ମଣିସ ହସିଲେ ହସୁଛି ମାସ୍କ

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହା ଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ବାହାରି ନାହିଁ। ତେଣୁ ଏବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଉଛି। ମାତ୍ର ମାସ୍କ ଏବେ ଫ୍ୟାସନର ପରିଣତ ହେବାରେ ଲାଗିଲାଣି। କେହି କେହି ସୁନାର ମାସ୍କ ତିଆରି କରି ପୁନ୍ଧୁଛନ୍ତି ତ ଆଉ କେହି ହିରାର। ଏମିତି ଖବର ଅନେକ ସମୟରେ ଶୁଣିବାକୁ ମିଳୁଛି। ଏବେ ଆମେରିକାର ଗେମ୍‌ ଡିଜାଇନର ତଥା ପ୍ରୋଗ୍ରାମର ଟେଲର ଗ୍ଲେୟଲ ଏକ ସ୍ବତନ୍ତ୍ର ପ୍ରକାରର ମାସ୍କ ତିଆରି କରିଛନ୍ତି। ଏହାକୁ ଲଗାଇ କଥାହେବା ଦ୍ୱାରା ଏଥିରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ ଜଳିଥାଏ। ଏହି ଲାଇଟ୍‌ ଜଣାଇଦେବ ସାମ୍ନାବାଲା କେତେବେଳେ କଥା କହୁଛନ୍ତି ଆଉ କେତେବେଳେ ଚୁପ୍‌ ରହୁଛନ୍ତି। ହସିବା ଦ୍ୱାରା ମାସ୍କ ସମ୍ମୁଖରେ ଏକ ସ୍ମାଇଲ୍‌ ଚିହ୍ନ ଆସିଥାଏ। ଏହି ମାସ୍କରେ ୧୬ଟି ଏଲ୍‌ଇଡି ଲାଇଟ୍‌ ସହ ଏକ ଭଏସ୍‌ ପ୍ୟାନେଲ ମଧ୍ୟ ଲାଗିଛି, ଯାହାକି ଏଲ୍‌ଇଡି ସହିତ ଜଡିତ। ଏହାକୁ ପିନ୍ଧି ଜଣେ ବ୍ୟକ୍ତି ହସିଲେ କିମ୍ବା କଥା ହେଲେ ଏହା ଜଳିଥାଏ।
ଟେଲରଙ୍କ କହିବାନୁଯାୟୀ, ଅନଲାଇନ୍‌ରୁ ସେ ଏପରି ମାସ୍କ ଖୋଜିଥିଲେ। ମାତ୍ର ନ ମିଳିବାରୁ ଏପରି ମାସ୍କ ତିଆରି କରିବା ପାଇଁ ତାଙ୍କ ମୁଣ୍ଡରେ ଆଇଡିଆ ଆସିଲା। ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ସମୟ ଲାଗିଥିବା ସେ କହିଛନ୍ତି। ଏହା କପଡ଼ାରେ ତିଆରି। ଏହାକୁ ଧୋଇବା ପୂର୍ବରୁ ଏଥିରୁ ଏଲ୍‌ଇଡି ଲାଇଟ୍‌ ପ୍ୟାନେଲକୁ ବାହାର କରିବାକୁ ହେବ। ଏଥିରେ ୯ ଓ୍ବାଟ୍‌ର ବ୍ୟାଟେରୀ ଲାଗିଛି। ଏହା ମୂଲ୍ୟ ୩୮୦୦ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

୨କରୋନା ଯୋଦ୍ଧା ପଜିଟିଭ: ଟ୍ରାଫିକ ଫାଣ୍ଡି ସିଲ୍‌

ପୁରୀ ଅଫିସ,୨୭ା୬: କରୋନା ଯୋଦ୍ଧାଙ୍କୁ କରୋନା। ପୁରୀ ଜିଲାର ୨ ଜଣ କରୋନା ଯୋଦ୍ଧାଙ୍କଠାରେ ପଜିଟିଭ ଚିହ୍ନଟ ହୋଇଛି। ଜଣେ ଟ୍ରାଫିକ କନଷ୍ଟେବଳ ଏବଂ ଅନ୍ୟଜଣେ...

କରୋନା ଭ୍ୟାକ୍ସିନକୁ ନେଇ ବିବାଦ: କୋଭାକ୍ସିନକୁ ପାଣି କହିବାରୁ ରାଗିଲେ ବାୟୋଟେକ ଅଧ୍ୟକ୍ଷ

ନୂଆଦିଲ୍ଲୀ,୫ ।୧: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶ ଦୁଇଟି ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରି ସାରିଛି ।...

ବିବିଧ କଳାରେ ନିପୁଣ ଫରେଷ୍ଟର

ପେସା ତାଙ୍କର ସରକାରୀ ଚାକିରି, ନିଶା କିନ୍ତୁ କାଠରେ ସୁନ୍ଦର ମୂର୍ତ୍ତି ତିଆରି କରିବା। କାଠରେ ସେ ରାଧାକୃଷ୍ଣ, ଗଣେଶ ଆଦି ଦେବଦେବୀଙ୍କ ମୂର୍ତ୍ତି ତିଆରି...

ରାଜ୍ୟରେ ବେଲଗାମ କରୋନା: ୩୦ ଜିଲାରୁ ଆଜି ଚିହ୍ନଟ ହେଲେ ଆଉ ୨,୯୯୩ ଆକ୍ରାନ୍ତ; ଜାଣନ୍ତୁ..

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଓଡ଼ିଶାରେ ବେଲଗାମ ହୋଇପଡ଼ିଛି କରୋନା। ରବିବାର ରାଜ୍ୟରେ ୨,୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧,୮୭୯ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧,୧୧୪ ଲୋକାଲ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୬କୁ ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୪୩ କରୋନା ଆକ୍ରାନ୍ତ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି...

ବେଜିଂ-ସାଂଘାଇରେ ହାହାକାର, ଘରେ ସାମଗ୍ରୀ ଡେଲିଭରୀ ମନା…

ବେଜିଂ, ୧୦।୫ : କରୋନା ସଂକ୍ରମଣ ଯୋଗୁଁ ଚାଇନାରେ ସଙ୍କଟ ଦେଖାଦେଇଛି। ରାଜଧାନୀ ବେଜିଂ ଏବଂ ବାଣିଜି୍ୟକ ସହର ସାଂଘାଇରେ କଟକଣା କଡାକଡି କରାଯାଇଛି। ଫଳରେ...

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।...

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଅଭିନେତ୍ରୀ ନମ୍ରତା ସିଂଦେଓ

ନୟାଗଡ଼ ଜିଲା ରାଜ-ରଣପୁର ରାଜପରିବାରର ମୁଁ ହେଉଛି ଜଣେ ଝିଅ। ବାପା ରବିନ୍ଦ୍ର କୁମାର ସିଂଦେଓ ଓ ମାମା’(ମା’) କାଦମ୍ବିନୀ ଦାଶ। ଚାକିରି କ୍ଷେତ୍ରରେ ବାପା,...

Advertisement
Archives

Model This Week