Posted inଖେଳ

ମାୟା, ହରିଥା, ପ୍ରକାଶ କ୍ୱାର୍ଟରରେ

ଭୁବନେଶ୍ୱର, ୬।୪ (କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସରେ ବୁଧବାର ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ସେଣ୍ଟର କୋର୍ଟରେ ଅନୁଷ୍ଠିତ ଏକ ବାଳିକା ସିଙ୍ଗଲ୍ସ ମ୍ୟାଚରେ ଭାରତର ମାୟା ରାଜେଶ୍ୱରନ କୋରିଆର ୟେରି ହଂଙ୍ଗ୍‌ଙ୍କୁ ୭-୫, ୬-୩ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି କୋର୍ଟ-୫ରେ ଅନୁଷ୍ଠିତ ଏକ ମ୍ୟାଚରେ ହରିଥା ଶ୍ରୀ ଭେଙ୍କଟେଶ୍‌ କାଜାଖସ୍ତାନର ୟେର୍କେଝାନ ଝାଣ୍ଟାୟେଭାଙ୍କୁ ୭-୫, ୪-୬, ୬-୩ ସେଟ୍‌ରେ ହରାଇ କ୍ୱାର୍ଟରରେ ପହଞ୍ଚତ୍ଛନ୍ତି। କୋର୍ଟ-୧ରେ ଅନୁଷ୍ଠିତ ବାଳକ ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଭାରତର ପ୍ରକାଶ ସରନ ସିରିୟାର ମହମ୍ମଦ ଇୟାଦ ସଲିମ୍‌ଙ୍କୁ ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। କୋର୍ଟ-୨ରେ ଅନୁଷ୍ଠିତ ମ୍ୟାଚରେ କିନ୍ତୁ ଭାରତର ଶିବତେଜ ଶିର୍‌ଫୁଲେ ୫-୭, ୨-୬ ସେଟ୍‌ରେ ଇଣ୍ଡୋନେସିଆର ଜୋଆଚିମ୍‌ ମିକା ଗୁନଓ୍ବାନଙ୍କଠାରୁ ହାରି ଯାଇଛନ୍ତି।

ବାଳିକା ସିଙ୍ଗଲ୍ସର ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ଥାଇଲାଣ୍ଡର ତରିତା ହଙ୍ଗସ୍ୟୋକ୍‌ ମାଲେସିଆର ଜୁଇ ମ୍ୟାକଙ୍କୁ, ଥାଇଲାଣ୍ଡର ନତ୍ରାଦା ସକୁଲଭୋଙ୍ଗ୍‌ଟାନା ତାଇପେର ୟାନ ରଙ୍ଗ ଜେଙ୍ଗ୍‌ଙ୍କୁ ୬-୦, ୬-୪, ଇଣ୍ଡୋନେସିଆର ଗ୍ବେନ ଇମିଲି କୁର୍ନିଓ୍ବାନ ଉଜ୍‌ବେକିସ୍ତାନର ଇମିଲି କିମ୍‌ଙ୍କୁ ୭-୫, ୪-୬, ୭-୫, ହଂକଂର ନିତ୍ୟା ବାଲାକ୍ରିଷ୍ଣା ମାଧୁରୀ ଶ୍ରୀଲଙ୍କାର ଗୀତ୍‌ମି ରିୟାନା ଫର୍ନାଣ୍ଡୋ ଓ୍ବେଓ୍ବେଲ୍ଡେନିୟାଗେଙ୍କୁ ୬-୨, ୭-୬, କାଜାଖସ୍ତାନର ଇଭା କୋରିଶେଭା ତୁର୍କମେନିସ୍ତାନର ଇଲିମା ଗୁସେନୋଭାଙ୍କୁ ୬-୦, ୬-୦ ଏବଂ କୋରିଆର ଜିୟୁନ ଓ’ ୬-୦, ୬-୦ରେ ହଂକଂର ୟିଙ୍ଗ୍‌ ଚି କ୍ଲୋଏ ଓ୍ବଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ବାଳକ ସିଙ୍ଗଲ୍ସ ପ୍ରି-କ୍ୱାର୍ଟରରେ କୋରିଆର ମିନ୍‌ ହ୍ୟୁକ୍‌ ଚୋ ଇଣ୍ଡୋନେସିଆର ରାଫାଲେଣ୍ଟିନୋ ଅଲି ଡା କୋଷ୍ଟାଙ୍କୁ ୬-୪, ୬-୪, ଶ୍ରୀଲଙ୍କାର ମେଥିକା ନୁରାନ ବିକ୍ରମସିନ ବିକ୍ରମସିଂଘେ ମୁଦିୟାନ୍‌ସେଲାଗେ ଭିଏଟ୍‌ନାମର ମିନ୍‌ ଟ୍ରାନ ଡୁକ୍‌ଙ୍କୁ ୬-୩, ୬-୧, କୋରିଆର ଓ୍ବନମିନ୍‌ କିମ୍‌ ଭିଏଟନାମର ହୁଇ ହ୍ବାଙ୍ଗ ଭୁଙ୍କୁ ୬-୨, ୬-୩ ସେଟ୍‌ରେ ହରାଇଥିବାବେଳେ କାଜାଖସ୍ତାନର ମିଖାଇଲ ମିଶ୍ଚସେଙ୍କୋ ଉଜ୍‌ବେକିସ୍ତାନର ଅକମଲ ଅବଡୁଲାଏଭଙ୍କ ବିପକ୍ଷରେ ଓ୍ବାକଓଭର ପାଇଛନ୍ତି। ହଂକଂର ଆଲେକ୍ସ ଲାପ୍‌ ହାଙ୍ଗ ହୁଇ କାଜାଖସ୍ତାନର ୟାରୋସ୍ଲାଭ ପିଶେନିଚିନିଙ୍କୁ ୬-୦, ୬-୪ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?