ମାସ୍କ ଜୀବନ ସହ ଜଡିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବା ବେଳେ ଏହାକୁ ରୋକିବା ସକାଶେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି। କିଛି ନିର୍ଦ୍ଦିଷ୍ଟ ସାବଧାନତା ରକ୍ଷା କରି ଲୋକମାନେ ଏହି ମହାମାରୀରୁ ଦୂରେଇ ରହିପାରିବେ ବୋଲି ସରକାର କହୁଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏକ ଭିଡିଓ ବାର୍ତ୍ତା ଛାଡିଛନ୍ତି। ସେଥିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ମାସ୍କ ଏବେ ଆମ ଜୀବନ ସହ ଜଡିତ। ନିଜଠାରୁ କରୋନା ଦୂରେଇ ରଖିବାକୁ ହେଲେ ମାସ୍କକୁ ଦୈନନ୍ଦିନ ଜୀବନରେ ଏକ ଅଂଶଭାବେ ଗ୍ରହଣ କରନ୍ତୁ। ବ୍ୟକ୍ତିଗତସ୍ତରରେ ଆପଣଙ୍କ ଶୃଙ୍ଖଳା ଓ ସାବଧନତା ହିଁ କରୋନା ଠାରୁ ସୁରକ୍ଷା ଦେଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।