ମୟୂରଭଞ୍ଜକୁ ଅବହେଳା କରାଯାଇନାହିଁ: ରେଳମନ୍ତ୍ରୀ

ବାରିପଦା ଅଫିସ,୧୮ା୨: ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ରେଳ ବଜେଟ୍‌ରେ ଜିଲା ପାଇଁ ଦିଆଯାଇଥିବା ଦାବି ଗୁଡ଼ିକ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି। ସର୍ଭେ କାର୍ଯ୍ୟ ସମାପ୍ତ ହେବା ପରେ କ୍ୟାବିନେଟ ଅନୁମୋଦନ ପାଇଁ ପଠାଇ ଖୁବଶୀଘ୍ର ଅର୍ଥ ବ୍ୟୟବରାଦ, କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି। ରେଳ ବଜେଟରେ ଜିଲାକୁ ଏକ ହଜାର ଟଙ୍କା ଦିଆଯିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରେଜ ବଜେଟକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱକୁ ନେଇ ଉତ୍ତରରେ ଜିଲାକୁ କୌଣସି ଅବହେଳା କରାଯାଇନାହିଁ ବୋଲି ରେଳମନ୍ତ୍ରୀ କହିଥିଲେ।
ଜିଲାର ପ୍ରମୁଖ ରେଳପଥ ବୁଢ଼ାମରା-ଚାକୁଳିଆ, ବାଙ୍ଗରିପୋଷି-ଗୋରୁମହିଷାଣୀ ଓ ବାଦାମପାହାଡ଼-କେନ୍ଦୁଝରର ସର୍ଭେ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ ଚଳିତ ବଜେଟ୍‌ରେ କୌଣସି ଅନୁଦାନ ଦିଆ ନ ଯିବାରୁ ଜିଲାବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ତେବେ ଏହାକୁ ନେଇ ଜଳଶକ୍ତି ମନ୍ତ୍ରୀ ଟୁଡୁଙ୍କ ସହ ଆଲୋଚନା ପରେ ବାଙ୍ଗରିପୋଷିଠାରୁ ଗୋରୁମହିଷାଣୀ ଏବଂ କେନ୍ଦୁଝରଠାରୁ ବାଦାମପାହାଡ଼ ନୂତନ ରେଳପଥ ନିର୍ମାଣ ପାଇଁ ଭାରତ ସରକାର ସହମତି ଦେଇସାରିଛନ୍ତି। କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଦ୍ୱାରା ୧୧ ନଭେମ୍ବର ୨୦୨୨ରେ ଜାରି ହୋଇଥିବା ପତ୍ର ସଂଖ୍ୟା ୩୩୯୬୯୮୨ ଅନୁଯାୟୀ ଜିଲାର ଏହି ଦୁଇଟି ନୂତନ ରେଳପଥର ନିର୍ମାଣ ଫାଇନାଲ ଲୋକେସନ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ ମାସରୁ ଦୁଇ ମାସ ମଧ୍ୟରେ ସମାପ୍ତ ହେବା ପରେ ବଜେଟ ନିର୍ଦ୍ଧାରିତ କରାଯିବ। ପରେ ଅର୍ଥ ଅନୁମୋଦନ ପାଇଁ କ୍ୟାବିନେଟକୁ ପଠାଯିବ। ସେହିପରି ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ବୁଢାମରା-ଚକୁଳିଆ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ନିମନ୍ତେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରେଳମନ୍ତ୍ରୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଶୀଘ୍ର ଏହାର ସର୍ଭେ କାର୍ଯ୍ୟ ସମାପ୍ତ ହେବା ପରେ ଅର୍ଥ ଅନୁମୋଦନ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହି ପ୍ରକଳ୍ପ ଗୁଡ଼ିକ ଚଳିତ ବଜେଟରେ ରଖାଯାଇ ନ ଥିଲା। ତେବେ ଏହି ତିନୋଟି ପ୍ରକଳ୍ପ ଆରମ୍ଭ କରିବାରେ ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ସହ ବିଭାଗଠାରେ ଥିବା କଣ୍ଟିଜେନ୍ସି ଫଣ୍ଡରୁ ଏହି କାର୍ଯ୍ୟକୁ ଆରମ୍ଭ କରାଯିବ ବୋଲି କହିଥିଲେ। ସେହିପରି ଅମୃତ ଭାରତ ଷ୍ଟେଶନ ଯୋଜନାରେ ରାଜ୍ୟର ୫୭ଟି ରେଳ ଷ୍ଟେଶନ ମଧ୍ୟରେ ଜିଲାର ବାରିପଦା, ବେତନଟୀ, ବାଙ୍ଗରିପୋଷି ଓ ରାଇରଙ୍ଗପୁର ଷ୍ଟେଶନର ଆଧୁନିକକରଣ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଇଛି। ନୂତନ ରେଳ ପ୍ରକଳ୍ପ ମଧ୍ୟରେ ନୀଳଗିରିରୁ ଟାଟା ଭାୟା କପ୍ତିପଦା, ଉଦଳା, ଖୁଣ୍ଟା ଏବଂ ବାରିପଦା ଷ୍ଟେଶନର ସର୍ଭେ କାର୍ଯ୍ୟ ଜାରି ରହିଛି। କୌଣସି ରାଜନୀତି ନ କରି ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ବୈଷ୍ଣବ ଅନୁରୋଧ କହିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାରୁ ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ, ଓହ୍ଲାଇଲେ ୧୪୧୭ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୮।୫: ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ସୋମବାର ଭୋରରେ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲା। ଏହି ଟ୍ରେନରେ ୧୪୧୭ ପ୍ରବାସୀ ଓହ୍ଲାଇଥିବା...

କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିପିଏମ୍‌

ପାଟଣା,୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍‌ ଧୀରେନ କୁମାର ମହନ୍ତ କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ସୋମବାର ବିଳମ୍ବିତ...

କେଏସୟୁବି, ସାବିତ୍ରୀ ମହାବିଦ୍ୟାଳୟରେ ୧୦ ଅଧ୍ୟାପକ ନିଯୁକ୍ତ

ଭଞ୍ଜନଗର,୧୯।୫(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ୬୩୮ଜଣ ନୂତନ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ୪ ଜଣ ଏବଂ କବିସମ୍ରାଟ...

କଟକଣା ଅଭାବ: ଭାରିଯାନ ଚଳାଚଳରୁ ଛିଣ୍ଡିଲା ବିଦ୍ୟୁତ୍‌ ତାର, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୧ା୬(ସ୍ବ.ପ୍ର.): କଟକଣା ଅଭାବରୁ କେନ୍ଦୁଝର ସହରର ବିଭିନ୍ନ ଗଳି ରାସ୍ତାରେ ଭାରିଯାନ ଚଳାଚଳ ଜାରିରହିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା, ଡ୍ରେନ୍‌...

ଗଞ୍ଜାମରେ ୧୭୪୪୮ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,(ସୁବାସ ପାଢ଼ୀ)୧ା୧୨ଏଡ୍‌ସ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ...

ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି

ବୋଲଗଡ଼,୯ା୭(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଗୃହର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁୁ...

୩ ଲଜ୍‌ରେ ଅନୈତିକ କାର୍ଯ୍ୟ: ଧରାପଡ଼ିଥିବା ୧୬ ଯୁବକ ଗିରଫ

ବାରିପଦା ଅଫିସ,୨୨।୧୨- ମୟୂରଭଞ୍ଜ ଜିଲା ବାରିପଦା ସହର ଜନଗହଳିପୂର୍ଣ୍ଣ ବଗୁଳି ମାର୍କେଟରେ ଥିବା ୩ଟି ଲଜ୍‌ରେ ଦେହ ବେପାର ଭଳି ଅନୈତିକ କାର୍ଯ୍ୟ ଚାଲିଥିବା ସନ୍ଦେହରେ...

ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନୂଆଗାଁ,୨୭।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋମବାର ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।...

Advertisement
Archives

Model This Week