‘ସରକାରୀ ଚାକିରି ଲାଗି ସର୍ବାଧିକ ବୟସ ସୀମା ୪୨ ବର୍ଷ କରାଯାଉ’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ୪୨ ବର୍ଷ ଧାର୍ଯ୍ୟ କରାଯାଉ। ରାଜ୍ୟରେ ୨୧ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ଯୁବପିଢ଼ି ନିଯୁକ୍ତି ନ ପାଇ ଦିଗହରା ହେବା ସହ ବେକାରି ସମସ୍ୟା ଦିନକୁ ଦିନ ଉକତ୍ଟ ହେବାରେ ଲାଗିଛି। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ, ଓଡ଼ିଶା ସବ୍‌ ଅର୍ଡିନେଟ ଷ୍ଟାଫ୍‌ ସିଲେକଶନ କମିଶନ, ଓଡ଼ିଶା ଷ୍ଟାଫ୍‌ ସିଲେକଶନ କମିଶନ, ଷ୍ଟେଟ ସିଲେକଶନ ବୋର୍ଡ ନିୟମାନୁସାରେ ପ୍ରତିବର୍ଷ ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରିବା କଥା। ମାତ୍ର ତାହା ନ ହେବା ଯୋଗୁ ବହୁ ଆଶାୟୀ ମେଧାବୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି ବୋଲି ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଅଭିଯୋଗ କରିଛନ୍ତି। କଂଗ୍ରେସ ଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ମୃତି କହିଛନ୍ତି, ଓଡ଼ିଶା ସରକାରୀ ଚାକିରି ପାଇଁ ଆଶାୟୀଙ୍କ ସର୍ବାଧିକ ବୟସସୀମା ୩୨ ବର୍ଷ ହୋଇଥିବା ଯୋଗୁ ବହୁ ମେଧାବୀ ସରକାରୀ ଚାକିରିରୁ ବଞ୍ଚିତ ହେଉଛନ୍ତି। ଦେଶର ଅନ୍ୟ କେତେକ ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୦ ଉପରେ ରଖାଯାଇଛି। ଗୋଆରେ ୪୫, ଆସାମରେ ୪୪, ତେଲଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ରହିଛି। ତେଣୁ ପ୍ରଥମେ ରାଜ୍ୟରେ କେଉଁ ବିଭାଗରେ କେତେ ସଂଖ୍ୟାରେ ସରକାରୀ ଚାକିରି ପଦବୀ ଖାଲି ପଡ଼ିଛି ତାହାର ଶ୍ୱେତପତ୍ର ରାଜ୍ୟ ସରକାର ଜାରି କରନ୍ତୁ। ଦେଶର ଅଧିକାଂଶ ରାଜ୍ୟରେ ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ହୋଇସାରିଥିବା ବେଳେ ଆମ ରାଜ୍ୟରେ ନ ହେବାର ନିର୍ଦ୍ଦିଷ୍ଟ କାରଣ କ’ଣ ସରକାର କୁହନ୍ତୁ ବୋଲି ଯୁବ କଂଗ୍ରେସ ଦାବି କରିଛି। ଏନେଇ ସ୍ମୃତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri