Posted inଫୁରସତ

ପୁଅ ପାଇଁ ଏମିତି କନ୍ୟା ଆବଶ୍ୟକ ବିଜ୍ଞାପନ ଦେଲେ ପରିବାର ଲୋକେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ କମ୍ପାନୀଗୁଡିକ ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ତଥା ସମ୍ପର୍କ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥାନ୍ତି। କିନ୍ତୁ ଏକ ପରିବାର ପୁଅ ପାଇଁ କନ୍ୟା ଦରକାର ବୋଲି ବିଜ୍ଞାପନ ଦେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଏହି ପରିବାର ଏକ ଅଜବ ସର୍ତ୍ତ ରଖିଛନ୍ତି। ଏହି ବିଜ୍ଞାପନରେ ଲେଖାଯାଇଛି, ଆମର ଯିଏ ଭାବି ବୋହୂ ହେବ ସେ ସୋସିଆଲ ମିଡିଆରେ ଅଭ୍ୟସ୍ତ ନ ଥିବ।

ସାଧାରଣତଃ ଯେତେବେଳେ ଏକ ବିବାହ ସମ୍ବନ୍ଧୀୟ ବିଜ୍ଞାପନ ଦିଆଯାଏ ସେଥିରେ ଲେଖାଥାଏ କନ୍ୟାର ଜାତି, ଗୋତ୍ର, ପାଠପଢ଼ା, ଉଚ୍ଚତା, ରଙ୍ଗ ଇତ୍ୟାଦି। ମାତ୍ର ଏମିତି ଏକ ବିଜ୍ଞାପନ ଦିଆଯାଇଛି, ଏଥିରେ ଅଜବ ସର୍ତ୍ତ ରହିଛି।

ନିତିନ୍‌ ସାଙ୍ଗଓ୍ବାନ ନାମକ ଜଣେ ଆଇଏଏସ ଅଧିକାରୀ ତାଙ୍କ ଟୁଇଟରରେ ଏକ ଖବରକାଗଜରେ ଛପା ଯାଇଥିବା ବବାହ ସମ୍ବନ୍ଧୀୟ ଏକ ବିଜ୍ଞାପନର ଫଟୋ ପୋଷ୍ଟ କରିଛନ୍ତି। ବିଜ୍ଞାପନରେ ଲେଖାଯାଇଛି ଯେ‘ କନ୍ୟାଟି ସୁନ୍ଦର, ଲମ୍ବା, ପତଳା ହେଉ କି ଯାହା ହେଉ ଏଥିରେ କିଛି ଯାଏ ଆସେ ନାହିଁ, କେବଳ ସୋସିଆଲ ମିଡିଆରେ ତାଙ୍କର ନିଶା ନ ଥାଉ।

ଏହି ବିଜ୍ଞାପନଟି ଶେୟାର କରି ଅଧିକାରୀ ଜଣକ ତାଙ୍କ କ୍ୟାପ୍‌ଶନରେ ଲେଖିଛନ୍ତି, ଆଶା କରୁଥିବା କନ୍ୟାମାନେ ଧ୍ୟାନ ଦେବା ଉଚିତ୍‌। ବିବାହ ନିୟମ ବଦଳୁଛି।
ଏହି ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହା ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଟ୍ରମ୍ପଙ୍କ ବଡ଼ ପ୍ଲାନ, ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା

ଆମେରିକା,୧୯ା୨: ଗତ କିଛି ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ଜାରି ରହିଛି । ଏହି ଆଲୋଚନାରେ ଉଭୟ ଦେଶର…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri