ମାରୁତି ସୁଜୁକି ଜିମ୍‌ନୀର ଅନାବରଣ

ଭୁବନେଶ୍ୱର,୮ା୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ନ୍ୟୁ ଜିମ୍‌ନୀର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ମାରୁତି ସୁଜୁକିର ପ୍ରିମିୟମ ରିଟେଲ ନେଟ୍‌ୱର୍କ ନେକ୍ସା ଜରିଆରେ ନ୍ୟୁ ଜିମ୍‌ନୀର ଦେଶବ୍ୟାପୀ ବିକ୍ରି କରାଯିବ। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ନେକ୍ସା ଟ୍ବିନ୍‌ ସିଟି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନ୍ୟୁ ଜିମ୍‌ନୀର ଅନାବରଣ ହୋଇଥିଲା। ଏହି ଅବସରରେ ମାରୁତି ସୁଜୁକି ନେକ୍ସାର ଟେରିଟୋରି ସେଲ୍‌ସ ମ୍ୟାନେଜର ଅନୁଭବ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କାଏ ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ତଥା ସିଇଓ ଅବିନାଶ ସିଂଘାନିଆଙ୍କ ସମେତ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‌ବିଆଇ)ର ସେଲ୍‌ସ ମ୍ୟାନେଜର ନଳିନିକାନ୍ତ ପୁହାନ୍‌,ଏସ୍‌ବିଆଇ ରାଜ୍ୟ ମୁଖ୍ୟ ସତ୍ୟନାରାୟଣ ନନ୍ଦ,ନେକ୍ସା ଶୋ’ରୁମ୍‌ ସେଲ୍‌ସ ମ୍ୟାନେଜର ପରେଶ ପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ନ୍ୟୁ ଜିମ୍‌ନୀ ୨ଟି ଭାରିଆଣ୍ଟ ଜେଟା ଓ ଆଲ୍‌ଫା ସହ ୭ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ। ଏଥିରେ ଅନେକ ବୈଶିଷ୍ଟ୍ୟ ସହ ଆକର୍ଷଣୀୟ ଫିଚର ଅନ୍ତର୍ଭୁକ୍ତ ରହିଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ଉକ୍ତ ମଡେଲ ଯାହା ଏକ ଅଫ୍‌-ରୋଡ୍‌ ମେଶିନର ୪ଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯଥା ଲ୍ୟାଡର୍‌ ଫ୍ରେମ୍‌ ଚେସିସ୍‌, ଆମ୍ପଲ୍‌ ବଡି ଆଙ୍ଗେଲ୍‌, ୩-ଲିଙ୍କ୍‌ ରିଜିଡ୍‌ ଆକ୍ସେଲ୍‌ ସସ୍‌ପେନ୍‌ସନ ଓ ଲୋ ରେଞ୍ଜ ଟ୍ରାନ୍ସଫର ଗିୟର (୪ଏଲ୍‌ ମୋଡ୍‌) ୟୁନିଟ୍‌ ସହିତ ଅଲ୍‌ ଗ୍ରିପ୍‌ ପ୍ରୋ (୪ଡବ୍ଲ୍ୟୁଡି) ପ୍ରଦାନ କରୁଛି, ଯାହା ଏକ ୫-ସ୍ପିଡ୍‌ ଏମ୍‌ଟି ଓ ୪-ସ୍ପିଡ୍‌ ଏଟି ସହ ସଂଯୋଜିତ ହେବ। ଏପରିକି କମ୍ପାନୀ ଉକ୍ତ ମଡେଲ ଉନ୍ନତ ଷ୍ଟପ୍‌ ଷ୍ଟାର୍ଟ ଫିଚର ଓ ୧.୫ ଲିଟର କେ୧୫ବି ଇଞ୍ଜିନ ସହିତ ଆସୁଥିବା ବେଳେ ଇନ୍ଧନ ଦକ୍ଷତା ଉପରେ ସାଲିସ ନ କରି ଶକ୍ତିଶାଳୀ ପ୍ରଦର୍ଶନ ପାଇଁ ଏକ ବିସ୍ତୃତ ଆର୍‌ପିଏମ୍‌ ରେଞ୍ଜରେ ଶକ୍ତିଶାଳୀ ଟର୍କ ପ୍ରଦାନ କରୁଛି। ସୂଚନାଯୋଗ୍ୟ, ଓଡ଼ିଶାର ବହୁ ପୁରାତନ ମାରୁତି ଡିଲରଶିପ୍‌ ସ୍କାଏ ଅଟୋମୋବାଇଲ୍ସର ନ୍ୟୁ ବ୍ରାଣ୍ଡ୍‌ ନେକ୍ସା ଟ୍ବିନ୍‌ ସିଟି ଭୁବନେଶ୍ୱର ଠାରେ ଆସନ୍ତା ୨ ଦିନ ପାଇଁ ନ୍ୟୁ ଜିମ୍‌ନୀର ସ୍ବତନ୍ତ୍ର ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri