Posted inଖେଳ

ମାର୍ଶ, ଓ୍ବାର୍ନରଙ୍କ ଶତକରେ ରେକର୍ଡ

ବେଙ୍ଗାଲୁରୁ, ୨୧।୧୦:ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ମିଚେଲ ମାର୍ଶ ଓ ଡେଭିଡ ଓ୍ବାର୍ନର। ଦୁଇଜଣଙ୍କ ଶତକ ଏବଂ ଦ୍ୱିଶତକୀୟ ଭାଗୀଦାରି ସହ ଅନେକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି। କୌଣସି ବିଶ୍ୱକପ୍‌ ମ୍ୟାଚରେ ଓପନିଂ ଯୋଡ଼ି ଶତକ ହାସଲ କରିବା ଏହା ଚତୁର୍ଥ ଦୃଷ୍ଟାନ୍ତ। ତେବେ ଅଷ୍ଟ୍ରେଲିଆ ପାଇଁ ଏହା ପ୍ରଥମ। ପ୍ରଥମେ ଓ୍ବାର୍ନର ଶତକ ପୂରଣ କରିବା ପରେ ମାର୍ଶ ନିଜ ୩୨ତମ ଜନ୍ମଦିନରେ ହାସଲ କରିଥିଲେ କ୍ୟାରିୟରର ଦ୍ୱିତୀୟ ଦିନିକିଆ ଶତକ। ଓ୍ବାର୍ନର ଓ ମାର୍ଶ ଓପନିଂ ଯୋଡ଼ିରେ ୨୫୯ ରନ୍‌ ଯୋଗ କରିଥିଲେ। ବିଶ୍ୱକପ୍‌ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଓପନିଂ ଭାଗୀଦାରି। ତେବେ ଅଷ୍ଟ୍ରେଲିଆ ପାଇଁ ଏହା ଶ୍ରେଷ୍ଠ ପାର୍ଟନରଶିପ୍‌। ଓ୍ବାର୍ନରଙ୍କ ପାଇଁ ଏହା ଥିଲା ପାକିସ୍ତାନ ବିପକ୍ଷରେ କ୍ରମାଗତ ଚତୁର୍ଥ ଦିନିକିଆ ଶତକ। କୌଣସି ଗୋଟିଏ ଦଳ ବିପକ୍ଷରେ ୪ ଶତକ ହାସଲ କରିବାରେ ଓ୍ବାର୍ନର ଭାରତର ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୪ ଶତକ ହାସଲ କରିଥିଲେ। ବିଶ୍ୱକପ୍‌ରେ ଏହାଥିଲା ଓ୍ବାର୍ନରଙ୍କ ୫ମ ଶତକ। ଏଥିସହ ସେ ଅନ୍ୟତମ ଅଷ୍ଟ୍ରେଲୀୟ ଖେଳାଳି ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ମାର୍ଶ ଅନ୍ତର୍ଜାତୀୟ କ୍ରିକେଟରେ ୬ଷ୍ଠ ଏବଂ ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳିଭାବେ ନିଜ ଜନ୍ମଦିନରେ ଦିନିକିଆ ଶତକ ହାସଲ କରିଛନ୍ତି। ତେବେ ଜନ୍ମ ଦିନରେ କୌଣସି ଏକ ବିଶ୍ୱକପ୍‌ ମ୍ୟାଚରେ ଶତକ ହାସଲ କରିବାରେ ସେ ନ୍ୟୁଜିଲାଣ୍ଡର ରସ୍‌ ଟେଲରଙ୍କ ପରେ ଦ୍ୱିତୀୟ ଖେଳାଳି। ଓପନିଂ ଯୋଡ଼ିରେ ମାର୍ଶ ଓ ଓ୍ବାର୍ନର ୨୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିଥିଲେ। ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଦ୍ୱିଶତକୀୟ ଭାଗୀଦାରିରେ ଭାରତର ସମକକ୍ଷ ହୋଇଛି ଅଷ୍ଟ୍ରେଲିଆ। ଉଭୟ ୫ ଥର ଲେଖାଏ ଦ୍ୱିଶତକୀୟ ଭାଗୀଦାରି ଗଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri