ଗାଜାରେ ଗଣହତ୍ୟା

ରାଜ୍ୟ ସଭାରେ ୯ ଫେବୃଆରୀ ୨୦୨୨ରେ ସରକାରଙ୍କୁ ଦୁଇଟି ପ୍ରଶ୍ନ କରାଯାଇଥିଲା। ପ୍ରଥମଟି ହେଉଛି ୧୯୪୮ରେ ଜାତିସଂଘ ସାଧାରଣ ସଭା ଦ୍ୱାରା ପାରିତ ଜେନୋସାଇଡ୍‌ କନ୍‌ଭେନ୍‌ସନ ବା ନରସଂହାର ଚୁକ୍ତିକୁ ଭାରତ ପ୍ରକୃତରେ ସମର୍ଥନ କରେ ନା ନାହିଁ ସ୍ବରାଷ୍ଟ୍ର ମନ୍ତ୍ରୀ କହିବେ କି? ଦ୍ୱିତୀୟ ପ୍ରଶ୍ନ ଥିଲା, ଯଦି ଏହା ହୋଇଥାଏ, ତେବେ ସରକାର ନରସଂହାର ବା ଗଣହତ୍ୟାକୁ ନେଇ କିଛି ନୂଆ ଆଇନ ପ୍ରଣୟନ କରିଛନ୍ତି କି? ସରକାର ଉତ୍ତର ଦେଇଥିଲେ, ଭାରତ ୨୯ ନଭେମ୍ବର ୧୯୪୯ରେ କନ୍‌ଭେନ୍‌ସନ ଅନ୍‌ ଦି ପ୍ରିଭେନ୍‌ସନ ଆଣ୍ଡ୍‌ ପନିଶ୍‌ମେଣ୍ଟ ଅଫ୍‌ ଦି କ୍ରାଇମ୍‌ ଅଫ୍‌ ଜେନୋସାଇଡ୍‌, ୧୯୪୮ (ସଂକ୍ଷେପରେ ଗଣହତ୍ୟା ଚୁକ୍ତି)ରେ ସ୍ବାକ୍ଷର କରିଥିଲା। ୨୭ ଅଗଷ୍ଟ ୧୯୫୯ରେ ଏହି ଚୁକ୍ତିକୁ ସମର୍ଥନ କରିଥିଲା ଓ ଗଣହତ୍ୟାକୁ ଅନ୍ତର୍ଜାତୀୟ ଅପରାଧ ଭାବେ ଗ୍ରହଣ କରିଥିଲା। ଅନ୍ତର୍ଜାତୀୟ ଆଇନରେ ଗଣହତ୍ୟା ଏକ ଅପରାଧ। ନରସଂହାର ଚୁକ୍ତି ଅନୁସାରେ ଗଣହତ୍ୟାକୁ ନିଷିଦ୍ଧ କରାଯିବା ସହ ଏହାକୁ ଅପରାଧୀକରଣ କରାଯାଇଛି, ଯାହାକୁ ୧୯୫୦ରେ ଇସ୍ରାଏଲ ଏବଂ ଅନ୍ତଃରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ ସମର୍ଥନ କରିଥିଲା। ପାଞ୍ଚଟି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନରସଂହାର କୁହାଯାଏ। କୌଣସି ଗୋଷ୍ଠୀ ବା ସମୁଦାୟର ସଦସ୍ୟଙ୍କୁ ହତ୍ୟା କରିବା, ଗୋଷ୍ଠୀର ସଦସ୍ୟଙ୍କୁ ଗମ୍ଭୀର ଭାବେ ଶାରୀରିକ ଓ ମାନସିକ ସ୍ତରରେ କ୍ଷତି ପହଞ୍ଚାଇବା, ସାମଗ୍ରିକ କିମ୍ବା ଆଂଶିକ ଭାବେ ଶାରୀରିକ କ୍ଷତି କରୁଥିବା ଜୀବନର ପରିସ୍ଥିତି ଗୋଷ୍ଠୀ ଉପରେ ଜାଣିଶୁଣି ଲଦିଦେବା, ଗୋଷ୍ଠୀ ମଧ୍ୟରେ ଜନ୍ମକୁ ରୋକିବା ଉଦ୍ଦେଶ୍ୟରେ ଆଇନଗତ ପଦକ୍ଷେପ ନେବା ଏବଂ ଗୋଟିଏ ଗୋଷ୍ଠୀର ପିଲାମାନଙ୍କୁ ବଳପୂର୍ବକ ଅନ୍ୟ ଏକ ଗୋଷ୍ଠୀକୁ ପରିବର୍ତ୍ତନ କରିବା। ଏହିସବୁ କାର୍ଯ୍ୟ ସାମଗ୍ରିକ କିମ୍ବା ଆଂଶିକ ଭାବେ ଏକ ଜାତୀୟ, ଜାତିଗତ, ବର୍ଣ୍ଣଗତ ବା ଧର୍ମୀୟ ଗୋଷ୍ଠୀର କ୍ଷତି ଉଦ୍ଦେଶ୍ୟରେ କରାଗଲେ ତାହା ନରସଂହାର ଅପରାଧ ଶ୍ରେଣୀଭୁକ୍ତ ହୁଏ।
ଇସ୍ରାଏଲରେ ନାଗରିକ ଭାବେ ରହୁଥିବା ପାଲେଷ୍ଟିନୀୟ କିମ୍ବା ପାଲେଷ୍ଟାଇନ ଅଧିକୃତ ଅଞ୍ଚଳରେ ଇସ୍ରାଏଲ ମିଲିଟାରି ନିୟନ୍ତ୍ରଣରେ ରହୁଥିବା ପାଲେଷ୍ଟାଇନ୍‌ର ନାଗରିକ ଅବା ଶରଣାର୍ଥୀଙ୍କୁ ପାଲେଷ୍ଟିନୀୟ ଭାବେ ଗଣାଯାଏ। ସେମାନଙ୍କ ମଧ୍ୟରେ ଗଭୀର ରାଜନୈତିକ, ଜାତିଗତ, ସାମାଜିକ ଭାଗୀଦାରି ଓ ସାଂସ୍କୃତିକ ସମ୍ପର୍କ ରହିଛି। ପାଲେଷ୍ଟିନୀୟ ବିଭିନ୍ନ ଧର୍ମର ହୋଇଥିଲେ ମଧ୍ୟ ସେମାନଙ୍କ ଭାଷା, ବେଶପୋଷାକ ଓ ସାଂସ୍କୃତିକ ପରମ୍ପରା ସମାନ। ସେଥିପାଇଁ ସେମାନଙ୍କୁ ନେଇ ଗଠିତ ଏକ ନିର୍ଦ୍ଦିଷ୍ଟ ଜାତୀୟ, ଜାତିଗତ ତଥା ବର୍ଣ୍ଣଗତ ଗୋଷ୍ଠୀ ନରସଂହାର ଚୁକ୍ତି ଦ୍ୱାରା ସୁରକ୍ଷିତ। କିନ୍ତୁ ଅକ୍ଟେବାର ୨୦୨୩ରୁ ଗାଜାରେ ଦୀର୍ଘଦିନ ହେଲା ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହାଦ୍ୱାରା ବ୍ୟାପକ କ୍ଷତିହେବା ସହ ଗାଜାର ସହରଗୁଡ଼ିକ ଓ ଆଖପାଖ ଅଞ୍ଚଳରେ ଜୀବନ ରକ୍ଷକ ଭିତ୍ତିଭୂମି, ଚାଷଜମି, ସାଂସ୍କୃତିକ ଓ ଧର୍ମୀୟ ସ୍ଥଳୀ ଧୂଳିସାତ ହୋଇଯାଇଛି। ଆକ୍ରମଣରେ ଶିଶୁଙ୍କ ସମେତ ଅନେକ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି। ଏପରିକି ଅନେକ ପରିବାର ପୂରା ନିଶ୍ଚିନ୍ନ ହୋଇଯାଇଛନ୍ତି। ଗାଜାର ୨୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଇସ୍ରାଏଲ ବିସ୍ଥାପିତ କରିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମୌଳିକ ଭିତ୍ତିଭୂମି ଅଭାବ ଥିବା ଅଳ୍ପ ଜାଗାରେ ରହିବାକୁ ବାଧ୍ୟ କରାଯାଇଛି, ଯାହା ସେମାନଙ୍କୁ ଧୀରେ ଧୀରେ ମୃତ୍ୟୁମୁଖକୁ ଠେଲିଦିଆଯାଇଛି। ଇସ୍ରାଏଲ ମାନବୀୟ ସହାୟତା ଓ ଜୀବନରକ୍ଷକ ସାମଗ୍ରୀଗୁଡ଼ିକର ଆମଦାନୀ ଓ ଯୋଗାଣରେ ଜାଣିଶୁଣି ବାଧା ସୃଷ୍ଟିକରୁଛି। ବିଦ୍ୟୁତ୍‌ ବନ୍ଦ ଯୋଗୁ ଜଳ ଯୋଗାଣ, ପରିମଳ ଓ ସ୍ବାସ୍ଥ୍ୟସେବା ଭୁଶୁଡ଼ିପଡ଼ିଛି। ଗାଜାରୁ ଅନେକ ହଜାର ପାଲେଷ୍ଟିନୀୟଙ୍କୁ ନେଇ ଯୋଗାଯୋଗ ନ ଥିବା ସ୍ଥାନରେ ଅଟକ ରଖାଯାଇଛି, ଯେଉଁଠି ନିର୍ଯାତନା ଏବଂ କ୍ରୂର, ଅମାନବୀୟ ଓ ନିକୃଷ୍ଟ ଚିକିତ୍ସା ଯୋଗୁ ଅନେକଙ୍କର ମୃତ୍ୟୁ ଘଟୁଛି।
ପାଲେଷ୍ଟିନୀୟଙ୍କ ପ୍ରତି ଇସ୍ରାଏଲ ଯାହା କରୁଛି ତାହା ନରସଂହାର। ଏହା ଆମେନ୍‌ଷ୍ଟି ଇଣ୍ଟରନ୍ୟାଶନାଲ ସମେତ ଅନେକ ସଂସ୍ଥାର ସିଦ୍ଧାନ୍ତ। ଗୋଟିଏ ଜନଗୋଷ୍ଠୀର ଅଂଶକୁ ନଷ୍ଟ କରିଦେବା ଲକ୍ଷ୍ୟ ନରସଂହାର ଅପରାଧ ପାଇଁ ଥିବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ସାବ୍ୟସ୍ତ କରିବା ଲାଗି ଯଥେଷ୍ଟ। ତେବେ ଗୋଟିଏ ଗୋଷ୍ଠୀର ଅଂଶ କାହାକୁ କୁହାଯାଏ ତାହା ନିର୍ଦ୍ଧାରଣ କରିବା ଲାଗି ଅନ୍ତର୍ଜାତୀୟ ନ୍ୟାୟବ୍ୟବସ୍ଥା ପର୍ଯ୍ୟାପ୍ତ ମାନକ ସୂଚିତ କରିଛି। ଏହି ମାନକ ଅନୁଯାୟୀ ଅପରାଧୀ ଅନ୍ତତଃପକ୍ଷେ ଏକ ଗୋଷ୍ଠୀର ବଡ଼ ଅଂଶକୁ କ୍ଷତି କରିବାକୁ ଚାହଁୁଥିବ, ଯାହାର ସମ୍ପୂର୍ଣ୍ଣ ଗୋଷ୍ଠୀ ଉପରେ ପ୍ରଭାବ ଥିବ। ଇସ୍ରାଏଲ ଯୁଦ୍ଧକୁ ଦେଖିଲେ, ଆମେନ୍‌ଷ୍ଟି ଇଣ୍ଟରନ୍ୟାଶନାଲ ବିଚାରରେ ସମ୍ପୂର୍ଣ୍ଣ ପାଲେଷ୍ଟିନୀୟ ଗୋଷ୍ଠୀର ଏକ ବଡ଼ ଅଂଶ ଗାଜାରେ ରହୁଛନ୍ତି, ଯାହାଙ୍କୁ ଇସ୍ରାଏଲ ଧ୍ୱଂସ କରିବାରେ ଲାଗିଛି। ୨୦୨୩ରେ ପାଲେଷ୍ଟାଇନ ଅଧିକୃତ ଅଞ୍ଚଳରେ ରହୁଥିବା ପାଖାପାଖି ୫୫ ଲକ୍ଷ ପାଲେଷ୍ଟିନୀୟଙ୍କ ମଧ୍ୟରୁ ପ୍ରାୟତଃ ୪୪ ପ୍ରତିଶତ ଗାଜାରେ ରହୁଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥା ପ୍ରକୃତ ବିନାଶ ପରିପ୍ରେକ୍ଷୀରେ ‘ସମ୍ପୂର୍ଣ୍ଣ କିମ୍ବା ଆଂଶିକ’ ଶବ୍ଦକୁ ସୂଚିତ କରେ। ସାମରିକ ସଫଳତା ହାସଲ କରିବା ଓ ଏଭଳି ଭାବେ ଗୋଟିଏ ଗୋଷ୍ଠୀକୁ ନଷ୍ଟ କରିବା ପାଇଁ ଗୋଟିଏ ଦେଶ ଦ୍ୱୈତ ଲକ୍ଷ୍ୟ ଗ୍ରହଣ କରିପାରେ। ସାମରିକ ସଫଳତା ପାଇବା ପାଇଁ ନରସଂହାର ମଧ୍ୟ ଏକ ମାଧ୍ୟମ ହୋଇପାରେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏକ ନିର୍ଦ୍ଦିଷ୍ଟ ସାମରିକ ସଫଳତା ହାସଲ କରିବା ପାଇଁ ଯେତେବେଳେ ଏକ ସୁରକ୍ଷିତ ଗୋଷ୍ଠୀର ଧ୍ୱଂସ ଆରମ୍ଭ କରାଯାଏ ସେତେବେଳେ ତାହାକୁ ଗଣହତ୍ୟା ସିଦ୍ଧାନ୍ତ ଭାବେ ଗ୍ରହଣ କରାଯାଇପାରେ। ଗାଜାରେ ପାଲେଷ୍ଟିନୀୟଙ୍କ ପ୍ରତି ଯାହା ଘଟୁଛି ତାହା ହିଁ ଗଣହତ୍ୟା। ଭାରତ ଏହାକୁ ଏକ ଅନ୍ତର୍ଜାତୀୟ ଅପରାଧ ଭାବେ ସ୍ବୀକାର କରେ ଏବଂ ନରସଂହାରକୁ ରୋକିବା ଏବଂ ଏଥିପାଇଁ ଦୋଷୀକୁ ଦଣ୍ଡିତ କରିବା ସକାଶେ ଭାରତ ମଧ୍ୟ ଚୁକ୍ତିରେ ସ୍ବାକ୍ଷର କରିଛି। ପ୍ରତିଦିନ ଆମ ଆଖି ଆଗରେ ଘଟିଚାଲିଥିବା ଏହି ଅପରାଧ ବିରୋଧରେ ଭାରତ ମୁହଁ ଖୋଲିବା ସହ ପଦକ୍ଷେପ ନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri