ବନ୍ଧୁଙ୍କ ପାଇଁ ମଶାଣି ପାଲଟିଛି ଘର

ମାଥିଲି,୨୮ା୩ (ଡି.ଏନ.ଏ.):ମଶାଣି ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଜଣେ ମୃତ୍ୟୁବରଣ କରିବା ପରେ ସେଠାକୁ କୋକେଇରେ ଯାଏ। ମାତ୍ର ମାଥିଲି ବ୍ଲକରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମଶାଣିକୁ ନିଜ ଘର କରିଛନ୍ତି। ମଶାଣିରୁ ବିଭିନ୍ନ ଆବର୍ଜନାକୁ ଗୋଟେଇ ଗୋଟିଏ ଜାଗାରେ ସାଇତି ରଖି ନିଜ ସୃଜନାୀଳତାର ପରିଚୟ ଦେଇଛନ୍ତି। ଦିନେ କି ସପ୍ତାହେ, ମାସେ ନୁହେଁ ଦୀର୍ଘ୧୫ ବର୍ଷ ହେଲା ସେ ମଶାଣିରେ ଏପରି କାର୍ଯ୍ୟ ଜାରି ରଖିଛନ୍ତି। ସେ ହେଲେ ବନ୍ଧୁ ନାୟକ (୬୦)। ମାଲକାନଗିରି ଜିଲା ମାଥିଲି ବ୍ଲକ ନୂଆଗୁଡା ଗ୍ରାମରେ ତାଙ୍କ ଘର।
ମାନସିକ ଭିନ୍ନକ୍ଷମ ଥିବା ବନ୍ଧୁ ଏକଦା ଥିଲେ ବେଶ୍‌ ସ୍ବଚ୍ଛଳ ବର୍ଗର ମଣିଷ। ତେବେ ପରିସ୍ଥିତିରେ ପଡି ସେ ନିଜର ସବୁ ସମ୍ପତ୍ତି ହରାଇ ବସିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ନିଜ ମାନସିକ ଭାରସାମ୍ୟ ହରାଇ ସେବେଠାରୁ ଘରୁ ପଳାଇ ଆସି ମଶାଣିରେ ରହୁଛନ୍ତି। କିଛି ଦିନ ମଶାଣି ପାଖରେ ଥିବା ଏକ ଗଛ ଉପରେ ମଞ୍ଚା ବାନ୍ଧି ରହିଲେ। ଏବେ ସେ ଶବଦାହ ହେଉଥିବା ଗୃହରେ ରହୁଛନ୍ତି। ବିଭିନ୍ନ ସ୍ଥାନରୁ କନା, ପତାକା, ବୋତଲ ଆଣି ଏଠାରେ ରଖିଛନ୍ତି। ଛୋଟଛୋଟ ପଲିଥିନରେ ତୋରଣ ବାନ୍ଧିଛନ୍ତି। ଦୂରରୁ ଏହା ଏକ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। ବନ୍ଧୁଙ୍କ ଏକମାତ୍ର ଝିଅର ବିବାହ ସରିଛି। ଝିଅ ଜ୍ୱାଇଁ ୨/୩ ଥର ତାଙ୍କୁ ମେଡିକାଲ ନେବା ପାଇଁ ଗାଡିଧରି ଆସିଥିଲେ ମଧ୍ୟ ଗାଡିରୁ ଡେଇଁ ସେ ପୁଣି ମଶାଣିକୁ ଚାଲିଯାଆନ୍ତି। ସେହି ସ୍ଥାନରେ ରହି ଦିନରାତି ବନ୍ଧୁ ଆଦିବାସୀ ଭାଷାରେ ପୁରାଣ ଗୀତ ଗାଆନ୍ତି। ପ୍ରଶାସନ ପକ୍ଷରୁ ତାୁଙ୍କୁ ଉଦ୍ଧାର କରି ଚିକିତ୍ସା କଲେ ସେ ସୁସ୍ଥ ହୋଇ ପାରିବେ ବୋଲି କେତେକ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri