ବ୍ଲଡ୍‌ ଗ୍ରୁପ୍‌ ଜଣାଇବ ହୃଦ୍‌ଘାତ ଆଶଙ୍କା

ଓ୍ବାଶିଂଟନ,୩।୯: ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍‌ଘାତ ଆଶଙ୍କା କେତେ ତାହା ବ୍ଲଡ୍‌ ଗ୍ରୁପ୍‌ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍‌ ସ୍କୁଲ ଅଫ୍‌ ମେଡିସିନ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। କମ୍‌ ବୟସ ବର୍ଗଙ୍କ କ୍ଷେତ୍ରରେ ହୃଦ୍‌ଘାତ ସମସ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଅନୁସନ୍ଧାନ କରାଯାଇଥିଲା। ଦୁଇ ପ୍ରକାର ବ୍ୟକ୍ତି ବିଶେଷଙ୍କ ବ୍ଲଡ୍‌ ଗ୍ରୁପ୍‌କୁ ନେଇ ବିଶେଷଜ୍ଞମାନେ ଏହି ଷ୍ଟଡି କରିଛନ୍ତି। ଯୁବଗୋଷ୍ଠୀ ଯେଉଁମାନଙ୍କଠାରେ ହୃଦ୍‌ଘାତ ସମସ୍ୟା ଦେଖାଦେଇଛି ଏବଂ ବୟସ୍କ ବର୍ଗ ଯେଉଁମାନେ ଆଦୌ ଏହି ସମସ୍ୟା ଅନୁଭବ କରି ନାହାନ୍ତି। ଅଧ୍ୟୟନ ରିପୋର୍ଟ ମୁତାବକ ‘ଏ ’ ବ୍ଲଡ୍‌ଗ୍ରୁପ୍‌ ଧାରୀ ବକ୍ତିମାନଙ୍କ କ୍ଷେତ୍ରରେ ୬୦ ବର୍ଷ ପୂର୍ବରୁ ହୃଦ୍‌ଘାତ ଜନିତ ସମସ୍ୟା ଦେଖାଯିବାକୁ ଥିବବେଳେ ଯେଉଁମାନଙ୍କ ବ୍ଲଡ୍‌ଗ୍ରୁପ୍‌ ‘ଓ’ ସେମାନଙ୍କଠାରେ ହୃଦ୍‌ଘାତ ଆଶଙ୍କା କମ୍‌ ।
ନ୍ୟୁରୋଲୋଜି ଜର୍ନାଲରେ ପ୍ରକାଶିତ ଏହି ଷ୍ଟଡି ରିପୋର୍ଟ ଅନୁସାରେ ହୃଦ୍‌ଘାତ ସଂକ୍ରାନ୍ତରେ ବିଶେଷଜ୍ଞଙ୍କ ଦ୍ୱାରା ମୋଟ ୪୮ଟି ଅନୁସନ୍ଧାନ ହୋଇଛି। ୧୭ ହଜାର ହୃଦ୍‌ଘାତ ଦ୍ୱାରା ଆକ୍ରାନ୍ତଙ୍କ ସହ ୬ ଲକ୍ଷ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଏହି ଷ୍ଟଡି କରାଯାଇଛି। କ୍ରୋମୋଜୋମ୍‌୍‌ରେ ଥିବା ଜିନ୍‌ରୁ ବ୍ୟକ୍ତିଙ୍କ କେଉଁ ବ୍ଲଡ୍‌ଗ୍ରୁପ୍‌ ତାହା ଜଣାପଡ଼ିଥାଏ। ସମସ୍ତ ବ୍ଲଡ୍‌ ଗ୍ରୁପ୍‌ ମଧ୍ୟରୁ ‘ଏ’ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷକଙ୍କ କ୍ଷେତ୍ରରେ ହୃଦ୍‌ଘାତ ହେବାର ଆଶଙ୍କା ୧୬% ଅଧିକ ରହିଥାଏ। ସେହିପରି ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ଲୋକଙ୍କଠାରେ ଏହି ଆଶଙ୍କା ୧୨% କମ୍‌ ଥାଏ। କାନାଡିଆନ୍‌ ବ୍ଲଡ୍‌ ସର୍ଭିସ୍‌ ଅନୁସାରେ ୩୯% କାନାଡାବସୀଙ୍କ ବ୍ଲଡ୍‌ଗ୍ରୁପ୍‌ ‘ଓ’ ପଜିଟିଭ୍‌ ହୋଇଥିବାବେଳେ ୩୬% ଲୋକଙ୍କର ‘ଏ’ ପଜିଟିଭ ବ୍ଲଡ୍‌ ଗ୍ରୁପ୍‌ । ଏ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କଠାରେ କେଉଁ କାରଣରୁ ହୃଦ୍‌ଘାତ ସମସ୍ୟା ଅଧିକ ତାହା ଜଣାପଡ଼ି ନଥିବା ଅଧ୍ୟୟନର କୋ-ଅଥର ଷ୍ଟିଭେନ୍‌ ଜେ.କିଟ୍ଟନର କହିଛନ୍ତି। ଅଧ୍ୟୟନ ମୁତାବକ ‘ପୋଲିପିଲ୍ଲ’ ଔଷଧ ସେବନ ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ହୁଏ। ସେହିପରି କମ୍‌ ସମୟ ଶୋଇବା ଦ୍ୱାରା ହୃଦ୍‌ଘାତ ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri