ଅତିକମ୍‌ରେ ୭୦ ପ୍ରତିଶତ ଲୋକ ମାସ୍କ ପିନ୍ଧିଲେ ଦୂର ହେବ ମହାମାରୀ!

କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ରଖିଛି । ବିଶେଷ କରି ଆମେରିକା ଓ ଭାରତରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯଦି ଅତିକମ୍‌ରେ ୭୦ ପ୍ରତିଶତ ଲୋକ ମାସ୍କ ବ୍ୟବହାର କରନ୍ତି ତେବେ କରୋନା ଭଳି ମହାମାରୀକୁ ଦୂରେଇ ଦେଇ ହେବ । ସିଙ୍ଗାପୁରର ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟର ଏହି ଗବେଷଣା ଅନୁଯାୟୀ ବିଶେଷ କରି ସର୍ଜିକାଲ ମାସ୍କ, କପଡା ମାସ୍କ ଓ ଏନ୍ ୯୫ ମାସ୍କ ବ୍ୟବହାର କଲେ ବି ମହାମାରୀକୁ ଦୂରେଇ ଦେଇ ହେବ । ବିଶେଷଜ୍ଞଙ୍କ କହିବା କଥା ହେଲା କରୋନା ମହାମାରୀ ବିଶେଷ କରି ଆମ ପାଟିରୁ ଓ ନାକରୁ ବାହାରୁ ଥିବା ଡ୍ରପଲେଟ୍ସ ଦ୍ୱାରା ବ୍ୟାପୁଥିବାରୁ ଆମକୁ ମାସ୍କ ପିନ୍ଧିବା ଜରୁରୀ । ତାହାପୁଣି ଜନଗହଳି ସ୍ଥାନରେ ଯେଉଁମାନେ ଅଧିକ ସମୟ କାଟୁଛନ୍ତି ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ । ନିୟମିତ ଏହି ଅଭ୍ୟ।।ସ ହିଁ ଆମକୁ କରୋନା ଭଳି ମହାମାରୀଠାରୁ ଦୂରେଇ ରଖିବ ବୋଲି ଗବେଷକମାନେ କହିଛନ୍ତି । ସୂଚନାଯୋଗ୍ୟ, କରୋନା ଭାଇରସକୁ ଏବେ ବର୍ଷେ ପୂରଣ ହେବାକୁ ଯାଉଛି । ଚାଇନାର ଉହାନ ସହରରେ ପ୍ରଥମେ ୨୦୧୯ରେ ଏହି ଭାଇରସ ଦେଖା ଦେଇଥିବା ବେଳେ ଖୁକ୍ କମ୍ ସମୟ ମଧ୍ୟରେ ଏହା ସାରା ବିଶ୍ୱକୁ ତା’ କବଳକୁ ନେଇଯାଇଛି । ଏଥିରେ ଆକ୍ରାନ୍ତ ହୋଇ କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଏବେବି ଅନେକେ ଏହି ଭାଇରସ କବଳରେ ପଡି ଚିକିତ୍ସିତ ହେଉଛନ୍ତି । ଛୋଟ ପିଲା ବୟସ୍କ ଏହାଦ୍ୱାରା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୂରେଇବା ପାଇଁ ପ୍ରାୟ ସମସ୍ତ ବିକାଶଶୀଳ ଦେଇ ଭ୍ୟାକ୍ସିନ ପ୍ରସ୍ତୁତି କାମରେ ଲାଗି ପଡିଥିବା ବେଳେ ୨୦୨୧ ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଆଉ କେତେଜଣ ବିଶେଷଜ୍ଞଙ୍କ ମତ ରହିଛି କରୋନା ମହାମାରୀ ସହ ଆମକୁ ପାଖାପାଖି ୩ ବର୍ଷ କଟିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri