ସାଲିସରେ ମାଲିସ

ପିଲାଦିନେ ଶୁଣିଥିଲୁ ଯିଏ ବାଘ-ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇଦେଇ ପାରିଲା ସେ ରହିଲା ଆଗଧାଡ଼ିରେ। ଏବେ ଓଡ଼ିଶା ରାଜନୀତିରେ ଦେଖାଯାଇଛି ଯେ ବାଘ ଚାରିପଟରେ ଛେଳି, ମେଣ୍ଢା ଓ ହରିଣ ମାଳମାଳ ହୋଇ ପାଣି ପିଉଛନ୍ତି। ପ୍ରଥମେ, କିଛିବର୍ଷ ପାଇଁ, କଂଗ୍ରେସ ଦଳ ବିରୋଧୀ ସାଜି ଭାବିଥିଲା ଅଣ୍ଡାମାଡ଼ ଓ ବିଧାନସଭାରେ ଗର୍ଜନ କରି କ୍ଷମତା ହାସଲ କରିବ। ଏହାପରେ ହଠାତ୍‌ ଗୋଟେ ଦିନ ପ୍ରଦେଶ କଂଗ୍ରେସ ସଭାପତି ବଦଳିଗଲେ। ଖଣିଖାଦାନ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତିଙ୍କୁ ସମୟ କେମିତି ମିଳିବ ରାଜନୀତିର ଭିତିରି କଥା ବୁଝିବାକୁ। ଦୁର୍ବଳ ସ୍ଥିତିରୁ ଅଧିକ ଦୁର୍ବଳ ହୋଇପଡ଼ିଲା କଂଗ୍ରେସ। ବିଧାନସଭାରେ ଦ୍ୱିତୀୟ ସ୍ଥାନରୁ ଖସିଲା ତୃତୀୟକୁ। ସେହି ଯେଉଁ ପତନ ଆରମ୍ଭ ହେଲା ସେଥିରେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ପଦବୀ ଧରିରଖି ଖଣିଖାଦାନ ଓ ପାରିବାରିକ ବ୍ୟବସାୟ ବଢ଼ାଇଲା ବେଳକୁ ଦଳଟା ଧ୍ୱଂସ ପାଇଗଲା।
ଅନ୍ୟପଟେ ଦିନାକେତେ ମନେହେଲା ଓଡ଼ିଶାରେ କେବଳ ମାତ୍ର ଭାଜପା ତାହାର ବିରୋଧୀ ମୁଣ୍ଡ ଟେକିପାରିବ। ସୋସିଆଲ ମିଡିଆରେ ହାତଗଣତି ବ୍ୟକ୍ତି କ୍ରୋଧିତ ହୋଇ ବିଭିନ୍ନ ଘଟଣାରେ ସମାଲୋଚକ ପାଲଟିଲେ। କିଛି ସମୟ ବିତିବା ପରେ ଜଣାପଡ଼ିଲା ଯେ ଅଳ୍ପ କେତେକ ବ୍ୟକ୍ତି ଛଦ୍ମନାମରେ ବିଭିନ୍ନ ଆକାଉଣ୍ଟ ପରିଚାଳନା କରୁଛନ୍ତି। ସେଥିପାଇଁ ତାଙ୍କ ଭାଷା ଓ ଆଭିମୁଖ୍ୟରେ ପରିବର୍ତ୍ତନ ଦିଶିଲା ନାହିଁ। ସ୍ଥାନୀୟ ନେତୃତ୍ୱର ଅଭାବକୁ କେହି ଜଣେ ବ୍ୟକ୍ତି ବା ମିଳିତ ଭାବେ ଗୋଟିଏ ଗୋଷ୍ଠୀ ପୂରଣ କରିବାରେ ଅସଫଳ ହୋଇପଡ଼ିଛନ୍ତି। ସମଗ୍ର ଦେଶରେ ସ୍ଥିତି ବଦଳିଲାଣି। ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାର ଜିତିବା ସମ୍ଭାବନା କ୍ଷୀଣ ହେଉଛି ବୋଲି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବକ୍ତବ୍ୟରୁ ଅନୁମାନ କରାଯାଇପାରେ। ହୁଏତ ସେଥିପାଇଁ ଭାଜପାର ଦୁଇ ମୁଖ୍ୟ ଜାତୀୟ ନେତା ସବୁ ଆଞ୍ଚଳିକ ଦଳର ଲାଙ୍ଗୁଡ଼ରେ ହାତ ମାରିବାକୁ ଉଚିତ ମଣୁନାହାନ୍ତି। ନିଜର ସ୍ଥିତି ଦୁର୍ବଳ ହୋଇପଡୁଥିବାରୁ ପୂର୍ବ ଘମଣ୍ଡ ପରିବର୍ତ୍ତେ ଏବେ ଭିତିରି ସାଲିସକୁ ଅଧିକ ଗୁରୁତ୍ୱ ଦିଆଗଲାଣି। ପ୍ରବଳ ବର୍ଷାରେ ଖୋଳି ହୋଇଯାଇଥିବା ଏହି ରାଜନୈତିକ ଗାତରେ ଓଡ଼ିଶା ଭାଜପା ପଡ଼ିଯାଇଥିବା ଭଳି ମନେହେଉଛି। ଦଳୀୟ କର୍ମୀଙ୍କ ମନୋଭାବ ଭାଙ୍ଗିପଡୁଥିବା ବେଳେ ସାଲିସର ନିର୍ଦ୍ଦେଶ ଯୋଗୁ ନେତା ମଧ୍ୟ କେହି ସୃଷ୍ଟି ହୋଇପାରୁ ନାହାନ୍ତି। ମାହାଙ୍ଗାରୁ ମମିତାଙ୍କ ପର୍ଯ୍ୟନ୍ତ ନୀରବ ରହି ଲୋକଦେଖାଣିଆ ବାଉଁଶ ତାଟି ଧରିବା ହୋଇଗଲାଣି ଭାଜପାର ମୁଖ୍ୟ ପ୍ରତିବାଦର ଭୂମିକା। କୌତୂହଳରେ କୁହାଯାଉଛି ଯେ, ପ୍ରତ୍ୟେକ ଦିନ କିଛି କର୍ମୀ ଆସି କାର୍ଯ୍ୟାଳୟରେ ଅପେକ୍ଷାରତ। ସରକାରଙ୍କ ବିରୋଧରେ ପ୍ରତିବାଦ କରିବା ପୂର୍ବରୁ ଜଳଖିଆ ଖର୍ଚ୍ଚ ଆସିବା ସହିତ ସ୍ଲୋଗାନ ମଧ୍ୟ କାଗଜରେ ଲେଖାହୋଇ ଆସୁଛି। ସେହି କାଗଜକୁ ବାଉଁଶ ତାଟିରେ ଲଗେଇ ଦୀର୍ଘ ୩୦ ମିନିଟ୍‌ ପର୍ଯ୍ୟନ୍ତ ଘୋ ଘା ହେଉଛନ୍ତି। ଗଣମାଧ୍ୟମର କ୍ୟାମେରାବାଲା ଫେରିଯିବା ପରେ ପ୍ରତିବାଦ ମଳିନ ପଡ଼ିଯାଉଛି।
ଏହି ଦୁଇ ମୁଖ୍ୟ ବିରୋଧୀଦଳକୁ ଦେଖିଲେ ଓଡ଼ିଶା ରାଜନୀତି ସମ୍ପର୍କରେ ଅତି ଗଭୀର ଭାବେ ବୁଝିବା ସମ୍ଭବପର ହେଉଛି। ଢଗ ଅଛି-‘ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି।’ ଏହି ଦୁଇ ଦଳର ନେତୃବୃନ୍ଦ ଭାବୁଛନ୍ତି ସେମାନଙ୍କର ସାଲିସକୁ ବୁଝିବା ପାଇଁ ଓଡ଼ିଶାବାସୀ ଅକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri