ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା

ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ବି ଅଛି। କିନ୍ତୁ ପରିତାପର ବିଷୟ ହଜାର ହଜାର ଏକର ଜମି ଉପରେ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣ ନାହିିଁ। ଫଳରେ ୨୫ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ଏବେ ଜବରଦଖଲକୁ ଚାଲିଯାଇଛି। ଅନ୍ୟପକ୍ଷରେ ଏବେ ବି କେତେଜଣ ବ୍ୟକ୍ତି ମହାପ୍ରଭୁଙ୍କ ଚାଷଜମି ଲିଜ୍‌ ନେବା ପାଇଁ ମସୁଧା ଚଳାଇଛନ୍ତି। ପିପିଲି ତହସିଲ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ମାଟିଆସାହି ମୌଜାରେ ଥିବା ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ୯୦ ଏକର ଚାଷଜମି ଉପରେ ଜମି ମାଫିଆଙ୍କ ନଜର ପଡ଼ିଛି। ସେମାନେ ଏହି ଜମି ହାତେଇବା ପାଇଁ ଯୋଜନା କରୁଥିବା ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଅଭିଯୋଗ ଆଣିଛନ୍ତି। ତେଣୁ ମହାପ୍ରଭୁଙ୍କ ଚାଷଜମି ଲିଜ୍‌ ଦେବା ଉପରେ ରୋକ୍‌ ଲଗାଇବାକୁ ଅନୁରୋଧ କରି ଦିଲୀପ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଲିଜ୍‌ ଦିଆ ନ ଯାଇ ସଂଶୋଧିତ ୟୁନିଫର୍ମ ପଲିସି ଅନୁଯାୟୀ ଜମି ବିକ୍ରି କରାଯାଉ ବୋଲି ସେ ଚିଠିରେ ଅନୁରୋଧ ଜଣାଇଛନ୍ତି।
ମହାପ୍ରଭୁଙ୍କ ଜମି ବିକ୍ରି ଲାଗି ୟୁନିଫର୍ମ ପଲିସି-୨୦୦୩ ରହିଛି। ୨୦୧୮ ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହି ପଲିସିରେ କେତେକ ସଂଶୋଧନ କରାଯିବା ସହ ଏକାଧିକ ନିଷ୍ପତ୍ତି ନିଆଯାଇଥିଲା। ୩୦ ବର୍ଷରୁ ଅଧିକ ସମୟ ଧରି ଶ୍ରୀଜଗନ୍ନାଥଙ୍କ ଜମିକୁ ଦଖଲରେ ରଖିଥିବା ବ୍ୟକ୍ତିଙ୍କୁ ପୂର୍ବରୁ ଏକର ପିଛା ୩ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା। ଏଣିକି ୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ୩୦ ବର୍ଷରୁ କମ୍‌ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଦଖଲରେ ରହିଥିବା ବ୍ୟକ୍ତିଙ୍କୁ ୧ ଏକର ଜମି ପାଇଁ ୪.୫ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା। ଏଣିକି ଏହାର ଦୁଇଗୁଣ ଅର୍ଥାତ୍‌ ୯ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହିପରି ୨୦ ବର୍ଷରୁ କମ୍‌ ଏବଂ ୧୨ ବର୍ଷରୁ ଅଧିକ ଦଖଲଦାରଙ୍କୁ ୭.୫ ଲକ୍ଷ ଟଙ୍କା ପରିବର୍ତ୍ତେ ୧୫ଲକ୍ଷ ଟଙ୍କା ଦେବାକୁ ପଡ଼ିିବ। ସମାନ ନୀତିରେ ସଂଶୋଧନ କରାଯାଇ ଏହାକୁ କମିଟି ଅନୁମୋଦନ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା। ସରକାର ଏହାକୁ ଅନୁମୋଦନ କରିଥିଲେ ବି ଏ ପର୍ଯ୍ୟନ୍ତ ଜମି ବିକ୍ରି କରାଯାଉ ନାହିିଁ। ଅପରପକ୍ଷେ ମହାପ୍ରଭୁଙ୍କ ଜମି ଜବରଦଖଲ ବଢୁଥିବାବେଳେ ଅନେକ ମାଫିଆ ଲିଜ୍‌ରେ ନେବା ଲାଗି ମସୁଧା ଚଳାଇଛନ୍ତି।
ଗତ ଫେବୃୟାରୀରେ ଆଇନମନ୍ତ୍ରୀ ବିଧାନସଭାରେ ରଖିଥିବା ବିବୃତି ଅନୁଯାୟୀ, ଓଡ଼ିଶାର ୨୪ଟି ଜିଲାରେ ମହାପ୍ରଭୁଙ୍କର ୬୦୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୪୮୦୩.୦୧୩ ଏକର ଜମିର ଚୂଡ଼ାନ୍ତ ସ୍ବତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ମନ୍ତ୍ରୀଙ୍କ ଏହି ତଥ୍ୟ ପ୍ରଦାନ ପରେ ପ୍ରାୟ ୨୫ ହଜାର ଏକର ଜମିର ହିସାବ ସରକାରଙ୍କ ପାଖରେ ନ ଥିବା ସ୍ପଷ୍ଟ ହୋଇଛି। ସେହିପରି ମହାପ୍ରଭୁଙ୍କ ଜମି ବେଆଇନ ଭାବେ ଜବରଦଖଲ ହୋଇଥିବା ମନ୍ତ୍ରୀ ତଥ୍ୟ ରଖିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କର ହଜାର ହଜାର ଏକର ଚାଷଜମିକୁ ବହୁ ଲୋକ ଦୀର୍ଘବର୍ଷ ହେବ ଚାଷ କରିଆସୁଛନ୍ତି। କିନ୍ତୁ ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କାଟିଏ ବି ପାଉ ନାହିଁ। ଅପରପକ୍ଷେ ପିପିଲି ତହସିଲ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ମାଟିଆସାହି ମୌଜାରେ ଥିବା ଶ୍ରୀଜଗନ୍ନାଥଙ୍କ ୯୦ ଏକର ଚାଷ ଜମିକୁ ଲିଜ୍‌ରେ ନେବା ପାଇଁ ଜମି ମାଫିଆ ଭିତିରିଆ ଉଦ୍ୟମ ଚଳାଇଛନ୍ତି। ସେମାନେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସହ ଯୋଗାଯୋଗ କରୁଥିବା ସୂଚନା ଅଧିକାର କର୍ମୀ ଦିଲୀପ କହିଛନ୍ତି। ସେମାନଙ୍କୁ ଜମି ଲିଜ୍‌ ଦିଆ ନ ଯାଇ ସଂଶୋଧିତ ୟୁନିଫର୍ମ ପଲିସି ଅନୁଯାୟୀ ଚାଷ କରୁଥିବା ଚାଷୀଙ୍କୁ ବିକ୍ରି କରାଗଲେ ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ହେବ ବୋଲି ଦିଲୀପ କହିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ତେବେ ଏ ସମ୍ପର୍କରେ ଶ୍ରୀମନ୍ଦିର ରାଜସ୍ବ ପ୍ରଶାସକ ସୁବ୍ରତ କୁମାର ବେହେରାଙ୍କୁ ପଚାରିବାରେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି କାହାକୁ ଲିଜ୍‌ ଦେବାର ଯୋଜନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri