Posted inଖେଳ

ଫାଇନାଲରେ ମାୟା

ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭ୍‌ଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସର ସେମିଫାଇନାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭାରତର ମାୟା ରାଜେଶ୍ୱରନ ରେଭଥୀ ଉଭୟ ବାଳିକା ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ବାଳିକା ସିଙ୍ଗଲ୍ସ ପ୍ରଥମ ସେମିଫାଇନାଲରେ ମାୟା ଥାଇଲାଣ୍ଡର ନାତ୍ରଡା ସକୁଲଭୋଙ୍ଗତାନାଙ୍କୁ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟତମ ଭାରତୀୟ ଖେଳାଳି ହରିଥା ଶ୍ରୀ ଭେଙ୍କଟେଶ୍‌ କିନ୍ତୁ ସେମିଫାଇନାଲରେ ହାରି ଯାଇଛନ୍ତି। ସେ କୋରିଆର ଜିୟୁନ ଓ’ଙ୍କଠାରୁ ୦-୬, ୨-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ବାଳିକା ଡବଲ୍ସ ସେମିଫାଇନାଲରେ ମାୟା ଓ ହରିଥା ଯୋଡ଼ି ତୁର୍କମେନିସ୍ତାନର ଇଲିମା ଗୁସେନୋଭା ଓ ଉଜ୍‌ବେକିସ୍ତାନର ଇମିଲି କିମ୍‌ ଯୋଡ଼ିଙ୍କୁ ୧-୬, ୬-୨ (୧୦-୬)ରେ ହରାଇ ଫାଇନାଲରେ ପହଞ୍ଚତ୍ଛନ୍ତି। ଅନ୍ୟ ସେମିଫାଇନାଲରେ କୋରିଆ ଯୋଡ଼ି ୟେରି ହଙ୍ଗ ଓ ଜିୟୁନ ଓ’ ୬-୪, ୩-୬ (୧୧-୯)ରେ କାଜାଖସ୍ତାନ ଯୋଡ଼ି ଇଭା କୋରିଶେଭା ଓ ୟେର୍କଝାନ ଝାଣ୍ଟାୟେଭାଙ୍କୁ ହରାଇ ଟାଇଟଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। କୋରିଆ ଓ ଭାରତୀୟ ଯୋଡ଼ି ମଧ୍ୟରେ ଫାଇନାଲ ହେବ।
ବାଳକ ସିଙ୍ଗଲ୍ସ ପ୍ରଥମ ସେମିଫାଇନାଲରେ କୋରିଆର ମିନ୍‌ ହ୍ୟୁକ୍‌ ଚୋ ୬-୩, ୬-୩ ସେଟ୍‌ରେ ହଂକଂର ଆଲେକ୍ସ ଲାପ୍‌ ହାଙ୍ଗ ହୁଇଙ୍କୁ ଏବଂ ଦ୍ୱିତୀୟ ସେମିଫାଇନାଲରେ କୋରିଆର ଓନମିନ କିମ୍‌ ୬-୨, ୩-୬, ୬-୦ ସେଟ୍‌ରେ ହଂକଂର ଆନ୍ଦ୍ରେ ଲାମ୍‌ ଜୁନ୍‌ ବାର୍ଟଙ୍କୁ ହରାଇ ଦେଇଛନ୍ତି। ଅର୍ଥାତ୍‌ ଦୁଇ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଟାଇଟଲ ମୁକାବିଲା ହେବ। ସେହିପରି ବାଳକ ଡବଲ୍ସ ପ୍ରଥମ ସେମିଫାଇନାଲରେ କୋରିଆର ମିନ୍‌ ହ୍ୟୁକ୍‌ ଚୋ ଓ ଓନମିନ କିମ୍‌ ୬-୪, ୬-୩ରେ ହଂକଂର ଆନ୍ଦ୍ରେ ଲାମ୍‌ ଜୁନ୍‌ ବାର୍ଟ ଓ ଆଲେକ୍ସ ଲାପ୍‌ ହାଙ୍ଗ ହୁଇଙ୍କୁ ହରାଇଛନ୍ତି। ଦ୍ୱିତୀୟ ସେମିରେ ଥାଇଲାଣ୍ଡର ର୍ୟୁ କୋଟିକୁଲା ଓ ଧର୍ମା ପାଣ୍ଟାରାଟର୍ନ ଭାରତୀୟ ଯୋଡ଼ି ପ୍ରକାଶ ସରନ ଓ ଶିବତେଜ ଶିରଫୁଲେଙ୍କୁ ୬-୩, ୩-୬ (୧୦-୫)ରେ ପରାସ୍ତ କରିଛନ୍ତି। ଏଥିସହ ବାଳକ ବିଭାଗରେ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି। ବାଳିକା ଡବଲ୍ସ ସେମିଫାଇନାଲ ପୂର୍ବରୁ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠଓ୍ବା ଓ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri