ନରସଂହାର ଭାରତ ପାଇଁ ବଡ଼ ବିପଦ, କହିଲେ ଆମେରିକା ରାଷ୍ଟ୍ରଦୂତ…

ଓ୍ବାଶିଂଟନ, ୧।୭ : ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଉପରେ ଭାରତୀୟ-ଆମେରିକୀୟ ରାଷ୍ଟ୍ରଦୂତ ରାଶାଦ ହୁସେନ ଭାରତରେ ନରସଂହାର ବଡ଼ ବିପଦ ସୃଷ୍ଟି କରିଥିବା କହିଛନ୍ତି। ଭାରତରେ ଜାରି କରାଯାଇଥିବା ଅନେକ ଘଟଣା ତଥା ବିବୃତ୍ତି ସମ୍ପର୍କରେ ସେ ନିଜର ମତ ପ୍ରକାଶ କରିବାବେଳେ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର କମିଟି ସମ୍ମୁଖରେ ଉପସ୍ଥିତ ହୋଇ ହୁସେନ କହିଛନ୍ତି ଯେ ହୋଲକୋଷ୍ଟ ସଂଗ୍ରହାଳୟ ସହିତ ଜଡିତ ଥିବା ପ୍ରାରମ୍ଭିକ ଚେତାବନୀ ପ୍ରକଳ୍ପ(ଏର୍ଲି ଓ୍ବାର୍ଣ୍ଣିଂ ପ୍ରୋଜେକ୍ଟ)ରେ ଭାରତରେ ନରସଂହାର ହେବାର ଆଶଙ୍କା ଥିବା ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନରେ ରଖାଯାଇଛି।

ହୁସେନ କହିଛନ୍ତି ଯେ ଭାରତରେ ଧାର୍ମିକ ସଂଖ୍ୟାଲଘୁମାନଙ୍କର ଅଧିକାର ବିପଦରେ ଅଛି ଏବଂ ଆମେରିକା ଏହି ପ୍ରସଙ୍ଗରେ ଭାରତକୁ ସିଧାସଳଖ ଜଣାଉଛି। ହୁସେନ ନାଗରିକତ୍ୱ ସଂଶୋଧନ ଅଧିନିୟମ ଏବଂ ନରସଂହାର ପାଇଁ ଖୋଲା ଆହ୍ବାନ ସମ୍ପର୍କରେ ଆଲୋଚନା କରିଛନ୍ତି। ହୁସେନ କମିଟିକୁ କହିଛନ୍ତି ଯେ ଆମେ ଭାରତରେ ଚର୍ଚ୍ଚ ଉପରେ ଆକ୍ରମଣ ଏବଂ ହିଜାବ ନିଷେଧ ଭଳି ମାମଲା ଦେଖିଛୁ।

ସେ ଏହା ମଧ୍ୟ କହିଛନ୍ତି ଯେ ଜଣେ ମନ୍ତ୍ରୀ ଭାରତରେ ମୁସଲମାନମାନଙ୍କୁ ଉଈ ବୋଲି ମଧ୍ୟ କହିଛନ୍ତି। ଏହାପୂର୍ବରୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଧାର୍ମିକ ସ୍ବାଧୀନତା ଉପରେ ରିପୋର୍ଟ ପ୍ରକାଶ କରିବାବେଳେ କିଛି ବିବାଦୀୟ କଥା ପ୍ରକାଶ କରିବା ସହିତ ଭାରତ ବିଷୟରେ ଚିନ୍ତା ପ୍ରକଟ କରିଥିଲେ ଯାହାକୁ ନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆପତ୍ତି କରାଯାଇଥିଲା। ଏହି ରିପୋର୍ଟରେ ଭାରତରେ ଧର୍ମସ୍ଥଳ ଉପରେ ଆକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବା ଦର୍ଶାଯାଇଛି। ଆମେରିକାର ରାଷ୍ଟ୍ରଦୂତ ହୁସେନ କହିଛନ୍ତି ଯେ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ଦଲିତ ଏବଂ ଆଦିବାସୀମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri