ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦଗିରଣ, ଜାପାନ ପର୍ଯ୍ୟନ୍ତ ପହଞ୍ଚିଲା ସୁମାନୀ, ଅଷ୍ଟ୍ରେଲିଆରେ ଆଲର୍ଟ

ଟୋଙ୍ଗା,୧୬ ।୧: ନ୍ୟୁଜିଲାଣ୍ଡ ନିକଟ ଟୋଙ୍ଗା ସମୁଦ୍ରରେ ଆଗ୍ନେୟଗିରି ଉଦ୍‌ଗିରଣ ହେବା ପରେ ସମୁଦ୍ରରେ ବଡ ବଡ ଲହଡି ମାଡି ଆସିଥିଲା । ଫଳରେ ସମୁଦ୍ର କୂଳରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ତେବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି କରିଥିବା ଆମେରିକାର ହୱାଇ ସ୍ଥିତ ସୁନାମୀ କେନ୍ଦ୍ର ପରେ ଏହାକୁ ଫେରାଇ ନେଇଥିଲା । ଏହାକୁ ନେଇ ଅଷ୍ଟ୍ରେଲିୟାରେ କିନ୍ତୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ଏହି ଆଗ୍ନେୟଗିରି ଉଦ୍‌ଗିରଣ ପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କାରଣ ଏହି ଛୋଟ ଦ୍ୱୀପ ସହ ସଂଚାର ଓ ଯୋଗାଯୋଗ ସୁବିଧା ଏତେ ଭଲ ନୁହେଁ । ତେବେ ଉପଗ୍ରହରୁ ମିଳିଥିବା ଚିତ୍ରରୁ ଦେଖାଯାଉଛି ସମୁଦ୍ର ମଧ୍ୟରେ ଛତୁ ଆକାରର ପାଉଁଶ, ବାଷ୍ପ ଓ ଗ୍ୟାସର ବେଲୁନ ଭଳି ଆକାର ଉପରକୁ ଉଠୁଛି । ଏହାକୁ ନେଇ ସମ୍ପୂର୍ଣ୍ଣ ଟୋଙ୍ଗାରେ ସୁନାମି ଆଲର୍ଟ ଜାରି କରାଯାଇଛି । ଏହାସହ ୮୦ ସେଣ୍ଟିମିଟର ଉଚ୍ଚତାର ଜୁଆର ଆସିପାରେ ବୋଲି ଅନୁମାନ କରାଯାଇଛି । ଏହାକୁ ନେଇ ଜାପାନରେ ବି ଆଲର୍ଟ ଜାରି କରାଯାଇଛି । ଟୋଙ୍ଗାର ଆଗ୍ନେୟଗିରି ଉଦ୍‌ଗିରଣର ପ୍ରଭାବ ଜାପାନ ପର୍ଯ୍ୟନ୍ତ ପଡିଛି । ଏଠାରେ ସମୁଦ୍ର ଉପକୂଳରେ ଜଳସ୍ତର ସାମନ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଇଛି । ହେଲେ ଏହାଦ୍ୱାରା କୌଣସି କ୍ଷତି ହେବନାହିଁ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…

ଲଣ୍ଡନ, ୧୪।୭: ଫ୍ରାନ୍ସ୍‌ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍‌ ବ୍ଲାଙ୍କ୍‌ ପର୍ବତଶ୍ରେଣୀର ବୋସନ୍ସ୍‌ ହିମନଦୀରୁ ନ୍ୟାଶନାଲ୍‌ ହେର୍ଲାଡ୍‌,...

ରୁଷରେ ମୋଦିଙ୍କୁ ଜୋରଦାର୍‌ ସ୍ବାଗତ

ମସ୍କୋ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦି ଭ୍ଲାଦିଭୋଷ୍ଟକରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି...

ୟୁକ୍ରେନକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

ନ୍ୟୁୟର୍କ,୧୭।୩: ଲଗାତର ୨୨ ଦିନ ହେବ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ରୁଷିଆ ଦିନକୁ ଦିନ ୟୁକ୍ରେନ ଉପରେ...

ଭାବମୂର୍ତ୍ତି ପରିବର୍ତ୍ତନ ପ୍ରୟାସ, ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେବାକୁ ତାଲିବାନ୍‌ର ଇଛା…

ଜେନେଭା/କାବୁଲ,୨୨।୯: ତାଲିବାନ୍‌ ଜାତିସଂଘ ମହାସଭାରେ ପୃଥିବୀକୁ ଉଦ୍‌ବୋଧନ ଦେବାର ଇଛା ପ୍ରକଟ କରିଛି। ଏନେଇ ତାଲିବାନ୍‌ ସରକାରଙ୍କର ବୈଦେଶିକ ମନ୍ତ୍ରୀ ଆମିର ଖାଁ ଜାତିସଂଘ ମହାସଚିବ...

ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ଚାକିରି ହରାଉଛନ୍ତି ଶହେ: ସୃଷ୍ଟି ହେଉଛି ମାତ୍ର ୧୦ ନିଯୁକ୍ତି ସୁଯୋଗ

ଓ୍ବାଶିଂଟନ,୩।୧୦: ପ୍ରତିଟି କ୍ଷେତ୍ରରେ ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ର ପ୍ରଭାବ ଦେଖିବାକୁ ମିଳୁଛି। ଏହା ଯୋଗୁ ସ୍ବାସ୍ଥ୍ୟ ସେବା, ଆର୍ଥିକ କ୍ଷେତ୍ର, ଅନ୍‌ଲାଇନ୍‌ ଶପିଂ ସମେତ ବହୁ...

ଇମ୍ରାନଙ୍କୁ ଝଟକା: ୩୭୦ ଉପରେ ପ୍ରତିକ୍ରିୟା ଦେବାକୁ ମନା କଲା ୟୁଏନଏସସି

ଓ୍ବ।ଶିଂଟନ୍‌,୯।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁନଏସସି) ପକ୍ଷରୁ ପାକିସ୍ତାନକୁ ବଡ ଝଟକା ଲାଗିଛି। ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠାଇ ଦିଆଯିବା ପରେ ପାକିସ୍ତାନ ଏଥିରେ ଦଖଲ...

ବିମାନ ଅବତରଣ ପୂର୍ବରୁ ନିୟନ୍ତ୍ରଣ ହରାଇଲେ ପାଇଲଟ୍‌

ପ୍ୟାରିସ୍‌, ୭।୪: ନ୍ୟୁୟର୍କରୁ ଉଡାଣ ଆରମ୍ଭ କରିଥିବା ଏୟାର ଫ୍ରାନ୍ସ ବିମାନ ପ୍ୟାରିସର ମୁଖ୍ୟ ବିମାନ ବନ୍ଦରରେ ଅବତରଣ ବେଳେ ପାଇଲଟ୍‌ ଆଂଶିକ ନିୟନ୍ତ୍ରଣ ହରାଇଥିଲେ।...

୧ ଲକ୍ଷ ୟୁକ୍ରେନ ନାଗରିକଙ୍କୁ ସୁରକ୍ଷା ଦେବ ଆମେରିକା

ଓ୍ବାଶିଂଟନ,୨୭ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରବିବାର ୩୨ ଦିନରେ ପହଞ୍ଚିଛି। ଏହି ଆକ୍ରମଣରେ ୟୁକ୍ରେନ ବହୁତ କ୍ଷତି ସହିଛି। ତେବେ ୟୁକ୍ରେନ ମଧ୍ୟ...

Advertisement
Archives

Model This Week