Posted inଜାତୀୟ

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ: ପ୍ରଦୀପ ସିଂ ଟପ୍ପର, ୮ ନମ୍ବର ସ୍ଥାନରେ ଓଡ଼ିଶାର ଅଭିଷେକ

ନୂଆଦିଲ୍ଲୀ, ୪।୮: ୟୁପିଏସ୍‌ସି ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଜତିନ୍‌ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି। ପରୀକ୍ଷା ଫଳ ୟୁପିଏସ୍‌ସି ଓ୍ବେସାଇଟ୍‌ରେ ପ୍ରକାଶ ପାଇଛି। ପରୀକ୍ଷାର୍ଥୀ ନିଜ ରୋଲ୍‌ ନମ୍ବର ସହାୟତାରେ ଫଳ ଜାଣି ପାରିବେ। ଏହାର ସାକ୍ଷାତ୍‌କାର ପରୀକ୍ଷା ଜୁଲାଇ ୨୦ରୁ ଆରମ୍ଭ ହୋଇଥିଲା। କରୋନା ସଂକ୍ରମଣ ଯୋଗୁ ପୂର୍ବରୁ ସାକ୍ଷାତ୍‌କାର ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ରଖିଥିବା ନମ୍ବର ଅନୁସାରେ ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌, ଆଇଏଫ୍‌ଏସ୍‌ ଆଦିର ତାଲିକା ପ୍ରକାଶ ପାଇଛି। ତାଲିକାର ତାଲିକାର ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ ନମ୍ବର ସ୍ଥାନରେ ଓଡ଼ିଶାର ଅଭିଷେକ ଶରାଫ୍‌ଙ୍କ ନାମ ରହିଛି। ସେହିପରି ୧୦ ସ୍ଥାନରେ ସଞ୍ଜିତା ମହାପାତ୍ରଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍‌ଫାଷ୍ଟ୍‌

ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ...

ଜନ ଗଣ ମନ… ବଦଳାଇବା ପାଇଁ ଦାବି

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ର ଗାନ ଜନ ଗଣ ମନ…କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

କଂଗ୍ରେସ କୋର୍‌ କମିଟି ଭାଙ୍ଗିଲା

ନୂଆଦିଲ୍ଲୀ,୧୩ା୬(ଆଇଏଏନ୍‌ଏସ୍‌): ରାହୁଲ ଗାନ୍ଧୀ କଂଗ୍ରେସ ଦଳର ଅଧ୍ୟକ୍ଷ ରହିବେ ବୋଲି ଦଳ ପକ୍ଷରୁ ବୁଧବାର କୁହାଯାଇଛି। ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ...

ଏଲ୍‌ଓସିରେ ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁ: ବିଏସ୍‌ଏଫ୍‌ ପକ୍ଷରୁ ଆଲର୍ଟ ଜାରି

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା କମିବାର ନା ଧରୁନି। ପାକିସ୍ତାନ ପକ୍ଷରୁ ଏଠାରେ ଜାଣିଶୁଣି ଅନୁପ୍ରବେଶ ଉଦ୍ୟମ କରାଯାଉଛି। ରବିବାର ସକାଳେ...

ଦେଶବାସୀ ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୨୭।୧୦: ଦେଶବାସୀଙ୍କ ମଧ୍ୟରେ ଏକତା ରହିବା ସହିତ ସେମାନେ ଏକତା ସୂତ୍ରରେ ବାନ୍ଧି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର...

ମାଡ଼ିଆସୁଛି ମହାଜାଗତିକ ବସ୍ତୁ: ଧ୍ୱଂସପାଇପାରେ ଗୋଟିଏ ଦେଶ

ନୂଆଦିଲ୍ଲୀ: ମହାକାଶରେ ଥିବା ବହୁ ମହାଜାଗତିକ ବସ୍ତୁର ଟାର୍ଗେଟରେ ରହିଆସିଛି ପୃଥିବୀ। ବହୁ ସମୟରେ ଏହିସବୁ ବସ୍ତୁ ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଛି। ସୌଭାଗ୍ୟକୁ ଅନେକ...

ଭାରତକୁ ପାକିସ୍ତାନର ହାସ୍ୟାସ୍ପଦ ଧମକ: ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଲା

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ଭାରତକୁ ପାକିସ୍ତାନ ହାସ୍ୟାସ୍ପଦ ଧମକ ଦେଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ...

ମେଳା ଦେଖି ରାତିରେ ଫେରୁଥିବାବେଳେ ୨ ନାବାଳିକାଙ୍କୁ ଗଣବଳାତ୍କାର

ରାଞ୍ଚି,୧୭।୧(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡର ଖୁଣ୍ଟି ଜିଲା କଳାମାଟି ବ୍ଲକରେ ୨ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବାବେଳେ ୪ ଜଣଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ୫ମରୁ ୮ମ ଶ୍ରେଣୀ ମଧ୍ୟରେ...


Coronavirus Update

Archives

Model This Week

Why Dharitri