ମଙ୍ଗଳର ମାର୍ଗଦର୍ଶିକା

ମଙ୍ଗଳ ମାଟିରେ ପର୍ସିଭରେନ୍ସ ରୋଭର ୧୮ ଫେବୃୟାରୀ ୨୦୨୧ରେ ପହଞ୍ଚତ୍ ଆମେରିକାର ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ (ନାସା)ର ସଫଳତା ପୃଷ୍ଠାରେ ଯୋଡ଼ିଛି ଏକ ନୂଆ ଫର୍ଦ୍ଦ । ତେବେ ଏହାର ଦିନକ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିଥିବା ‘ଦି ଲାଣ୍ଡିଂ ଆଣ୍ଡ୍‌ ହର୍‌ ବିନ୍ଦି’ ଯାହାଙ୍କ ପେଜ୍‌ରେ ନୂଆ ପ୍ରଶଂସକଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଛି, ସେ ହେଉଛନ୍ତି ଏହି ଅଭିଯାନର ନେତୃତ୍ୱ ନେଇଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବୈଜ୍ଞାନିକ ଡ. ସ୍ବାତୀ ମୋହନ। ମିଶନକୁ ପରିଚାଳନା କରିବା ସହ ଏହାକୁ ମାର୍ଗଦର୍ଶନ ଦେଇଥିବାରୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିବାରେ ଲାଗିଛି। ମଥାରେ ବିନ୍ଦି ଲଗା ଫଟୋଟି ସୋସିଆଲ ମିଡିଆରେ ଦେଖିବାକୁ ମିଳିବା ପରେ ଅନେକ ପ୍ରଶଂସକ ସେହି ବିଷୟରେ ଜାଣିବାକୁ ଚାହିଁଥିଲେ। ଗୋଟେ ମିଶନରେ ସଫଳ ହେବା ପରେ ତାହା ତାଙ୍କୁ ଟିକେ ସଜେଇ ହେବା ପାଇଁ ସୁଯୋଗ ଦିଏ। ପ୍ରତ୍ୟେକ ଦିନ ସେ ବିନ୍ଦି ଲଗାନ୍ତି ନାହିଁ, କିନ୍ତୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଲେ ତାହାକୁ ଲଗାଇବାକୁ ଭଲ ପାଆନ୍ତି ବୋଲି କହିଛନ୍ତି। ବିଜ୍ଞାନ ଭଳି ଏକ ଗବେଷଣାତ୍ମକ ବିଷୟରେ ଗଭୀର ମନୋନିବେଶ କରୁଥିବା ବୈଜ୍ଞାନିକ ସାଧାରଣ ଜୀବନରେ କେତେ ସରଳ ଭାବେ ଜୀବନକୁ ଭାବି ପାରିଥାଆନ୍ତି ଏଥିରୁ ବୁଝି ହୋଇଯାଉଛି। ବିଜ୍ଞାନମନସ୍କ ଯୁବପିଢ଼ି ପାଇଁ ଏବେ ସ୍ବାତୀ ପ୍ରେରଣାର ଉତ୍ସ ପାଲଟିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଶ୍ୱବ୍ୟାପୀ ଚର୍ଚ୍ଚାକୁ ଆସିଛି।
କର୍ନାଟକ ବାଙ୍ଗାଲୋରରେ ଜନ୍ମିତ ସ୍ବାତୀଙ୍କୁ ଯେତେବେଳେ ଏକ ବର୍ଷ ବୟସ ହୋଇଥିଲା ତାଙ୍କ ମାତାପିତା ଆମେରିକା ଚାଲିଯାଇଥିଲେ। ଓ୍ବାଶିଂଟନ ଡିସି ଓ ଭର୍ଜିନିଆରେ ସେ ବଢ଼ିଥିଲେ। ସର୍ବଦା ମାତାପିତା ଶିକ୍ଷାକୁ ଗୁରୁତ୍ୱ ଦେଉଥିବାରୁ ସେ ପଢ଼ାରେ ପ୍ରାରମ୍ଭରୁ ଭଲ କରିଆସିଥିଲେ। ବିଜ୍ଞାନ ତାଙ୍କ ପସନ୍ଦର ବିଷୟ ପାଲଟି ଯାଇଥିଲା। ଜଣେ ଶିଶୁ ବିଶେଷଜ୍ଞ ହେବାକୁ ପିଲା ବେଳେ ଭାବିଥିଲେ। ହେଲେ ସେ ୯ ବର୍ଷର ହୋଇଥିବା ବେଳେ ଟେଲିଭିଜନରେ ‘ଷ୍ଟାର ଟେକ୍‌’ ଶୋ ଦେଖିବା ପରେ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇଥିଲେ। ଏହା ପରେ ତାଙ୍କ ଶିକ୍ଷା ଦିଗ ବଦଳାଇଥିଲା। ୧୬ ବର୍ଷ ହେଲା ବେଳେ ସେ ପଦାର୍ଥ ବିଜ୍ଞାନ ଶ୍ରେଣୀରେ ଯୋଗଦେଇ ମହାକାଶ ବିଜ୍ଞାନୀ ହେବା ପାଇଁ ଇଞ୍ଜିନିୟରିଂ ପଢ଼ିଥିଲେ। ସେ କର୍ନେଲ ୟୁନିଭର୍ସିଟିରୁ ମେକାନିକାଲ ଓ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ରୁ ଏରୋନଟିକ୍ସ ଓ ଆଷ୍ଟ୍ରୋନଟିକସରେ ସ୍ନାତକୋତ୍ତର ଏବଂ ପିଏଚ୍‌ଡି କରିଥିଲେ।
ନିଜ ଜୀବନରେ ସଫଳତା ପାଇଁ ସେ ପରିବାରର କାର୍ଯ୍ୟ ନୀତି (ଓ୍ବାର୍କ ଏଥିକ୍‌) ଏବଂ ଶିକ୍ଷା ପ୍ରତି ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ୱ ଦେଇଆସିଛନ୍ତି ବୋଲି କହିଛନ୍ତି। ମାତାପିତା ବିଜ୍ଞାନ ଓ ବୈଷୟିକ ବିଷୟ ପଢ଼ି ବଡ଼ ହୋଇଥିବାରୁ ସେହି ଦିଗରେ ବଢ଼ିବା ପାଇଁ ସେ ଉତ୍ସାହିତ ହୋଇଥିଲେ ବୋଲି କହିଛନ୍ତି। ନାସାରେ ଯୋଗ ଦେବା ପରେ ମଙ୍ଗଳ ମିଶନ ପାଇଁ ତାଙ୍କୁ ଯେତେବେଳେ ଦାୟିତ୍ୱ ଦିଆଗଲା ସେ ତାହାକୁ ପୂରଣ କରିବା ସକାଶେ ଲାଗି ପଡ଼ିଥିଲେ। ଗୋଟେ ସିରିୟସ୍‌ ରିସର୍ଚ୍ଚରେ ମନୋନିବେଶ କରିଥିଲେ ହେଁ ଟିମ୍‌ ଓ୍ବାର୍କକୁ ବେଗବାନ କରିବା ଲାଗି ସେ ଭାରତୀୟ ପରମ୍ପରା ‘ଦୀପାବଳି’ ପାଳନ କରିଥାଆନ୍ତି ବୋଲି କହିଛନ୍ତି। କାରଣ ଆମେରିକାରେ ଯେଉଁ ବିବିଧତା ରହିଛି, ସେଥିରେ ଏକତା ଆଣିବା ପାଇଁ ଏଭଳି ଚିନ୍ତାଧାରା ଜରୁରୀ ଥାଏ ବୋଲି ସେ ଉପଲ୍‌ବଧି କରିଛନ୍ତି। ତେଣୁ ଆଜିର ସଫଳତା ପାଇଁ ସେ ଏହାର ଶ୍ରେୟ ଟିମ୍‌କୁ ଦେଇଛନ୍ତି। ପର୍ସିଭରେନ୍ସ ବା ଅଧ୍ୟବସାୟ ଥିଲେ ସିଦ୍ଧି ସମ୍ଭବ ବୋଲି ସେ ଦେଖାଇ ଦେଇଛନ୍ତି।
କାଲିଫର୍ନିଆରେ ସ୍ବାମୀ ଓ ଦୁଇ ସନ୍ତାନଙ୍କ ସହ ରହୁଥିବା ସ୍ବାତୀ ଭାରତୀୟ ହିନ୍ଦୁ ହୋଇଥିବାରୁ ତାଙ୍କ ମାତୃଭାଷା ପ୍ରତି ରହିଛି ପ୍ରଗାଢ଼ ସମ୍ମାନ। ଘରେ ପରିବାରବର୍ଗଙ୍କ ସହ ସେ କନ୍ନଡ୍‌ରେ କଥା ହେଇଥାଆନ୍ତି। ଅସଂଖ୍ୟ ଭାରତୀୟ ଯୁବତୀଯୁବକଙ୍କୁ ବାର୍ତ୍ତା ଦେଇ ସେ କହିଛନ୍ତି “ତୁମେ ସର୍ବଦା ତୁମ ଅଭିଳାଷକୁ ଅନୁସରଣ କର। ପ୍ରତି ମୁହୂର୍ତ୍ତରେ ଯାହା ତୁମକୁ ଆନ୍ଦୋଳିତ କରୁଛି, ସେଥିରୁ ଅଧିକ ଶିକ୍ଷା ନିଅ। ଆଜି ନାସାରେ ସେ ଯାହା କରିପାରିଛନ୍ତି, ସ୍ବପ୍ନରେ ଭାବି ନ ଥିଲେ। ଅଧ୍ୟୟନ ଓ ଅନ୍ବେଷଣ ଜାରି ରଖିଲେ ତୁମକୁ ମଧ୍ୟ ନିଶ୍ଚୟ ସଫଳତା ମିଳିବ।”

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri