ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି କିଣା ବି ମିଳେନି। ବିକ୍ରିଯୋଗ୍ୟ ନ ଥାଏ କେବେ। ଏହା ଅନୁଭବର ଅସ୍ମିତା ସୂଚକ। ନିଜ ଭିତରୁ ଖୁସି -ସୁଖ ଅନ୍ବେଷଣ କରାଯାଇପାରେ। ବାହାରେ ଖୋଜିଲେ ଖୁସି୍‌-ସୁଖ ମିଳେନା। ନିଜ ମନରେ, ହୃଦୟରେ ଅନ୍ବେଷଣ କଲେ ହୁଏତ ମିଳିପାରେ ପ୍ରଚୁର ଶାନ୍ତି, ଗଭୀର ଆତ୍ମସନ୍ତୋଷ ଯାହାକି ଖୁସି୍‌- ସୁଖର ପ୍ରକୃତ ସନ୍ଧାନକୁ ହାତପାହାନ୍ତା କରାଇପାରେ। ହଁ, କେବେ କେମିତି କିଏ ହସୁଥିବାର ଦେଖିଲେ ଆପଣା ଓଠରୁ ଆପେ ଧାରେ ହସ ଉକୁଟି ଆସିଥାଏ। ନିଜେ ହସିବା ସହିତ ଅନ୍ୟକୁ ହସାଇବାର ଯଥେଷ୍ଟ ଆବଶ୍ୟକତା ରହିଛି ଆଜିର ଦିନରେ।
ସବୁ ଥାଇ ସୁଖୀ ନ ଥିବା ଲୋକକୁ ଏଠି ଆବିଷ୍କାର କରିବାରେ ବିଚିତ୍ରତା ନ ଥାଏ। ପୁଣି କିଛି ନ ଥାଇ ଅହରହ ହସଖୁସିରେ ଥିବା ଲୋକ ଏଠି ସୁଖୀ ଥିବା ଜଣାଯା’ନ୍ତି। ଦୁଃଖର ପାହାଡ଼ ଉପରେ ଦଣ୍ଡାୟମାନ ଥିବା ଲୋକ ଦୁଃଖକୁ ତିଳେହେଲେ ଖାତିର ନ କରି ସଦାସର୍ବଦା ହସମିଜାଜ୍‌ରେ ରହି ଖୁସିର ପଲଙ୍କରେ ସୁଖନିଦ୍ରା ଯାଆନ୍ତି। ଅନ୍ୟପାଖେ ସୁଖର ଗନ୍ତାଘରେ ନିତି ସହାବସ୍ଥାନ କରୁଥିବା ଲୋକ ଅସଲକୁ ହସଖୁସିରେ ଘଡ଼ିଏ ରହିନପାରି ସୁଖରେ ରହିନପାରିବାର ଆତ୍ମଗ୍ଳାନିରେ ଅହରହ ଜର୍ଜରିତ ଥାଆନ୍ତି। ସୁଖ ଅନୁଭବ ତାଙ୍କ ପାଇଁ ରହିପାରିନଥାଏ ଆକାଂକ୍ଷିତ। ସୁଖର ଅପ୍ରାପ୍ତି ଅସନ୍ତୋଷ ତାଙ୍କଠି ବସା ବାନ୍ଧି ରହିଥାଏ। ପରୋକ୍ଷରେ ସେ ଲଭିଥା’ନ୍ତି ଅଜସ୍ର ଦୁଃଖ।
ଆମେ ଜାଣିଛେ, ଜୀବନ ନଈର ଥାଏ ଦୁଇଟି କୂଳ। ଗୋଟେ ସୁଖ ହେଲେ ଅନ୍ୟଟି ଦୁଃଖ। ଜୀବନ ନଈରେ ଅନେକ ପୁଣି ଆରୋହୀ ଥା’ନ୍ତି ଦୁଃଖର ନାଆରେ। ଏଠି ସୁଖର ନାଆରେ ସାରୀ ହୋଇପାରିନଥାନ୍ତି ଅନେକାନେକ। ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ଅନେକଙ୍କ ଆଶା ଆକାଂକ୍ଷା ରହିଥାଏ ଆକାଶଛୁଆଁ। ସେସବୁର ପରିପୂରଣ ହୋଇନପାରିବାରୁ ନାହିଁ ନାହିଁ ଭିତରେ ଜୀବନରେ ଜ୍ୱଳନ ରହେ ଅନେକ। ଦୁଃଖର ପାରାବାର ଭିତରେ ଯେମିତି ସୁଖର ଥଳକୂଳ ପାଇପାରନ୍ତିନି ଜମା।
ଆଜିର ଦିନରେ ଯାହାଠି ଯେତେ ସମ୍ପତ୍ତି ଥାଏ, ସେତିକିରେ ସେ ଆଦୌ ସନ୍ତୁଷ୍ଟ ନ ଥାଏ। ସେ ଚାହେଁ ତା’ର ଭଣ୍ଡାର ଆହୁରି ଭରି ହେଉ। ଭରି ହେବା ପାଇଁ ତା’ର ଭଣ୍ଡାରରେ ଯେମିତି ଅନେକ ସ୍ଥାନ ଶୂନ୍ୟ ପଡ଼ିଛି। ତାହା ପୂରଣ ନ ହେବା ଯାଏ ଯେମିତି ଶାନ୍ତି ନାହିଁ ମନରେ କି ହୃଦୟରେ। ଉପରମୁହାଁ ଉପରକୁ କେବଳ ଚାହିଁ ରହୁଛି। ତା’ ତଳେ କେତେ ଅଭାବୀ ଜୀବନ ବିତାଉଛନ୍ତି ସେ ଆଡ଼କୁ ଯେମିତି ଜମା ନିଘା ନଜର ନାହିଁ। ସେ ତଳକୁ କାହିଁକି ଚାହିଁବେ। ଉପରକୁ ଚାହିଁ ରହିଲେ ସିନା ଉପରବାଲାଙ୍କ ସହିତ ସମକକ୍ଷ ହେବାର ନିରନ୍ତର ଚେଷ୍ଟାରେ ରହି ଯେବେହେଲେ ବି ଅଚଳାଚଳ ଧନସମ୍ପତ୍ତିର ମାଲିକ ହେବେ। ଏବେ ଲକ୍ଷପତି ହେବା ତ ସହଜ। ଯେଣୁ ଦରମା ଛୁଇଁଲାଣି ଲକ୍ଷକୁ, ଲକ୍ଷ ପାଖାପାଖିକୁ, ଏବେ କୋଟିପତି ହେବାରେ ବଳୁଚି ମନ। କୋଟିପତିଙ୍କ ତାଲିକା ବି ଲମ୍ବା ହୋଇଚାଲିଛି। ଦୁଃଖୀଙ୍କ ତାଲିକା ସେମିତି ବଢୁଛି। ମଣିଷ ଯାହା ବୁଝିନି କି ବୁଝୁନି, ସମ୍ପତ୍ତି କେବେ ବି କାହାକୁ ବାସ୍ତବ ସୁଖ ଦେଇପାରେ ନାହିଁ କି ଦେଇପାରିନି। ତଥାପି ସମ୍ପତ୍ତି ମରୀଚିକା ପଛରେ ଧାଇଁବାରୁ ନିଜକୁ ନିବୃତ୍ତ କରିପାରୁନି ମଣିଷ।
ମଣିଷଠି ଆଉ ଗୋଟେ ଅଭାବବୋଧ ଏବେ ବେଶି ପରିଲକ୍ଷିତ ହେଉଛି। ମଣିଷ ଆଉ ଅଧ୍ୟIତ୍ମବାଦୀ ହେଉ ନାହିଁ। କୌଣସି କଥା -କାମରେ ବିଭୁ ଚିନ୍ତନ ରହୁ ନାହିଁ। ହୁଏତ ଈଶ୍ବରବିଶ୍ୱାସ ବଳରେ ଅନୀତି ଅର୍ଜନରେ ରହନ୍ତା ନାହିଁ। ସମସ୍ତ କର୍ମ ବିଭୁ ସମର୍ପିତ ରହିଲେ ମାନସିକ ଶାନ୍ତି ଅନ୍ତତଃ ହାତପାହାନ୍ତା ହୁଅନ୍ତା। ଆଜିର ଦିନରେ ସୁସ୍ଥ ରହିବା ପାଇଁ ଅଧ୍ୟIତ୍ମ ସ୍ବାସ୍ଥ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି। ବସ୍ତୁବାଦୀ ଆବଶ୍ୟକତା ଯେତେ କମ୍‌ ରହିବ, ମାନସିକ ସ୍ବାସ୍ଥ୍ୟ ସେତେ ଅଧିକ ଭଲ ରହିବ। ତେବେ ସୁଖ ହାସଲ ପାଇଁ ଅସଲ ସାଧନ ହେଉଛି ଦୁଃଖ କମ୍‌ ଅନୁଭବ କରିବା, ଅଭାବବୋଧକୁ ଅଭାବ ଭାବିବା ନାହିଁ ଜମା। ଜ୍ଞାତି କୁଟୁମ୍ବଙ୍କ ଶତ୍ରୁତାରେ ବ୍ୟତିବ୍ୟସ୍ତ ହେବା ନାହିଁ। ମୋଟାମୋଟି ଭାବେ ଦୁଃଖ ଯେତେ କମ୍‌ ରହିବ, ସେତେ ସୁଖ ଅନୁଭବ ହେଇଆସିବ। କିଛି ଥାଉ ନ ଥାଉ ଖୁସି ରହିବା ଓଠରେ ହସ ରଖି। ହସୁରା ମୁହଁ ଦେଖି ତ କିଏ ହସି ଦେବ ଟିକେ। ହସ ମୁହଁରେ ଲାଖି ରହିଲେ ମୁହଁ ସୁନ୍ଦର ବି ଦେଖାଯିବ। ଅତଏବ ହସ ଖୁସି ହିଁ ଆଣିଦିଏ ସୁଖ। ଆସନ୍ତୁ ହସଖୁସିରେ ରହିବା। ସୁଖ ଅନୁଭବ କରିବା। ଖୁସି ରହିଲେ ସୁଖ ପାଇବା। ଏଣୁ, ଯଥାର୍ଥରେ କୁହାଯାଇପାରେ ଅନେକ ଖୁସିର ଯଥାର୍ଥ ସମାହାର ହିଁ ସୁଖ। ଗାଣିତିକ ଭାଷାରେ ଖୁସି+ଖୁସି+…= ସୁଖ।
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri