ନରସଂହାର ଭାରତ ପାଇଁ ବଡ଼ ବିପଦ, କହିଲେ ଆମେରିକା ରାଷ୍ଟ୍ରଦୂତ…

ଓ୍ବାଶିଂଟନ, ୧।୭ : ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଉପରେ ଭାରତୀୟ-ଆମେରିକୀୟ ରାଷ୍ଟ୍ରଦୂତ ରାଶାଦ ହୁସେନ ଭାରତରେ ନରସଂହାର ବଡ଼ ବିପଦ ସୃଷ୍ଟି କରିଥିବା କହିଛନ୍ତି। ଭାରତରେ ଜାରି କରାଯାଇଥିବା ଅନେକ ଘଟଣା ତଥା ବିବୃତ୍ତି ସମ୍ପର୍କରେ ସେ ନିଜର ମତ ପ୍ରକାଶ କରିବାବେଳେ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର କମିଟି ସମ୍ମୁଖରେ ଉପସ୍ଥିତ ହୋଇ ହୁସେନ କହିଛନ୍ତି ଯେ ହୋଲକୋଷ୍ଟ ସଂଗ୍ରହାଳୟ ସହିତ ଜଡିତ ଥିବା ପ୍ରାରମ୍ଭିକ ଚେତାବନୀ ପ୍ରକଳ୍ପ(ଏର୍ଲି ଓ୍ବାର୍ଣ୍ଣିଂ ପ୍ରୋଜେକ୍ଟ)ରେ ଭାରତରେ ନରସଂହାର ହେବାର ଆଶଙ୍କା ଥିବା ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନରେ ରଖାଯାଇଛି।

ହୁସେନ କହିଛନ୍ତି ଯେ ଭାରତରେ ଧାର୍ମିକ ସଂଖ୍ୟାଲଘୁମାନଙ୍କର ଅଧିକାର ବିପଦରେ ଅଛି ଏବଂ ଆମେରିକା ଏହି ପ୍ରସଙ୍ଗରେ ଭାରତକୁ ସିଧାସଳଖ ଜଣାଉଛି। ହୁସେନ ନାଗରିକତ୍ୱ ସଂଶୋଧନ ଅଧିନିୟମ ଏବଂ ନରସଂହାର ପାଇଁ ଖୋଲା ଆହ୍ବାନ ସମ୍ପର୍କରେ ଆଲୋଚନା କରିଛନ୍ତି। ହୁସେନ କମିଟିକୁ କହିଛନ୍ତି ଯେ ଆମେ ଭାରତରେ ଚର୍ଚ୍ଚ ଉପରେ ଆକ୍ରମଣ ଏବଂ ହିଜାବ ନିଷେଧ ଭଳି ମାମଲା ଦେଖିଛୁ।

ସେ ଏହା ମଧ୍ୟ କହିଛନ୍ତି ଯେ ଜଣେ ମନ୍ତ୍ରୀ ଭାରତରେ ମୁସଲମାନମାନଙ୍କୁ ଉଈ ବୋଲି ମଧ୍ୟ କହିଛନ୍ତି। ଏହାପୂର୍ବରୁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଧାର୍ମିକ ସ୍ବାଧୀନତା ଉପରେ ରିପୋର୍ଟ ପ୍ରକାଶ କରିବାବେଳେ କିଛି ବିବାଦୀୟ କଥା ପ୍ରକାଶ କରିବା ସହିତ ଭାରତ ବିଷୟରେ ଚିନ୍ତା ପ୍ରକଟ କରିଥିଲେ ଯାହାକୁ ନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆପତ୍ତି କରାଯାଇଥିଲା। ଏହି ରିପୋର୍ଟରେ ଭାରତରେ ଧର୍ମସ୍ଥଳ ଉପରେ ଆକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବା ଦର୍ଶାଯାଇଛି। ଆମେରିକାର ରାଷ୍ଟ୍ରଦୂତ ହୁସେନ କହିଛନ୍ତି ଯେ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ଦଲିତ ଏବଂ ଆଦିବାସୀମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri