ମାର୍ଟିନ ଲୁଥର ଓ ଗାନ୍ଧୀ ଦର୍ଶନ

ଡ. ଅଶ୍ୱିନୀ କୁମାର ଶତପଥୀ

 

ବିଶ୍ୱ ଇତିହାସରେ ‘ଅଶ୍ୱେତମାନଙ୍କର ଗାନ୍ଧୀ’ ଭାବେ ବିଖ୍ୟାତ ମାର୍ଟିନ ଲୁଥର କିଙ୍ଗ ଏକ ବିଶିଷ୍ଟ ଗୌରବର ଅଧିକାରୀ ।
୨୮ ଅଗଷ୍ଟ ୧୯୬୩ ଦିନ ତାଙ୍କ ଦ୍ୱାରା ଦିଆଯାଇଥିବା ଷୋହଳ ମିନିଟ୍‌ର ଓଜସ୍ବୀ ଭାଷଣ (ଆଇ ହାଭ ଏ ଡ୍ରିମ) ତାଙ୍କୁ ସମଗ୍ର ବିଶ୍ୱରେ ଅତୁଳନୀୟ ପ୍ରସିଦ୍ଧି ଆଣି ଦେଇଥିଲା। ତାଙ୍କର ଏହି ଭାଷଣକୁ ଆମେରିକା ସହ ସାରା ପୃଥିବୀରେ ଆଜି ସ୍ମରଣ କରାଯାଉଛି। ମାର୍ଟିନ ଲୁଥରଙ୍କ ଜୀବନ ଉପରେ ଗାନ୍ଧୀ ଦର୍ଶନର ଗଭୀର ପ୍ରଭାବ ପଡିଥିଲା; ଯାହା ତାଙ୍କର ଅହିଂସା ପ୍ରତି ଚରମ ନିଷ୍ଠା, ସାମଗ୍ରିକ ଜୀବନ ଦୃଷ୍ଟି ଏବଂ ଜୀବନବ୍ୟାପୀ ସାଧନାରୁ ପରିସ୍ପୁଷ୍ଟ ହୋଇଥାଏ । ସେ ଗାନ୍ଧିଜୀଙ୍କର ଅହିଂସାବାଦକୁ ଏକ ସଶକ୍ତ ହତିଆର ଭାବେ ଗ୍ରହଣ କରି ତାହାରି ମାଧ୍ୟମରେ ସମାଜର ଅତ୍ୟାଚାରିତ ବର୍ଗ ଏବଂ ଅଶ୍ୱେତମାନଙ୍କର ଅଧିକାର ନିମନ୍ତେ ଲଢେଇ କରିଥିଲେ। ସେମାନଙ୍କର ସ୍ବାଧୀନତା ଓ ଅଧିକାର ବାବଦରେ ସେ ତାଙ୍କର ଘୋଷଣାରେ ଉଲ୍ଲେଖ କରି କହିଥିଲେ- ”ସମଗ୍ର ମାନବ ସମାଜ ହେଉଛି ଏକ ଓ ଅଭିନ୍ନ। ସେମାନଙ୍କ ମଧ୍ୟରେ କୌଣସି ବୈଷମ୍ୟ, ଉଚ୍ଚନୀଚ ଆଦି ଭେଦଭାବ ନାହିଁ । “ ସେ ୟୁନାଇଟେଡ ଷ୍ଟେଟ୍‌ସର ଜର୍ଜିଆସ୍ଥିତ ଆଟଲାଣ୍ଟାଠାରେ ୧୫ ଜାନୁୟାରୀ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମୂଳ ନାମ ଥିଲା ମାଇକେଲ ଲୁଥର କିଙ୍ଗ ଜୁନିୟର। ପରବର୍ତ୍ତୀ ସମୟରେ ସେ ଏହାକୁ ପରିବର୍ତ୍ତନ କରି ମାର୍ଟିନ ଲୁଥର କିଙ୍ଗ ନାମ ଧାରଣ କରିଥିଲେ। ସେ ଥିଲେ ଆମେରିକାନ ବାପଟିଷ୍ଟ ଖ୍ରୀଷ୍ଟିୟାନ ମନ୍ତ୍ରୀ ଏବଂ ସିଭିଲ ରାଇଟସ୍‌ ଓ ଶାନ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା। ମାନବିକ ମୂଲ୍ୟବୋଧ ଓ ଅଧିକାର ପାଇଁ ସେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସାକୁ ଅସ୍ତ୍ର ରୂପେ ଗ୍ରହଣ କରି ତାହାରି ମାଧ୍ୟମରେ ଆନ୍ଦୋଳନାମତ୍କ ଲଢେଇ ଜାରି ରଖିଥିଲେ । ‘ଆଇ ହାଭ ଏ ଡ୍ରିମ’ (ମୋର ସ୍ବପ୍ନ) ଥିଲା ତାଙ୍କର ବିଶ୍ୱ ପ୍ରସିଦ୍ଧ ଭାଷଣ।
ୟୁନିଭର୍ସିଟିର ‘ମୋର ହାଉସ କଲେଜ’ରେ ସେ ଅଧ୍ୟୟନ କରିଥିଲେ। ତାଙ୍କର ଶିକ୍ଷା ପ୍ରଥମେ ‘କ୍ରୋଜର ଥିଓଲଜିକାଲ ସେମିନାରୀ (୧୯୪୮-୫୧) ଏବଂ ପରେ ‘ସ୍କୁଲ ଅଫ ଥିଓଲୋଜି (୧୯୫୧-୧୯୫୫)ରେ ହୋଇଥିଲା। ଛାତ୍ରାବସ୍ଥାରେ ସେ ତାଙ୍କର ଅଧ୍ୟାପକ ‘ବେଞ୍ଜାମିନ ଏଲାୟାମେଜ’ଙ୍କଠାରୁ ପ୍ରେରଣା ପାଇ ମହାତ୍ମା ଗାନ୍ଧୀଙ୍କ ସାହିତ୍ୟ ଅଧ୍ୟୟନ ସକାଶେ ପ୍ରେରଣା ଲାଭ କରିଥିଲେ। ଅଧ୍ୟାପକ ଏଲାୟାମେଜ ବିଶ୍ୱର ବହୁ ମାନ୍ୟଗଣ୍ୟ ବିଦ୍ୱାନଙ୍କ ସଦୃଶ ତାଙ୍କର ଭାରତ ଯାତ୍ରା କାଳରେ ଗାନ୍ଧୀ ସାହିତ୍ୟର ଗଭୀର ଅଧ୍ୟୟନ ଓ ଗବେଷଣା କରି ଗାନ୍ଧିଜୀଙ୍କର ଶିଷ୍ୟ ପାଲଟି ଯାଇଥିଲେ। ପରବର୍ତ୍ତୀ କାଳରେ ସେ ତାଙ୍କର ବହୁ ଛାତ୍ର ତଥା ବନ୍ଧୁଙ୍କୁ ଗାନ୍ଧୀଦର୍ଶନ ଉପରେ ଗବେଷଣା ତଥା ଅଧ୍ୟୟନ ସକାଶେ ଭାରତ ଭ୍ରମଣ ପାଇଁ ଅନୁପ୍ରେରିତ କରିଥିଲେ।
ମାର୍ଟିନଲୁଥର କିଙ୍ଗ ନିଜ ପତ୍ନୀ କୋରେଟ୍ଟାଙ୍କ ସହ ଭାରତ ଭ୍ରମଣରେ ଆସି ୯ ଫେବୃୟାରୀ ୧୯୫୯ରେ ମୁମ୍ବାଇଠାରେ ପହଞ୍ଚତ୍ଥିଲେ। ଏଥିପାଇଁ ଜାନୁୟାରୀ ୧୯୫୯ରେ ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସରୁ ତାଙ୍କୁ ଭାରତ ଯାତ୍ରା ସକାଶେ ନିମନ୍ତ୍ରଣ ପ୍ରାପ୍ତ ହୋଇଥିଲା। ତାଙ୍କ ସହ ଲରେନ୍ସ ରେଡିକ୍‌ (ମାର୍ଟିନଲୁଥରଙ୍କ ଜୀବନୀ ଲେଖକ) ମଧ୍ୟ ଭାରତ ଗସ୍ତରେ ଆସିଥିଲେ। ନିଜର ଅଭିବ୍ୟକ୍ତିରେ ମାର୍ଟିନଲୁଥର କହିଥିଲେ ଯେ, ଅନ୍ୟ ଦେଶଗୁଡ଼ିକୁ ମୁଁ ପର୍ଯ୍ୟଟନ ସକାଶେ ଯାଇଥାଏ ସତ, ହେଲେ ଭାରତ ମୋ ପାଇଁ ତୀର୍ଥଭୂମି। କାରଣ ଗାନ୍ଧିଜୀଙ୍କର ଜନ୍ମଭୂମି ହିସାବରେ ଏହା ପ୍ରତି ତାଙ୍କ ହୃଦୟରେ ଥିଲା ସ୍ବତନ୍ତ୍ର ଅନୁରକ୍ତି। ତାଙ୍କର ଭାରତ ଭ୍ରମଣର ବ୍ୟବସ୍ଥା ‘ଆମେରିକାନ ଫ୍ରେଣ୍ଡସ ସର୍ଭିସ କମିଟି’ ଏବଂ ‘ଗାନ୍ଧୀ ନ୍ୟାଶନାଲ ମେମୋରିଆଲ’ ନାମକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିଲା।
ତାଙ୍କର ଯାତ୍ରା କାଳରେ ରାତ୍ରିଭୋଜନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ତାଙ୍କ ସାନିଧ୍ୟରେ ସେ ପ୍ରାୟ ଚାରି ଘଣ୍ଟା ବିତାଇଥିଲେ। ଏହି ସମୟରେ ଗାନ୍ଧୀଙ୍କର ଦର୍ଶନ ଓ ଅହିଂସା ନୀତି ବାବଦରେ ଅତି ନିକଟରୁ ଅନୁଧ୍ୟାନ କରିବାର ସୁଯୋଗ ସେ ପ୍ରାପ୍ତ କରିଥିଲେ ।
ଏହି ଗସ୍ତ କାଳରେ ଗାନ୍ଧୀ ସ୍ମୃତି ସ୍ଥଳ ଓ ରାଜଘାଟ ଦର୍ଶନ ଥିଲା ତାଙ୍କ ପାଇଁ ଏକ ଭାବାମତ୍କ ଓ ପ୍ରେରଣାପ୍ରଦ କ୍ଷଣ।
ଭାରତ ଭ୍ରମଣ ସମୟରେ ସେ ବହୁ ଗ୍ରାମୀଣ କୃଷକ, ବୁଦ୍ଧିଜୀବୀ ତଥା ସବୁ ସ୍ତରର ନାଗରିକମାନଙ୍କ ସହ ମିଳାମିଶା ଓ ଆଲୋଚନା କରିଥିଲେ। ଏଇ ସମୟରେ ତାଙ୍କର ଅଟୋଗ୍ରାଫ ନେବା ସକାଶେ ପ୍ରବଳ ଭିଡ ସୃଷ୍ଟି ହେଉଥିଲା ା ମୋଟାମୋଟି ଭାବେ ଏଇ ଭ୍ରମଣ ତାଙ୍କ ଜୀବନର ଲକ୍ଷ୍ୟ ଓ ଗତିପଥକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ କରି ଦେଇଥିଲା। ସେ ହୋଇଯାଇଥିଲେ ଗାନ୍ଧିଜୀଙ୍କର (ଗାନ୍ଧୀ ଦର୍ଶନର) ଜଣେ ଅନୁଯାୟୀ ଓ ପଟଶିଷ୍ୟ। ଏହିପରି ଅଦ୍ୟାବଧି ଗାନ୍ଧୀ ଦର୍ଶନର ବୈଶିଷ୍ଟ୍ୟ ବିଭିନ୍ନ ସମୟରେ ନେଲ୍‌ସନ ମଣ୍ଡେଲା, ଆଲବର୍ଟ ଆଇନଷ୍ଟାଇନ, ଆନି ବେସାନ୍ତ ଓ ବାରାକ ଓବାମା ପ୍ରମୁଖ ବହୁ ବିଶ୍ୱବିଖ୍ୟାତ ପ୍ରତିଭା ତଥା ନେତୃବୃନ୍ଦଙ୍କୁ ଆକୃଷ୍ଟ ଓ ଅନୁପ୍ରାଣିତ କରି ଆସିଛି। ଭାରତରୁ ପ୍ରତ୍ୟାବର୍ତ୍ତନ ପରେ ସେ ଯେଉଁ ବିଶେଷ ଭବିଷ୍ୟବାଣୀ କରିଥିଲେ ତାହା ଏଠାରେ ଉଲ୍ଲେଖଯୋଗ୍ୟ ମନେହୁଏ। ସେ କହିଥିଲେ ଯେ, ଗାନ୍ଧିଜୀଙ୍କ ‘ଅହିଂସା ନୀତି’ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ‘ସିଦ୍ଧାନ୍ତ’ ଉପରେ ଯଦି ବିଶ୍ୱର ସମସ୍ତ ଦେଶ ପରିଚାଳିତ ନ ହୁଅନ୍ତି ତେବେ ପୃଥିବୀକୁ ଧ୍ୱଂସ ହେବାରୁ କେହି ରକ୍ଷା କରିପାରିବେ ନାହିଁ। ସମ୍ପ୍ରତି ଆମେରିକାର କ୍ୟାପିଟୋଲ ବିଲ୍ଡିଂ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଯେଭଳି ଆକ୍ରମଣ କରି ହିଂସା ଭିଆଇଲେ ତାହା ପୁରାତନ ଗଣତନ୍ତ୍ରର ଛବିକୁ ମଳିନ କରିଦେଇଛି। ଏହି ପରିପ୍ରେକ୍ଷୀରେ ଗାନ୍ଧୀ ଦର୍ଶନକୁ ନେଇ ମାର୍ଟିନଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ‘ସିଭିଲ ରାଇଟସ୍‌’ ଆନ୍ଦୋଳନ ପ୍ରବକ୍ତା (୧୯୫୫-୧୯୬୮) ଏବଂ ସର୍ବ ସାଧାରଣ ଜନତାର ଅଧିକାର ସୁରକ୍ଷା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିଥିବା ଏଇ ମହାନ୍‌ ନେତା ଜଣକ ୪ ଏପ୍ରିଲ ୧୯୬୮ରେ ଠିକ୍‌ ଗାନ୍ଧିଜୀଙ୍କ ସଦୃଶ ଏକ ଆତତାୟୀର ଗୁଳି ଚୋଟରେ ନିହତ ହୋଇଥିଲେ। ଆମେରିକାର ମେମ୍ଫିସ (ଟେନିସ) ସ୍ଥିତ ‘ଲରେନ ମଟେଲ’ରେ ଗୁଳିବିଦ୍ଧ ହେବା ପରେ ତାଙ୍କୁ ସେଣ୍ଟଜୋସେଫ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସକମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାକୁ ବ୍ୟର୍ଥ କରି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ସମାଚାର ସାରା ପୃଥିବୀକୁ ଶୋକାଚ୍ଛାଦିତ କରିଦେଇଥିଲା। ‘ଅଶ୍ୱେତମାନଙ୍କର ଗାନ୍ଧୀ’ ଭାବେ ସମଗ୍ର ବିଶ୍ୱ ଆଜି ତାଙ୍କୁ ବି ସ୍ମରଣ କରୁଛି ା ଅହିଂସାର ପୂଜାରୀ ଏବଂ ଗାନ୍ଧୀ ଦର୍ଶନ ଅନୁଯାୟୀ ତଥା ଦୃଢ ପ୍ରବକ୍ତା ଭାବେ ସେ କାଳକାଳକୁ ବିଶ୍ୱବାସୀଙ୍କ ଦ୍ୱାରା ଯେ ପୂଜିତ ହେଉଥିବେ ଏଥିରେ ସନ୍ଦେହର ଅବକାଶ ନାହିଁ ା
ଗାୟତ୍ରୀଭବନ, ନଲମଗଞ୍ଜଛକ, ମୋତିଗଞ୍ଜ, ବାଲେଶ୍ୱର, ମୋ: ୮୩୨୮୮୪୨୨୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri