ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି ରୁଭକୁନ୍‌। ୭୧ ବର୍ଷ ବୟସ୍କ ଆମ୍ବ୍ରୋସ ସମ୍ପ୍ରତି ଆମେରିକାର ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ୍‌ ମେଡିକାଲ ସ୍କୁଲର ପ୍ରାକୃତିକ ବିଜ୍ଞାନ ବିଭାଗରେ ସିଭିଲମ୍ୟାନ୍‌ ପ୍ରଫେସର ରୂପେ ଅଧିଷ୍ଠିତ। ଅନ୍ୟପକ୍ଷରେ ୭୨ ବର୍ଷ ବୟସ୍କ ରୁଭକୁନ୍‌ ମାସାଚୁସେଟସ୍‌ ଜେନେରାଲ ହସ୍ପିଟାଲ ଆଣ୍ଡ ହାର୍ଭାର୍ଡ ମେଡିକାଲ ସ୍କୁଲରେ ପ୍ରଫେସର ଅଫ୍‌ ଜେନେଟିକ୍ସ ଭାବେ କାର୍ଯ୍ୟରତ।
କାହିଁକି ପାଇଛନ୍ତି: ଏହି ବିଜ୍ଞାନୀ ଦ୍ୱୟ ଆବିଷ୍କାର କରିଛନ୍ତି ମାଇକ୍ରୋଆରଏନ୍‌ଏସ୍‌। ମାଇକ୍ରୋଆରଏନ୍‌ଏସ୍‌ ଜିନ୍‌କୁ ନିର୍ଭୁଲ ଭାବରେ ନକଲ କରିବା ଏବଂ ନିୟନ୍ତ୍ରଣ କରିବାରେ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏ ବିଷୟରେ ସବିଶେଷ ଆଲୋକପାତ କରିବାରେ ଏମାନେ ସଫଳ ହୋଇଛନ୍ତି। ଜୀବମାନେ କିପରି ବିକାଶ ଲାଭ କରନ୍ତି, କିପରି କ୍ରିୟା କରନ୍ତି ଏବଂ ସେହି କ୍ରିୟା କିପରି ବେଳେବେଳେ ଭୁଲ ହୋଇଯାଏ, ଏହି ସଂକ୍ରାନ୍ତରେ ଏମାନଙ୍କର ରହିଛି ମୌଳିକ ଅବଦାନ। ଆମ ମଣିଷଙ୍କ ସମେତ ସମସ୍ତ ବହୁକୋଷୀ ପ୍ରାଣୀଙ୍କ କ୍ଷେତ୍ରରେ ଉଭୟ ବିଜ୍ଞାନୀଙ୍କର ଆବିଷ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କଅଣ ପାଇବେ: ନୋବେଲ ପୁରସ୍କାର ବାବଦକୁ ଉଭୟେ ପାଇବେ ନୋବେଲ ଡିପ୍ଲୋମା ବା ପୁରସ୍କାର ପାଇଥିବାର ପ୍ରମାଣ ପତ୍ର ଏବଂ ଗୋଟିଏ ଲେଖାଏ ଗୋଲ୍ଡ ମେଡାଲ। ଏତଦ୍‌ବ୍ୟତୀତ ଭାରତୀୟ ମୁଦ୍ରା ଅନୁସାରେ ମୋଟ ୮.୯କୋଟି ଟଙ୍କା ଉଭୟଙ୍କୁ ସମାନ ପରିମାଣରେ ପ୍ରଦାନ କରାଯିବ। ଏହି ପୁରସ୍କାର ପ୍ରଦତ୍ତ ହେବ ଚଳିତ ବର୍ଷ ଡିସେମ୍ବର ୧୦ ତାରିଖର ନୋବେଲ ଦିବସରେ। ସୂଚନାଯୋଗ୍ୟ, ଡିସେମ୍ବର ୧୦ ହେଉଛି ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲ୍‌ଫ୍ରେଡ୍‌ ନୋବେଲଙ୍କ ପୁଣ୍ୟତିଥି।
ପୃଷ୍ଠଭୂମି: ଆମ ଶରୀରର ପ୍ରୋଟିନ୍‌ ଓ ଏନ୍‌ଜାଇମ୍‌ଗୁଡ଼ିକ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରନ୍ତି। ତନ୍ତୁ, ଜିନ୍‌, ହରମୋନ, ପ୍ରତିରକ୍ଷା ଉପାଦାନ ରାସାୟନିକ ଉପାଦାନ ଏବଂ ଗ୍ୟାସ୍‌ର ପରିବହନ ଆଦି ନାନା କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରୋଟିନ୍‌ ଏବଂ ଏନ୍‌ଜାଇମ୍‌ ଅପରିହାର୍ଯ୍ୟ। ଶରୀରସ୍ଥ ପ୍ରତ୍ୟେକ କୋଷରେ ଅନୁଷ୍ଠିତ ଯାବତୀୟ ରାସାୟନିକ ପ୍ରକ୍ରିୟାକୁ ସୁଗମ ତଥା ତ୍ୱରାନ୍ବିତ କରୁଥିବା ଏନ୍‌ଜାଇମ୍‌ଗୁଡ଼ିକ ମଧ୍ୟ ପ୍ରୋଟିନ୍‌।
ମାତ୍ର ପ୍ରତ୍ୟେକ ପ୍ରୋଟିନ୍‌ ଏବଂ ଏନ୍‌ଜାଇମ୍‌ ଗଠନ ସଂକ୍ରାନ୍ତ ତଥ୍ୟ ଜିନ୍‌ ଭାବରେ କୋଷ ମଧ୍ୟସ୍ଥ ଡିଏନ୍‌ଏ ଅଣୁରେ ଥାଏ। ଡିଏନ୍‌ଏ ବା ଜିନ୍‌ରେ ସନ୍ନିବିଷ୍ଟ ତଥ୍ୟ ପ୍ରଥମେ ମେସେଞ୍ଜର ଆର୍‌ଏନ୍‌ଏ ନାମକ ଅଣୁରେ ନକଲ ହୋଇଯାଏ। ଏହି ନକଲ ପ୍ରକ୍ରିୟାକୁ କୁହାଯାଏ ‘ଟ୍ରାନ୍ସକ୍ରିପ୍‌ସନ୍‌’। ଟ୍ରାନ୍ସକ୍ରିପ୍‌ସନ୍‌ ସମ୍ପାଦିତ ହୋଇଥାଏ କୋଷର ନ୍ୟୁକ୍ଲିୟସରେ। ପରେ ତଥ୍ୟ ବହନକାରୀ ସେହି ମେସେଞ୍ଜର ଆର୍‌ଏନ୍‌ଏ ଅଣୁ ପହଞ୍ଚତ୍ୟାଏ କୋଷର ସାଟୋପ୍ଲାଜ୍‌ମ ବା କୋଷ ରସରେ। ବିଭିନ୍ନ ଜଟିଳ ଜୈବ ରାସାୟନିକ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଆର୍‌ଏନ୍‌ଏ ଅଣୁ ସାହାଯ୍ୟରେ ମେସେଞ୍ଜର ଆର୍‌ଏନ୍‌ଏରେ ସନ୍ନିବେଶିତ ତଥ୍ୟକୁ ଭିତ୍ତି କରି ସଂଶ୍ଳେଷିତ ହୋଇପଡ଼େ ପ୍ରୋଟିନ୍‌ ଏବଂ ଏନ୍‌ଜାଇମ୍‌। ଏହି ଶୋଷକ୍ତ କ୍ରିୟାକୁ ବିଜ୍ଞାନ ଭାଷାରେ କୁହାଯାଏ ‘ଟ୍ରାନ୍ସଲେସନ୍‌’।
ଟ୍ରାନ୍ସକ୍ରିପ୍‌ସନ୍‌ ପ୍ରକ୍ରିୟା ସମ୍ପାଦିତ ହୋଇ ସାରିବା ପରେ ମଧ୍ୟ ସେଥିରେ ଯେଉଁସବୁ ରାସାୟନିକ ପରିବର୍ତ୍ତନ ସଂଘଟିତ ହୁଏ, ତାକୁ କହନ୍ତି ‘ପୋଷ୍ଟ-ଟ୍ରାନ୍ସକ୍ରିପ୍‌ସନାଲ ଜିନ୍‌ ରେଗୁଲେଶନ’। ଏହି ପୋଷ୍ଟ ଟ୍ରାନ୍ସକ୍ରିପ୍‌ସନାଲ ଜିନ୍‌ ରେଗୁଲେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ମାଇକ୍ରୋଆର୍‌ଏନ୍‌ଏ ନାମକ ଏକ କ୍ଷୁଦ୍ର ଆର୍‌ଏନ୍‌ଏ ଅଣୁ। ଏହି ପ୍ରକ୍ରିୟାଟି କିପରି କ୍ରିୟାଶୀଳ ହୋଇଥାଏ ତାହା ହିଁ ଚଳିତ ବର୍ଷର ନୋବେଲ ବିଜେତା ଆମ୍ବ୍ରୋସ ଓ ରୁଭକୁନ୍‌ଙ୍କ ମୌଳିକ ଆବିଷ୍କାର।
ସେମାନେ ଯେଉଁ ମାଇକ୍ରୋଆର୍‌ଏନ୍‌ଏ ଆବିଷ୍କାର କରିଛନ୍ତି ସେଗୁଡ଼ିକ ଅନ୍ୟାନ୍ୟ ଆର୍‌ଏନ୍‌ଏ ଅଣୁର ଆକାର ତୁଳନାରେ ଖୁବ୍‌ ଛୋଟ। ସେଥିପାଇଁ ସେଗୁଡ଼ିକୁ ମାଇକ୍ରୋଆର୍‌ଏନ୍‌ଏ ଅଣୁ ଭାବରେ ନାମିତ କରାଯାଇଛି ଏବଂ ‘miRNA’ ଭାବରେ ଲେଖାଯାଉଛି। ମାତ୍ର ଆକାରରେ ଯଥେଷ୍ଟ କ୍ଷୁଦ୍ର ହେଲେ ମଧ୍ୟ ମାଇକ୍ରୋଆର୍‌ଏନ୍‌ଏ ବଡ଼ ଆକାର ବିଶିଷ୍ଟ ଆର୍‌ଏନ୍‌ଏ ଅଣୁର ନିୟନ୍ତ୍ରକ ଭାବରେ କାର୍ଯ୍ୟ କରି ତା’ର କାର୍ଯ୍ୟକୁ ମନ୍ଥର କରି ଦେଇପାରେ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦେଇପାରେ। ମାଇକ୍ରୋଆର୍‌ଏନ୍‌ଏ ମେସେଞ୍ଜର ଆର୍‌ଏନ୍‌ଏ ଅଣୁ ସହ ସଂଯୁକ୍ତ ହୋଇ ମେସେଞ୍ଜର ଆର୍‌ଏନ୍‌ଏର କାର୍ଯ୍ୟକୁ କରିପାରିବାର ପ୍ରକ୍ରିୟାକୁ କୁହାଯାଇଥାଏ ‘ପୋଷ୍ଟ-ଟ୍ରାନ୍ସକ୍ରିପ୍ସନାଲ ଜିନ୍‌ ରେଗୁଲେଶନ୍‌’।
ପୂର୍ବରୁ ଜୀବବିଜ୍ଞାନୀମାନଙ୍କର ଧାରଣା ଥିଲା ଯେ ଥରେ ଟ୍ରାନ୍ସକ୍ରିପ୍‌ସନ୍‌ ପ୍ରକ୍ରିୟାର ସୂତ୍ରପାତ ହୋଇ ମେସେଞ୍ଜର ଆର୍‌ଏନ୍‌ଏର ସଂଶ୍ଳେଷଣ ଆରମ୍ଭ ହୋଇଗଲେ ତା’ର ଆଉ ନିୟନ୍ତ୍ରଣ ସମ୍ଭବ ନୁହେଁ। କିନ୍ତୁ ଆମ୍ବ୍ରୋସ ଓ ରୁଭକୁନ୍‌ଙ୍କର ଏହି ଆବିଷ୍କାର ସେହି ଧାରଣାକୁ ଅସାର ପ୍ରମାଣିତ କରିଦେଲା।
ବିଜ୍ଞାନୀ ଦ୍ୱୟ ସେମାନଙ୍କ ଆବିଷ୍କାର କରିଥିଲେ ସିନୋରାବଡିଟିସ୍‌ ଏଲିଗାନ୍ସ ବା ସି. ଏଲିଗାନ୍ସ ନାମକ ଏକ ଅତି କ୍ଷୁଦ୍ର କୃମିକୁ ବ୍ୟବହାର କରି। ଏହି ବହୁକୋଷୀ କୃମିଟିର ଲମ୍ବ ପାଖାପାଖି ୧ ମିଲିମିଟର। ଖୁବ୍‌ କ୍ଷୁଦ୍ର ହୋଇଥିଲେ ମଧ୍ୟ କୃମିଟିର ଶରୀର ଗଠନ ବେଶ୍‌ ସରଳ ଏବଂ ତା’ଠାରେ ରହିଛି ସ୍ନାୟୁକୋଷ, ପେଶୀକୋଷ ଇତ୍ୟାଦି ନାନା ପ୍ରକାର କୋଷ। ସେମାନେ ସି. ଏଲିଗାନ୍ସ କୃମିରେ ସର୍ବପ୍ରଥମେ ଆବିଷ୍କାର କରିଥିଲେ ଲିନ୍‌-୪ ନାମକ ମାଇକ୍ରୋଆର୍‌ଏନ୍‌ଏ ଏବଂ ପରେ ଆବିଷ୍କାର କରିଥିଲେ ଲେଟ୍‌-୭ ନାମକ ଦ୍ୱିତୀୟ ମାଇକ୍ରୋଆର୍‌ଏନ୍‌ଏ।
ଆବିଷ୍କାରର ଗୁରୁତ୍ୱ: ମାଇକ୍ରୋ ଆର୍‌ଏନ୍‌ଏଗୁଡ଼ିକ ଅତି କ୍ଷୁଦ୍ର କ୍ଷୁଦ୍ର ଆର୍‌ଏନ୍‌ଏ ଅଣୁ। ଆମ ଶରୀରରେ ରହିଛନ୍ତି ଅଗଣିତ ଜୀବକୋଷ। ସେଗୁଡ଼ିକ ବିବିଧ ପ୍ରକାରର ଓ ବିବିଧ ସେଗୁଡ଼ିକର କାର୍ଯ୍ୟ। ମାତ୍ର ପ୍ରତ୍ୟେକ ଜୀବକୋଷରେ ରହିଥିବା ଡିଏନ୍‌ଏ ସମାନ ଓ ଡିଏନ୍‌ଏ ଅଣୁରେ ରହିଥିବା ଜିନ୍‌ମାନ ମଧ୍ୟ ସମାନ। ଅର୍ଥାତ୍‌ ସମସ୍ତ କୋଷରେ ସଞ୍ଚତ୍ତ ଜିନ୍‌ ତଥ୍ୟମାନ ସମାନ। ହେଲେ ସମାନ ନୁହେଁ ସବୁ ପ୍ରକାରର ଜୀବକୋଷମାନଙ୍କ କାର୍ଯ୍ୟ। ଉଦାହରଣସ୍ବରୂପ ମାଂସପେଶୀଗୁଡ଼ିକର କୋଷ ପେଶୀର ସଙ୍କୋଚନ ପ୍ରସାରଣ କାର୍ଯ୍ୟ କରୁଥିବା ଅଗ୍ନ୍ୟାଶୟର କୋଷରେ ତିଆରି ହୋଇଥାଏ ଇନ୍‌ସୁଲିନ୍‌। କୋଷର କାର୍ଯ୍ୟ ବାଉଳା ଧରିଲେ କୋଷର ପ୍ରକାର ଉପରେ ନିର୍ଭର କରି ଜାତହୁଏ ଭିନ୍ନ ଭିନ୍ନ ପ୍ରକାରର ରୋଗ। କୋଷଗୁଡ଼ିକର କାର୍ଯ୍ୟକୁ ବହୁଳ ଭାବରେ ପ୍ରଭାବିତ କରିଥାଏ ମାଇକ୍ରୋଆର୍‌ଏନ୍‌ଏ ଅଣୁମାନ। ମାଇକ୍ରୋଆର୍‌ଏନ୍‌ଏ ଅଣୁମାନ ସୁଚାରୁ ରୂପେ କାର୍ଯ୍ୟ କରି ନ ପାରିଲେ ଜାତ ହୋଇଥାଏ ଜନ୍ମଜାତ ବଧିରତା, ଚକ୍ଷୁରୋଗ, ଅସ୍ଥିରୋଗ, ଡାଇବେଟିସ୍‌, କ୍ୟାନ୍‌ସର, ସ୍ବରୋଗ ପ୍ରତିରୋଧ କ୍ଷମତା ବା ଅଟୋଇମ୍ୟୁନିଟି ଇତ୍ୟାଦି।
ମଣିଷଙ୍କ ଡିଏନ୍‌ଏ ଅଣୁରେ ୧୦୦୦ରୁ ଅଧିକ ପ୍ରକାରର ମାଇକ୍ରୋଆର୍‌ଏନ୍‌ଏ ସଂଶ୍ଳେଷଣ କରିବାର ଜିନ୍‌ ରହିଛି। ଏମାନେ ଶରୀରର ବିକାଶ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦାୟୀ। ଏମାନଙ୍କ କାର୍ଯ୍ୟରେ ତ୍ରୁଟି ଦେଖାଦେଲେ ରୋଗ ସୃଷ୍ଟି ହୁଏ। ଫଳରେ ମାଇକ୍ରୋଆର୍‌ଏନ୍‌ଏ ଅଣୁକୁ ପ୍ରଭାବିତ କରି ରୋଗ ସୃଷ୍ଟି ତଥା ରୋଗର ଚିକିତ୍ସାକୁ ନିୟନ୍ତ୍ରଣ କରିଥାଏ ଜୀବକୋଷ ସ୍ତରରେ। ସୁଇଚ୍‌ ଭଳି କାର୍ଯ୍ୟ କରି ଏହା ଜିନ୍‌କୁ ସକ୍ରିୟ ବା ‘ଅନ୍‌’ କରିପାରେ ଏବଂ ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ‘ଅଫ୍‌’ କରିପାରେ।
ବିଜ୍ଞାନୀ ଦ୍ୱୟଙ୍କ ମାଇକ୍ରୋଆର୍‌ଏନ୍‌ଏ ସଂକ୍ରାନ୍ତ ଗବେଷଣା ତଥ୍ୟ ପ୍ରଥମେ ପ୍ରକାଶ ପାଇଥିଲା ୧୯୯୩ ମସିହାରେ। ହେଲେ ତତ୍‌କାଳୀନ ବିଜ୍ଞାନୀମାନେ ଏଥିପ୍ରତି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ନୀରବ ରହିବା ଶ୍ରେୟ ମଣିଥିଲେ। ବରଂ ସେମାନଙ୍କର ମତ ଥିଲା-‘ଆବିଷ୍କାର କୃମିକୁ ନେଇ ଏଥିରେ ଆମ ମଣିଷଙ୍କର ଅବା ଯାଏ ଆସେ କେତେ! ମାତ୍ର ଏବେ ଏହା ପ୍ରମାଣିତ ଯେ ସେମାନଙ୍କ ମାଇକ୍ରୋଆର୍‌ଏନ୍‌ଏ ଆଧାରିତ ଆବିଷ୍କାର ମଣିଷ ସମେତ ସମସ୍ତ ଜଟିଳ ବହୁକୋଷୀ ପ୍ରାଣୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ।’
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ଯିବେ ମୋଦି, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ଗିରିଜାଶଙ୍କରଙ୍କ ବିବାହ ସମ୍ପନ୍ନ

ପାଟଣା,୧୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଗୁରୁବାର ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ (ଶିବ ବିବାହ ଓ ଶୀତଳଷଷ୍ଠୀ) ଉତ୍ସବ…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଶିବ

ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ଅଗଷ୍ଟ ୧୯ରୁ ସମ୍ପୂର୍ଣ୍ଣ ବନ୍ଦ କରି ଦେବାକୁ ନିଷ୍ପତ୍ତି…

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ…

ଜମି ବିବାଦରୁ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ପାରଳାଖେମୁଣ୍ଡି,୧୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୁରୁବାର ରାତିରେ ଗ୍ରାମର ଗୋଟିଏ ପରିବାରର ବାପପୁଅଙ୍କ ଉପରେ ମରଣାନ୍ତକ…

ଜଗନ୍ନାଥପୁର ପଞ୍ଚାୟତକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନ୍ୟତା

ଲାଞ୍ଜିଗଡ଼,୧୯ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ଗ୍ରାମପଞ୍ଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏସ୍‌ଓ ୯୦୦୧ : ୨୦୧୫ ମାନ୍ୟତା ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri