ତାଇଓ୍ବାନରେ ବଡ଼ ଧରଣର ଭୂକମ୍ପ, ଅଧିକାଂଶ କୋଠା ଭାଙ୍ଗି ଚୁରମାର

ତାଇପେଇ ସିଟି,୨୧।୧: ସୋମବାର ରାତିରେ ଦକ୍ଷିଣ ତାଇୱାନରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଲୋକଙ୍କୁ ଥରାଇ ଦେଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା ୧୭ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୟୁଜିଙ୍ଗ ଠାରୁ ୧୨ କିଲୋମିଟର ଉତ୍ତରରେ ଅବସ୍ଥିତ ଥିଲା। ଏହି ଘଟଣାରେ ୧୫ ଜଣ ସାମାନ୍ୟ ଆହତ ହୋଇଛନ୍ତି ଏବଂ ଉଦ୍ଧାରକାରୀମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି।
ତାଇୱାନର ଅଗ୍ନିଶମ ବିଭାଗ ଅନୁଯାୟୀ, ଭୂମିକମ୍ପରେ ୧୫ଜଣ ଆହତ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ତାଇନାନ ସହରର ନାନକ୍ସି ଜିଲାରେ ଏକ ଘରର ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିବା ଜଣେ ଶିଶୁ ସମେତ ଛଅ ଜଣ ଲୋକ ଅନ୍ତର୍ଭୁକ୍ତ। ଭୂମିକମ୍ପ ଯୋଗୁଁ ଝୁୱେଇ ସେତୁ କ୍ଷତିଗ୍ରସ୍ତ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି।

ତାଇୱାନ ପ୍ରଶାନ୍ତ ମହାସାଗରର ଅଗ୍ନି ବଳୟରେ ଅବସ୍ଥିତ, ଯାହା ଏହାକୁ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ କରିଥାଏ। ଏହି ଅଞ୍ଚଳ ଦୁଇଟି ଟେକ୍ଟୋନିକ ପ୍ଲେଟ ମଧ୍ୟରେ ଅବସ୍ଥିତ, ଯାହା ଯୋଗୁଁ ଏଠାରେ ପ୍ରାୟତଃ ଭୂମିକମ୍ପ ଘଟେ। ୨୦୧୬ ଭୂମିକମ୍ପରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ୧୯୯୯ ମସିହାରେ ୭.୩ ତୀବ୍ରତାର ଭୂମିକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ-ଗାଏକୱାଡ କରିବେ ଓପନିଂ, ସିରାଜଙ୍କ ପ୍ରତ୍ୟାବର୍ତ୍ତନ… ଚତୁର୍ଥ ODI ପାଇଁ ଭାରତର Playing XI କିପରି ରହିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ (Playing XI) କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୁବମନ ଗିଲ ବାକି ଥିବା…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

ବଚ୍ଚନ ହତ୍ୟା ମାମଲାର ରାୟ ପ୍ରକାଶ: ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ବିବଶ୍ବତ ଗୌତମ ଗୁରୁବାର ଏକ ହତ୍ୟା ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ…

Nvidiaର ସିଇଓ ପଦରୁ ଇସ୍ତଫା ଦେଲେ ଜେନସେନ ହୁଆଙ୍ଗ; ଜଣେ ଚାଇନିଜ ମହିଳାଙ୍କ ସହ ସମ୍ପର୍କକୁ ନେଇ ସୃଷ୍ଟି ହେଲା ବିବାଦ

ହଙ୍ଗକଙ୍ଗ,୧୨।୧୧: Nvidia (ଏନଭିଡିଆ) ର ସିଇଓ ଜେନସେନ ହୁଆଙ୍ଗ ଗତ କିଛି ଦିନ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜଣେ ଚାଇନିଜ ଗୁପ୍ତଚରଙ୍କ ସହ ତାଙ୍କର ସମ୍ପର୍କ…

ଛାତ୍ରୀଙ୍କ ପ୍ରତି ଅନୁପଯୁକ୍ତ ଆଚରଣ ଅଭିଯୋଗରେ ଡିୟୁ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) ଅଧୀନସ୍ଥ ସତ୍ୟବତୀ କଲେଜର ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ଜଣେ ଛାତ୍ରୀଙ୍କ ପ୍ରତି ଅନୁଚିତ ଆଚରଣ କରିଥିବା ନେଇ ଅଭିଯୋଗ ଆସିବା ପରେ,…

‘ଏକ୍ସ’ (X) ୟୁଜର୍ସଙ୍କ ଅନୁରୋଧ ପୂରଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ମଧ୍ୟରେ ସୋସିଆଲ ମିଡିଆରେ ହୋଇଥିବା ଆଦାନପ୍ରଦାନ ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।…

‘ସମାହିତା ସେଣ୍ଟର ଉଦ୍‌ଘାଟିତ୍‌, ଉପକୃତ ହେବେ ଦିବ୍ୟାଙ୍ଗ, ଗ୍ରାମବାସୀ

କୋରାପୁଟ,୧୨।୧୧(ଅମିତାଭ ବେହେରା): କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ‘ସମାହିତା’ ପ୍ରକଳ୍ପ ଅଧୀନରେ ରିସୋର୍ସ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ୟୁରୋପୀୟ ୟୁନିୟନ ସହଯୋଗରେ…

୧୬ଟି ଛକା, ୩୦୩ ରନ… ଅଣ୍ଡର-୧୯ ଏସିଆ କପରେ ରନର ପାହାଡ଼ ଠିଆ କଲେ ଜୁନିୟର ସେହୱାଗ

ନୂଆଦିଲ୍ଲୀ,୧୨।୧୧: ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି, ଭାରତ ୨୦୨୬ ଅଣ୍ଡର-୧୯ ଏସିଆ କପର ଟାଇଟଲ ଜିତିବା ଠାରୁ ମାତ୍ର ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?