ଅମରି ଲଟାରେ ପରିପୂର୍ଣ୍ଣ ମସିଣା ଡ୍ୟାମ

ଲାଠୋର,୩ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ରହିଥିବା ଡ୍ୟାମ(ବନ୍ଧ) ବର୍ତ୍ତମାନ ମାଟି ଢିପ ଏବଂ ଅମରି ଲଟାରେ ପରିପୂର୍ଣ୍ଣ ହୋଇରହିଛି। ଦୀର୍ଘ ବର୍ଷ ହେଲା ପଙ୍କ ଉଦ୍ଧାର ହୋଇ ନ ଥିବା ଯୋଗୁ ଗ୍ରାମ ତଥା ଆଖପାଖ ଗ୍ରାମର ଚାଷୀଙ୍କ ଜମିକୁ ଜଳସେଚନ ହୋଇ ପାରୁ ନ ଥିବା ନେଇ ଗ୍ରାମର ଚାଷୀ ରାଜ କିଶୋର ଭୋଇ, ପଟ୍ଟନାଏକ ଭୋଇ,ସୁନ୍ଦର ନାଗ,ରୁଦ୍ରମଣି ଭୋଇ,ଟଙ୍କ ନାଗ,କୃଷ୍ଣଚନ୍ଦ୍ର ଲିଟି ପ୍ରମୁଖ ଅଭିଯୋଗ କରିଛନ୍ତି। ମସିଣା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ବସବାସ କରୁଥିବା ଅଧିକାଂଶ ପରିବାର ଚାଷ କରି ଓ ଦାଦନ ଖଟିବାକୁ ଯାଇ ଯାହା ରୋଜଗାର କରନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜମିକୁ ଜଳସେଚନ ପାଇଁ ସରକାର ଗତ ୧୯୮୦ ମସିହାରେ ଏଠାରେ ଏକ ଡ୍ୟାମ ନିର୍ମାଣ କରିଥିଲେ। ଡ୍ୟାମର ପୂର୍ବ ଦିଗରେ ଧୂମା ପର୍ବତ,ପଶ୍ଚିମରେ ଘୁଡ଼ାଚରା ପର୍ବତ ଏବଂ ଉତ୍ତରରେ ଚଣ୍ଡି ପର୍ବତ ରହିଛି। ଡ୍ୟାମରୁ ବାମ ,ଡାହାଣ ଦୁଇ ଗୋଟି ମୁଖ୍ୟ କେନାଲ ତଥା ଜରା ମହୁଲ,ପଡ଼ିଆ ବାହାଲି, କେନ୍ଦୁଭଟା ୩ ଗୋଟି ଶାଖା କେନାଲକୁ ମିଶାଇ ମୋଟ ୫ ଗୋଟି କେନାଲ ସାହାଯ୍ୟରେ ଜଳସେଚନ ବ୍ୟବସ୍ଥା କରାଯାଇଛି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଡ୍ୟାମରେ ଅମରି ଲଟା ମାଡି ଚାଲିଥିବା ବେଳେ ମଝିରେ ମାଟି ଜମା ହୋଇ ବଡ ବଡ ଢିପ ହୋଇରହିଛି। ଦୀର୍ଘ ଦିନରୁ ପଙ୍କ ଉଦ୍ଧାର ହୋଇ ନ ଥିବା ଯୋଗୁ ଜଳଧାରଣ କ୍ଷମତା କମିବା ସହ ଆବଶ୍ୟକ ମୁତାବକ ପାଣି ଜମିକୁ ମାଡି ପାରୁନାହିଁ ା ଏହି ଡ୍ୟାମରୁ ପ୍ରଥମେ ମସିଣା,ଝଲିଆଲିଟି,କରୁଆଝର ଏବଂ ସାନଗୁର୍ଜିଭଟା ଗ୍ରାମର ହାରାହାରି ୧୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ହେଉଥିଲା। ବର୍ତ୍ତମାନ ଡ୍ୟାମର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଯୋଗୁ ଖରିଫ ରୁତୁରେ ୧୦୦ ହେକ୍ଟର ଜମିକୁ ଜଳସେଚନ ହେଉଥିବା ବେଳେ ରବି ଋତୁରେ ମାତ୍ର ୫୦ ହେକ୍ଟର ଜମିକୁ ଜଳସେଚନ ହୋଇ ପାରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଡ୍ୟାମରୁ ମାଟି ଢିପ ଓ ଅମରି ଲଟାକୁ କାଟି ସଫା କରିବା ସହ ପଙ୍କ ଉଦ୍ଧାର କଲେ ୪ ଖଣ୍ଡ ଗ୍ରାମର ଚାଷୀ ଉପକୃତ ହୋଇ ପାରିବେ। ଦୀର୍ଘ ଦିନ ହେଲା ଗ୍ରାମର ଚାଷୀମାନେ ଏହି ସମସ୍ୟାର ସମାଧାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କେହି ନଜର ଦେଉନାହାନ୍ତି। ଫଳରେ ଏଠିକାର ଚାଷୀମାନଙ୍କ ଆର୍ଥିକ ସ୍ଥିତି ଧୀରେ ଧୀରେ ଦୋହଲିବାରେ ଲାଗିଛି। ଏନେଇ ଖପ୍ରାଖୋଲ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ବାରିକଙ୍କୁ ପଚାରିବାରେ ଟଙ୍କା ଆସିଛି। ପାଣି ଟିକେ ଶୁଖିଲେ କାମ ଆରମ୍ଭ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri