍ଡମ,୨୨ ।୧୨: ଏବେ ସାରା ବିଶ୍ୱର ନଜର କରୋନା ଟିକା ଉପରେ । ଏହି କ୍ରମରେ ୟୁରୋପିୟ ସଂଘ ବାୟୋଏନଟେକ ଓ ଫାଇଜର ଦ୍ୱାରା ମିଳିତ...

ଚାଇନା କରୋନା ପରିସ୍ଥିତି ଚିନ୍ତାଜନକ: ଉଦ୍‌ବେଗ ପ୍ରକାଶ କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନୋମ ଗେବ୍ରେସିୟସ ଚାଇନାରେ କରୋନା ପରିସ୍ଥିତି ଗୁରୁତର ଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ...

Advertisement
Archives

Model This Week