ମାରୁତି ସୁଜୁକି ଜିମ୍‌ନୀର ଅନାବରଣ

ଭୁବନେଶ୍ୱର,୮ା୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ନ୍ୟୁ ଜିମ୍‌ନୀର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ମାରୁତି ସୁଜୁକିର ପ୍ରିମିୟମ ରିଟେଲ ନେଟ୍‌ୱର୍କ ନେକ୍ସା ଜରିଆରେ ନ୍ୟୁ ଜିମ୍‌ନୀର ଦେଶବ୍ୟାପୀ ବିକ୍ରି କରାଯିବ। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ନେକ୍ସା ଟ୍ବିନ୍‌ ସିଟି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନ୍ୟୁ ଜିମ୍‌ନୀର ଅନାବରଣ ହୋଇଥିଲା। ଏହି ଅବସରରେ ମାରୁତି ସୁଜୁକି ନେକ୍ସାର ଟେରିଟୋରି ସେଲ୍‌ସ ମ୍ୟାନେଜର ଅନୁଭବ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କାଏ ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ତଥା ସିଇଓ ଅବିନାଶ ସିଂଘାନିଆଙ୍କ ସମେତ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‌ବିଆଇ)ର ସେଲ୍‌ସ ମ୍ୟାନେଜର ନଳିନିକାନ୍ତ ପୁହାନ୍‌,ଏସ୍‌ବିଆଇ ରାଜ୍ୟ ମୁଖ୍ୟ ସତ୍ୟନାରାୟଣ ନନ୍ଦ,ନେକ୍ସା ଶୋ’ରୁମ୍‌ ସେଲ୍‌ସ ମ୍ୟାନେଜର ପରେଶ ପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ନ୍ୟୁ ଜିମ୍‌ନୀ ୨ଟି ଭାରିଆଣ୍ଟ ଜେଟା ଓ ଆଲ୍‌ଫା ସହ ୭ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ। ଏଥିରେ ଅନେକ ବୈଶିଷ୍ଟ୍ୟ ସହ ଆକର୍ଷଣୀୟ ଫିଚର ଅନ୍ତର୍ଭୁକ୍ତ ରହିଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ଉକ୍ତ ମଡେଲ ଯାହା ଏକ ଅଫ୍‌-ରୋଡ୍‌ ମେଶିନର ୪ଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯଥା ଲ୍ୟାଡର୍‌ ଫ୍ରେମ୍‌ ଚେସିସ୍‌, ଆମ୍ପଲ୍‌ ବଡି ଆଙ୍ଗେଲ୍‌, ୩-ଲିଙ୍କ୍‌ ରିଜିଡ୍‌ ଆକ୍ସେଲ୍‌ ସସ୍‌ପେନ୍‌ସନ ଓ ଲୋ ରେଞ୍ଜ ଟ୍ରାନ୍ସଫର ଗିୟର (୪ଏଲ୍‌ ମୋଡ୍‌) ୟୁନିଟ୍‌ ସହିତ ଅଲ୍‌ ଗ୍ରିପ୍‌ ପ୍ରୋ (୪ଡବ୍ଲ୍ୟୁଡି) ପ୍ରଦାନ କରୁଛି, ଯାହା ଏକ ୫-ସ୍ପିଡ୍‌ ଏମ୍‌ଟି ଓ ୪-ସ୍ପିଡ୍‌ ଏଟି ସହ ସଂଯୋଜିତ ହେବ। ଏପରିକି କମ୍ପାନୀ ଉକ୍ତ ମଡେଲ ଉନ୍ନତ ଷ୍ଟପ୍‌ ଷ୍ଟାର୍ଟ ଫିଚର ଓ ୧.୫ ଲିଟର କେ୧୫ବି ଇଞ୍ଜିନ ସହିତ ଆସୁଥିବା ବେଳେ ଇନ୍ଧନ ଦକ୍ଷତା ଉପରେ ସାଲିସ ନ କରି ଶକ୍ତିଶାଳୀ ପ୍ରଦର୍ଶନ ପାଇଁ ଏକ ବିସ୍ତୃତ ଆର୍‌ପିଏମ୍‌ ରେଞ୍ଜରେ ଶକ୍ତିଶାଳୀ ଟର୍କ ପ୍ରଦାନ କରୁଛି। ସୂଚନାଯୋଗ୍ୟ, ଓଡ଼ିଶାର ବହୁ ପୁରାତନ ମାରୁତି ଡିଲରଶିପ୍‌ ସ୍କାଏ ଅଟୋମୋବାଇଲ୍ସର ନ୍ୟୁ ବ୍ରାଣ୍ଡ୍‌ ନେକ୍ସା ଟ୍ବିନ୍‌ ସିଟି ଭୁବନେଶ୍ୱର ଠାରେ ଆସନ୍ତା ୨ ଦିନ ପାଇଁ ନ୍ୟୁ ଜିମ୍‌ନୀର ସ୍ବତନ୍ତ୍ର ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri