Categories: ଖେଳ

କୋଭିଡ୍‌ ପଜିଟିଭ ସତ୍ତ୍ୱେ ଖେଳିପାରନ୍ତି ଓ୍ବେଡ୍‌

ମେଲବୋର୍ନ, ୨୮ା୧୦(ପି.ଟି.): ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲୀୟ ଉଇକେଟକିପର ମାଥ୍ୟୁ ଓ୍ବେଡ୍‌ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ ଜଣେ ମାତ୍ର ଉଇକେଟକିପର। ତାଙ୍କ ନକିଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ସେ ଇଂଲଣ୍ଡ ବିପକ୍ଷରେ ଖେଳିବେ ବୋଲି ଆଶା କରାଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିୟମାନୁସାରେ ପଜିଟିଭ ସତ୍ତ୍ୱେ ଜଣେ ମ୍ୟାଚ୍‌ ଖେଳିପାରିବ। ଓ୍ବେଡ୍‌ କିନ୍ତୁ ଗୁରୁବାର ଅପରାହ୍ନରେ ଅଷ୍ଟ୍ରେଲିଆର ଅତିରିକ୍ତ ଇନ୍‌ଡୋର ସେସନରେ ଅନୁପସ୍ଥିତ ଥିଲେ।

Share