Posted inଜାତୀୟ

ପୁଣି ଧନୀ ତାଲିକାରେ ବାଜି ମାରିଲେ ମୁକେଶ

ନୂଆଦିଲ୍ଲୀ,୮ ।୧୦: ଫୋର୍ବସ୍ ମାଗାଜିନ ଚଳିତ ବର୍ଷର ଟପ୍ ୧୦ ଧନି ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଏଥର କିଛି ନୂଆ ଧନି ବ୍ୟକ୍ତି ଏହି ତାଲିକାରେ ସାମିଲ ହୋଇଛନ୍ତି । ତେବେ ପୂର୍ବ ବର୍ଷ ଅପେକ୍ଷା ଏମାନଙ୍କର ଧନର ପରିମାଣ ମଧ୍ୟ ବୃଦ୍ଧି ହୋଇଛି । ତେବେ ମୁକେଶ ଅମ୍ବାନୀ ଲଗାତାର ୧୩ ଥର ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନିଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୮୮.୭ ଅରବ ଡଲାର । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୨୫.୨ ଅରବ ଡଲାର । ଚଳିତ ବର୍ଷ ଅଦାନୀଙ୍କ ସମ୍ପତି ୬୧ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କହିଛି ଫୋର୍ବସ । ତୃତୀୟ ସ୍ଥାନରେ ରହିଛନ୍ତି ଶିବ ନାଡର । ଏଚ୍‌ସିଏଲ୍ ଟେକର ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୨୦୪୦ କୋଟି ଡଲାର । ଚତୁର୍ଥ ସ୍ଥାନ ମିଳିଛି ଡି ମାର୍ଟର ଫାଉଣ୍ଡର ଆର୍‌କେ ଦମାନୀଙ୍କ୍‌ୁ । ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୫୪୦ କୋଟି ଡଲାର । ହିନ୍ଦୁଜା ବ୍ରଦର୍ସ ଏଥର ପଞ୍ଚମ ସ୍ଥାନରେ ରହିଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୨୮୦ କୋଟି ଡଲାର । ଏଥର ସାଇରସ ପୁନାୱାଲା ରହିଛନ୍ତି ଷଷ୍ଠ ସ୍ଥାନରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୫୦ କୋଟି ଡଲାର । ୧୧୪୦ କୋଡି ଡଲାର ସମ୍ପତ୍ତି ସହ ପାଲୋନଜି ମିସ୍ତ୍ରୀ ରହିଛନ୍ତି ସପ୍ତମ ସ୍ଥାନରେ । କୋଟକ ମହିନ୍ଦ୍ରାର ଚେୟାରମ୍ୟାନ ଉଦୟ କୋଟକ ୧୧୩୦ କୋଟି ସମ୍ପତ୍ତି ସହ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଗୋଦରେଜ ଫ୍ୟାମିଲି ରହିଛି ନବମ ସ୍ଥାନରେ । ଗୋଦରେଜର ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୧୧୦୦କୋଟି ଡଲାର । ସେହିପରି ଲକ୍ଷ୍ମୀ ମିତ୍ତଲ ଚେୟାମ୍ୟାନ ଆର୍ସେଲର ମିତ୍ତଲଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୧୦୩୦କୋଟି । ଏହାସହ ସେ ଦଶମ ସ୍ଥାନରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri