Posted inଖେଳ

ପ୍ୟାରିସ ଅଲିମ୍ପିକ୍ସ ଚିଫ୍‌ ଡି’ ମିଶନ ପଦବୀରୁ ଓହରିଲେ ମେରୀକମ୍‌

ନୂଆଦିଲ୍ଲୀ, ୧୩ା୪ : ଛଅ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍‌.ସି. ମେରୀକମ୍‌ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ ପଦବୀରୁ ଓହରିଯାଇଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ମେରୀକମ୍‌ ଭାରତୀୟ ଅଲିମ୍ପିକ ଆସୋସିଏଶନ(ଆଇଓଏ) ସଭାପତି ପି.ଟି. ଉଷାଙ୍କ ନିକଟକୁ ଏକ ଚିଠି ଲେଖି ପଦବୀରୁ ତାଙ୍କୁ ଅବ୍ୟାହତି ଦେବାକୁ ଅନୁରୋଧ କରିଛନ୍ତି। ୪୧ ବର୍ଷୀୟ ବକ୍ସର ଏଥିରେ ଦର୍ଶାଇଛନ୍ତି, ଦେଶର ସେବା କରିବା ଏକ ଗୌରବର ବିଷୟ ବୋଲି ସେ ବିବେଚନା କରନ୍ତି। ଏଥିପାଇଁ ସେ ମାନସିକ ରୂପେ ପ୍ରସ୍ତୁତ ଥିଲେ। ତାଙ୍କୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା, ବର୍ତ୍ତମାନ ବ୍ୟକ୍ତିଗତ କାରଣରୁ ତାହା ତୁଲାଇବା ସମ୍ଭବ ନୁହେଁ। ଏଥିପାଇଁ ତାଙ୍କର ଅବଶ୍ୟ ଅବସୋସ ରହିଛି। ଆଇଓଏ ଗତ ମାର୍ଚ୍ଚ ୨୧ରେ ମେରୀକମ୍‌ଙ୍କୁ ଭାରତୀୟ ଅଲିମ୍ପିକ ଆଥ୍‌ଲେଟିକ ଦଳର ଚିଫ୍‌ ଡି’ ମିଶନ ଭାବେ ନିଯୁକ୍ତି ଦେଇଥିଲା। ଏହି ସେଲିବ୍ରିଟି ବକ୍ସର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଏକ ବ୍ରୋଞ୍ଜ ଜିତିଥିଲେ। ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ହେବାକୁଥିବା ପ୍ୟାରିସ ଗେମ୍ସ ପାଇଁ ମେରୀକମ୍‌ଙ୍କୁ ଦେଶର ପ୍ରତିନିଧି ଦଳର ମୁଖ୍ୟ ଦାୟିତ୍ୱ ପ୍ରଦାନ କରିବା ଯଥାର୍ଥ ଥିଲା। ଉଷା କହିଛନ୍ତି, ତାଙ୍କର ଚିଠି ହସ୍ତଗତ ହେବା ପରେ ମେରୀକମ୍‌ଙ୍କ ସହ କଥା ହୋଇଥିଲେ। ଆମେ ଦୁଃଖର ସହ ଘୋଷଣା କରୁଛୁ ଯେ ଅଲିମ୍ପିକ ପଦକ ବିଜୟିନୀ ବକ୍ସର ତଥା ଆଇଓଏ ଆଥ୍‌ଲେଟ୍ସ କମିଶନ ଚେୟାରମ୍ୟାନ ବ୍ୟକ୍ତିଗତ କାରଣରୁ ତାଙ୍କ ପଦବୀରୁ ଓହରି ଯାଉଛନ୍ତି। ଆମେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସ୍ବାଗତ ଜଣାଉଛୁ ବୋଲି ଉଷା ତାଙ୍କର ଏକ ବିବୃତିରେ ପ୍ରକାଶ କରିଛନ୍ତି। ବିଚାରବିମର୍ଶ ପରେ ଠିକଣା ସମୟରେ ମେରୀକମ୍‌ଙ୍କ ସ୍ଥାନରେ ଚିଫ୍‌ ଡି’ କମିଶନ ପଦବୀରେ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଇଓଏ ପୂର୍ବରୁ ୬ଥର ଅଲିମ୍ପିଆନ ତଥା ଲୁଗର ଶିବ କେଶବନଙ୍କୁ ଡେପୁଟି ଚିଫ୍‌ ଡି’ କମିଶନ ଭାବେ ନିଯୁକ୍ତି ଦେଇଥିବାବେଳେ ବର୍ତ୍ତମାନର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଭେଟେରାନ ଟେନିସ ଖେଳାଳିଙ୍କୁ ଭାରତର ପୁରୁଷ ପତାକା ବାହକ ଘୋଷଣା କରିଛି। ଗେମ୍ସ ପାଇଁ ଅନେକ କୋଟା ପୂରଣ ହୋଇ ନ ଥିବାରୁ ମହିଳା ପତାକା ବାହକଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇପାରି ନାହିଁ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଇତିମଧ୍ୟରେ ସମସ୍ତ ବିଭାଗରୁ ମୋଟ ୪୦ରୁ ଊର୍ଦ୍ଧ୍ୱ ଭାରତୀୟ ଆଥ୍‌ଲେଟ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଗତ ଅଲିମ୍ପିକ୍ସ ତୁଳନାରେ ଭାରତ ଏଥର ଉନ୍ନତ ପ୍ରଦର୍ଶନ ଆଶା ରଖିଛି। ଗତଥର ଗୋଟିଏ ସ୍ବର୍ଣ୍ଣ ସହ ଭାରତ ମୋଟ ୭ ପଦକ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?