ଶିକ୍ଷକ ଅଭାବ, ଚିନ୍ତାରେ ମାଟ୍ରିକ୍‌ ଛାତ୍ରୀଛାତ୍ର

ଭଣ୍ଡାରିପୋଖରୀ,୭।୨ (ଡି.ଏନ.ଏ)-କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଜାନୁୟାରୀରେ ସ୍କୁଲ ଖୋଲାଯାଇଛି। ବିଦ୍ୟାଳୟଗୁଡ଼ିକରେ ଶହେ ଦିନ ପାଠ ପଢ଼ାଇ ୧୦ମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ସ୍କୁଲ ଖୋଲିଲେ ସରକାର। ମାତ୍ର ଏହି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ନିମନ୍ତେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଅଛନ୍ତି କି ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ନାହିଁ। ଯେଉଁ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି ସେଠାରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିକ୍ଷକ ଅଭାବ କାରଣରୁ ମାଟ୍ରିକ୍‌ ପରୀକ୍ଷା ଲାଗି ଠିକ୍‌ ଭାବେ ପ୍ରସ୍ତୁତ ହୋଇପାରିବେ କି ନାହିଁ ସେ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି ଛାତ୍ରୀଛାତ୍ର। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ବିଭିନ୍ନ ହାଇସ୍କୁଲରେ ଏଭଳି ଶିକ୍ଷକ ଅଭାବ ସମସ୍ୟା ରହିଥିବା ନେଇ ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ବ୍ଲକର ମାଳଦା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ୩୦ ପିଲାଙ୍କୁ ପଢ଼ାଇବା ନିମନ୍ତେ ଜଣେ ମାତ୍ର ସ୍ଥାୟୀ ଶିକ୍ଷକ ଅଛନ୍ତି। ବିଜ୍ଞାନ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଛନ୍ତି। ସେ ଆସନ୍ତା ଅଗଷ୍ଟରେ ଅବସର ନେବାକୁ ଥିବା ଜଣାପଡ଼ିଛି। ରାମଚନ୍ଦ୍ରପୁର ହାଇସ୍କୁଲରୁ ଜଣେ ଶିକ୍ଷକ ଓ ନପଙ୍ଗ ନୋଡାଲ ସ୍କୁଲରୁ ଜଣେ ଶିକ୍ଷକ ୩ ଦିନ ଡେପୁଟେଶନରେ ଆସୁଛନ୍ତି। ସେହିପରି ଷୋଳମପୁର ପଞ୍ଚାୟତ ମଣିନାଥପୁର ସ୍ଥିତ ନରେନ୍ଦ୍ର କୁମାର ପରିଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ୩୮ ଛାତ୍ରୀଛାତ୍ର ରହିଥିବା ବେଳେ ଦୁଇଜଣ ଚୁକ୍ତିଭିତ୍ତିକ ଶିକ୍ଷକ ପାଠ ପଢ଼ାଉଛନ୍ତି। ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ମଞ୍ଜୁରୀ ସ୍ଥିତ ବଳଦେବଜୀଉ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା ୩ ଦିନ ପାଇଁ ଡେପୁଟେଶନରେ ମଣିନାଥପୁର ହାଇସ୍କୁଲକୁ ଆସୁଛନ୍ତି। ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନ ଥିବାରୁ ଅଭିଯୋଗ ପରେ ବିଭାଗ ପକ୍ଷରୁ ନିକଟରେ ଦୁଇଜଣ ଅତିଥି ଶିକ୍ଷକ ଦିଆଯାଇଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ୩୦୦ ଶହରୁ ଊର୍ଦ୍ଧ୍ୱ ପିଲା ଅଧ୍ୟୟନ କରୁଛନ୍ତି। ଭିତ୍ତିଭୂମି ଥିବା ସତ୍ତ୍ୱେ ଏଠାରେ ମାଟ୍ରିକ ପରୀକ୍ଷାକେନ୍ଦ୍ର କରାଯାଉ ନ ଥିବା ଅଭିଯୋଗ ହେଉଛି। ମଣିନାଥପୁର ଅଞ୍ଚଳ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯିବା ଲାଗି ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦାବି କରାଯାଉଛି। ଶିକ୍ଷକ ଅଭାବ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କୁ ପଚାରିବାରୁ କହିଛନ୍ତି, ନିକଟରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଭଣ୍ଡାରିପୋଖରୀ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକମାନଙ୍କୁ ଡକାଯାଇ ଏକ ରିଭ୍ୟୁ ମିଟିଂ କରାଯାଇଥିଲା। କେଉଁ ସ୍କୁଲରେ କ’ଣ ଅସୁବିଧା ରହିଛି ସେ ବିଷୟରେ ପ୍ରଧାନ ଶିକ୍ଷକମାନେ ଅବଗତ କରାଇଥିଲେ। ଆଲୋଚନା ପରେ କେତେକ ବିଦ୍ୟାଳୟରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ଅତିଥି ଶିକ୍ଷକ ପଠାଯାଇଛି। ଅନ୍ୟ ପିଲାମାନଙ୍କୁ ଶିକ୍ଷାଦାନ ଲାଗି ସ୍କୁଲ ଖୋଲିଲେ ଶିକ୍ଷକ ପଠାଇବା ନେଇ ବିଚାର ବିମର୍ଶ ଚାଲିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri