Posted inଜାତୀୟ

ବୋବ୍‌ଡେଙ୍କୁ ୫୧୦ ଆଇନ ଛାତ୍ରୀଛାତ୍ରଙ୍କ ଚିଠି: ଦୋଷୀ ଅଧିକାରୀଙ୍କ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ୫୧୦ଜଣ ଆଇନ ଛାତ୍ରୀଛାତ୍ର ଚିଠି ଲେଖିଛନ୍ତି। ଏହି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ମାମଲାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ପୀଡ଼ିତାଙ୍କ ମୃତଦେହକୁ ରାତ୍ରରେ ସଂସ୍କାର କରାଯିବା ନେଇ ଚିଠିରେ ଆପତ୍ତି କରାଯାଇଛି। କସାବ ଭଳି ଆତଙ୍କବାଦୀଙ୍କ ମୃତଦେହ ନେବା ପାଇଁ ଭାରତ ସରକାର ମାନବୀୟ ଦୃଷ୍ଟିକୋଣରୁ ପାକିସ୍ତାନକୁ କହିଥିଲେ। କିନ୍ତୁ ଭାରତରେ ସାରା ଜୀବନ ବଞ୍ଚିଥିବା ପୀଡ଼ିତାଙ୍କ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କ ବିନା ସହମତିରେ ସଂସ୍କାର କରାଯିବା ଅତ୍ୟନ୍ତ ଅମାନବୀୟ ବୋଲି ଚିଠିରେ କୁହାଯାଇଛି। ଏନେଇ ପୀଡ଼ିତାଙ୍କ ପରିବାର ବହୁଥର ସୂଚନା ମଧ୍ୟ ଦେଇଛନ୍ତି। ଏହାର ନିରପେକ୍ଷ ବିଚାର ସୁପ୍ରିମ୍‌କୋର୍ଟ କରିବା ଆବଶ୍ୟକ ବୋଲି ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ…

ଟାଇପ ୧ ଡାଇବେଟିସ କ’ଣ? ଏହା ପଛରେ କ’ଣ ରହିଛି କାରଣ ଜାଣନ୍ତୁ…

ନୀରବ ଘାତକ ଭାବରେ ଗଣନା କରାଯାଉଥିବା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡାଇବେଟିସ୍‌ ବା ମଧୁମେହ। ଏହା ପଛରେ ଅନେକ କାରଣ ରହିଛି। ତେବେ ଟାଇପ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?