Posted inଖେଳ

ଜୋତାରେ ବିୟର ଢାଳି ପିଇଲେ ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ,୧୫।୧୧: ଅଷ୍ଟ୍ରେଲିଆ ରବିବାର ଇତିହାସ ସୃଷ୍ଟି କରିଛି। ଦୁବାଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଏହି ଫର୍ମାଟରେ ବିଶ୍ୱ ଟାଇଟଲ ଜିତିଛି। ଏହା ପରେ ଦଳର ଜୋରଦାର ବିଜୟ ସେଲିବ୍ରେସନ କରିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା। ଅଷ୍ଟ୍ରେଲୀୟ ଦଳର ଖେଳାଳିମାନେ ସେଲିବ୍ରେସନରେ ଏତେ ବୁଡି ଯାଇଥିଲେ ଯେ ସେମାନେ ଜୋତାରେ ବିୟର ଢାଳି ପିଇଥିଲେ। ଆଇସିସି ସୋମବାର ଏକ ଭିଡିଓ ଶେୟାର କରିଛି। ଭିଡିଓରେ ମାଥ୍ୟୁ ୱେଡ ଏବଂ ମାର୍କସ ଷ୍ଟୋଇନିସ ଜୋତାରେ ବିୟର ପିଉଥିବାର ନଜର ଆସିଛନ୍ତି।
ନ୍ୟୁଜିଲାଣ୍ଡଠାରୁ ଏହା ପରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଜୋରରେ ପାଳନ କରିଥିଲେ। ଆଇସିସି ଏକ ଭିଡିଓ ସେୟାର କରିଛି ଯେଉଁଥିରେ ମାଥ୍ୟୁ ୱେଡ ଏବଂ ମାର୍କସ ଷ୍ଟୋଇନିସ ଜୋତାରେ ବିୟର ପିଉଥିବାର ନଜର ଆସିଛନ୍ତି। ୱେଡ ଜୋତା ବାହାର କରି ସେଥିରେ ବିୟର ଢାଳି ତା’ପରେ ପିଇଥିଲେ। ଏହା ପରେ ଷ୍ଟୋଇନିସ ସମାନ ଜୋତା ଧରି ବିୟର ପିଉଥିବାର ନଜର ଆସିଥିଲେ। ମାତ୍ର ୨୦ ମିନିଟରେ ୩୦ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି।
ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଜିତିଛି। ଟି -୨୦ ବିଶ୍ୱ ଟାଇଟଲ ଜିତିବାରେ ଏହା ଷଷ୍ଠ ଦେଶ ହୋଇଛି। ଏହାପୂର୍ବରୁ ଭାରତ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ପାକିସ୍ଥାନ ଏବଂ ଇଂଲଣ୍ଡ ଏହି ଟାଇଟଲ ଜିତିଥିଲେ। ଡେଭିଡ ୱାର୍ଣ୍ଣର ଟୁର୍ଣ୍ଣାମେଣ୍ଟର ମ୍ୟାନ ହୋଇଥିବାବେଳେ ଫାଇନାଲରେ ମାର୍ଶଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri