ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପ୍ରକାଶିତ ସୂଚୀ ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।
ପ୍ରତିଦିନ ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ତେବେ ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେବଳ ଗଣିତ ବିଷୟ ପାଇଁ ୧୫ ମିନିଟ୍ ଅତିରିକ୍ତ ସମୟ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବିଷୟୱାରୀ ପରୀକ୍ଷା କାର୍ଯ୍ୟସୂଚୀ:
ମାର୍ଚ୍ଚ ୧୨: ପ୍ରଥମ ଭାଷା (ଓଡ଼ିଆ/ଅନ୍ୟାନ୍ୟ)
ମାର୍ଚ୍ଚ ୧୫: ବିଜ୍ଞାନ (Science)
ମାର୍ଚ୍ଚ ୧୭: ଗଣିତ (Mathematics) – ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ
ମାର୍ଚ୍ଚ ୧୮: ଭିଜୁଆଲ ଆର୍ଟ (Visual Art) ପ୍ରାକ୍ଟିକାଲ ପରୀକ୍ଷା
ମାର୍ଚ୍ଚ ୧୯: ସାମାଜିକ ବିଜ୍ଞାନ (Social Science)
ମାର୍ଚ୍ଚ ୨୪: ଦ୍ୱିତୀୟ ଭାଷା (ଇଂରାଜୀ)
ମାର୍ଚ୍ଚ ୨୫: ହିନ୍ଦୀ (Hindi)
ମାର୍ଚ୍ଚ ୨୭: ସଂସ୍କୃତ (Sanskrit)
ପରୀକ୍ଷାକୁ ଶୃଙ୍ଖଳିତ ଓ କପିମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।