କ୍ୱେଟାରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ, ୧୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ଆଶଙ୍କା, ଅନେକେ ଆହତ

କ୍ୱେଟା,୩୦।୯: ପାକିସ୍ତାନର କ୍ୱେଟା ସହର ଏକ ବଡ଼ ବିସ୍ଫୋରଣରେ ଥରି ଉଠିଛି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ବିସ୍ଫୋରଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। କ୍ୱେଟା ହେଉଛି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ। ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ବୋମା ବିସ୍ଫୋରଣ ଯୋଗୁ କ୍ୱେଟା ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସମସ୍ତ ଡାକ୍ତର, ପାରାମେଡିକାଲ କର୍ମଚାରୀ, ନର୍ସ ଇତ୍ୟାଦିଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କ୍ୱେଟାର ଜରଘୁନ ରୋଡ ନିକଟରେ ଏହି ବୋମା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଅନେକେ ଆହତ ହୋଇଥିବା ସୂଚନା ମିଳିଛି। ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ମିଡିଆ ସଂଯୋଜକ କହିଛନ୍ତି ଯେ ଆହତମାନଙ୍କୁ ସିଭିଲ ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମା ବିସ୍ଫୋରଣର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ବ୍ୟସ୍ତବହୁଳ ରାସ୍ତାରେ ହଠାତ ଏକ ଶକ୍ତିଶାଳୀ ବିସ୍ଫୋରଣ ଦେଖାଯାଉଛି, ଯାହା ରାସ୍ତାରେ ଥିବା ଅନେକ ଲୋକଙ୍କୁ ଆଘାତ କରିଥିଲା। ମିଡିଆ ରିପୋର୍ଟ ଅନୁସାରେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୪ ରେ କ୍ୱେଟାରେ ଏକ ରାଜନୈତିକ ରାଲି ସମୟରେ ହୋଇଥିବା ବୋମା ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବାହାନା କରି ବାପାଙ୍କ ଜନ୍ମଦିନରେ କେକ୍‌ ଖାଇଲେନି ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ,୨୪।୪: ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଉଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ତାଙ୍କ ପୁଅଙ୍କ ବ୍ୟତୀତ ସମ୍ପୂର୍ଣ୍ଣ…

ପଶ୍ଚିମବଙ୍ଗରେ ୯୨.୮ ପ୍ରତିଶତ ଭୋଟ ଗ୍ରହଣ ପଛର ଗଣିତ ବୁଝନ୍ତୁ, ୯୦.୮ ପ୍ରତିଶତ ଜନତାଙ୍କ ନାମ ହଟିବା ପରେ ବଦଳିଗଲା ସମୀକରଣ

କୋଲକାତା,୨୪।୪: ବଙ୍ଗଳା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୯୨.୮୯ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଥିଲା – ଯାହା 2021 ତୁଳନାରେ ୧୦.୫ ପ୍ରତିଶତ ବୃଦ୍ଧି। ଏହି…

ସ୍ବାମୀଙ୍କ ମୃତ୍ୟୁକୁ ସହି ପାରିଲେନି, ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ପଡିଲେ ସ୍ତ୍ରୀ

ବଲାଙ୍ଗୀର ,୨୪।୪ (ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ…

ସଚିନ ତେନ୍ଦୁଲକରଙ୍କ ସେହି ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି

ନୂଆଦିଲ୍ଲୀ,୨୪।୪: ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ…

ବାଇକ୍‌ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ହାଇଓ୍ବା ଚାଳକ, ପରେ ସାଧାରଣ ଦର୍ଶକ ଭାବେ ଆସି…

ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍‌ଚାଳକଙ୍କ ଜୀବନ ଯାଇଛି। …

ଦମ୍‌ ଦମ୍‌ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଟିଏମସିର ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି’

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର ଜାରି ରହିଛି । ଏହାରି ଭିତରେ ସେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି । ଟିଏମସିର…

ଅରେଞ୍ଜ କ୍ୟାପର ହକଦାର ହେବେ ବିରାଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଶୁକ୍ରବାର IPL 2026 ର ୩୪ତମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ RCB ର ହୋମ…

ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ ଉତ୍ତର ରଖିଲେ ନଓ୍ବାଜ, କହିଲେ…

ଲାହୋର,୨୪।୪: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଟି୨୦ ବିଶ୍ୱକପ୍‌ ବେଳେ ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଆଇସିସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri