ବନ୍ଧୁଙ୍କ ପାଇଁ ମଶାଣି ପାଲଟିଛି ଘର

ମାଥିଲି,୨୮ା୩ (ଡି.ଏନ.ଏ.):ମଶାଣି ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଜଣେ ମୃତ୍ୟୁବରଣ କରିବା ପରେ ସେଠାକୁ କୋକେଇରେ ଯାଏ। ମାତ୍ର ମାଥିଲି ବ୍ଲକରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମଶାଣିକୁ ନିଜ ଘର କରିଛନ୍ତି। ମଶାଣିରୁ ବିଭିନ୍ନ ଆବର୍ଜନାକୁ ଗୋଟେଇ ଗୋଟିଏ ଜାଗାରେ ସାଇତି ରଖି ନିଜ ସୃଜନାୀଳତାର ପରିଚୟ ଦେଇଛନ୍ତି। ଦିନେ କି ସପ୍ତାହେ, ମାସେ ନୁହେଁ ଦୀର୍ଘ୧୫ ବର୍ଷ ହେଲା ସେ ମଶାଣିରେ ଏପରି କାର୍ଯ୍ୟ ଜାରି ରଖିଛନ୍ତି। ସେ ହେଲେ ବନ୍ଧୁ ନାୟକ (୬୦)। ମାଲକାନଗିରି ଜିଲା ମାଥିଲି ବ୍ଲକ ନୂଆଗୁଡା ଗ୍ରାମରେ ତାଙ୍କ ଘର।
ମାନସିକ ଭିନ୍ନକ୍ଷମ ଥିବା ବନ୍ଧୁ ଏକଦା ଥିଲେ ବେଶ୍‌ ସ୍ବଚ୍ଛଳ ବର୍ଗର ମଣିଷ। ତେବେ ପରିସ୍ଥିତିରେ ପଡି ସେ ନିଜର ସବୁ ସମ୍ପତ୍ତି ହରାଇ ବସିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ନିଜ ମାନସିକ ଭାରସାମ୍ୟ ହରାଇ ସେବେଠାରୁ ଘରୁ ପଳାଇ ଆସି ମଶାଣିରେ ରହୁଛନ୍ତି। କିଛି ଦିନ ମଶାଣି ପାଖରେ ଥିବା ଏକ ଗଛ ଉପରେ ମଞ୍ଚା ବାନ୍ଧି ରହିଲେ। ଏବେ ସେ ଶବଦାହ ହେଉଥିବା ଗୃହରେ ରହୁଛନ୍ତି। ବିଭିନ୍ନ ସ୍ଥାନରୁ କନା, ପତାକା, ବୋତଲ ଆଣି ଏଠାରେ ରଖିଛନ୍ତି। ଛୋଟଛୋଟ ପଲିଥିନରେ ତୋରଣ ବାନ୍ଧିଛନ୍ତି। ଦୂରରୁ ଏହା ଏକ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। ବନ୍ଧୁଙ୍କ ଏକମାତ୍ର ଝିଅର ବିବାହ ସରିଛି। ଝିଅ ଜ୍ୱାଇଁ ୨/୩ ଥର ତାଙ୍କୁ ମେଡିକାଲ ନେବା ପାଇଁ ଗାଡିଧରି ଆସିଥିଲେ ମଧ୍ୟ ଗାଡିରୁ ଡେଇଁ ସେ ପୁଣି ମଶାଣିକୁ ଚାଲିଯାଆନ୍ତି। ସେହି ସ୍ଥାନରେ ରହି ଦିନରାତି ବନ୍ଧୁ ଆଦିବାସୀ ଭାଷାରେ ପୁରାଣ ଗୀତ ଗାଆନ୍ତି। ପ୍ରଶାସନ ପକ୍ଷରୁ ତାୁଙ୍କୁ ଉଦ୍ଧାର କରି ଚିକିତ୍ସା କଲେ ସେ ସୁସ୍ଥ ହୋଇ ପାରିବେ ବୋଲି କେତେକ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri