ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…

ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ଭଣଜାଙ୍କୁ ଭଲ ପାଇ ବସିଥିଲେ। ପରେ ଉଭୟ ଘରୁ ପଳାଇ ଯାଇ ବିବାହ କରିଥିବା ଜଣାପଡ଼ିଛି।

ମାମଲାଟି ଗିଦ୍ଧୋର ବ୍ଲକ ରତନପୁର ଟୋଲା ଅଞ୍ଚଳର। ଏଠାରେ ବିବାହର କିଛି ଦିନ ପରେ ଜଣେ ନବ ବିବାହିତା ମହିଳା ତାଙ୍କ ଭଣଜାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପ୍ରାୟତଃ ସେମାନେ ପରସ୍ପରକୁ ଭେଟୁଥିଲେ। ହେଲେ ପରିବାରଲୋକ ସେ ବିଷୟରେ ଜାଣିପାରି ନ ଥିଲେ। ଦିନେ ମହିଳା ତାଙ୍କ ଭଣଜାଙ୍କ ସହ ଫେରାର ହୋଇଯିବା ପରେ ପରିବାରଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ମନନପୁର ଗ୍ରାମର ଜଣେ ଯୁବକ ଡୁମ୍ରୋ ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ କରିଥିଲେ। ବିବାହପରେ ଯୁବକଙ୍କ ଭଣଜା ଚନ୍ଦନ ଶାହା ନିୟମିତ ବ୍ୟବଧାନରେ ମାମୁଁଘରକୁ ଆସୁଥିଲେ। ଏହି ସମୟରେ ମାଇଁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ଧିରେ ଧିରେ କଥା ଆଗକୁ ବଢ଼ିବା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା ପ୍ରକାଶ କରିଥିଲେ। ଏହାପରେ ଉଭୟ ପରସ୍ପର ସହ ଜୀବନ ବିତାଇବାକୁ ସ୍ଥିର କରିଥିଲେ। ସୁଯୋଗ ପାଇବା ମାତ୍ରେ ଅନ୍ୟ ସମ୍ପର୍କକୁ ପଛ କରି ସେମାନେ ଘରୁ ପଳାଇ ବିବାହ କରିନେଇଛନ୍ତି।

ଉଭୟଙ୍କ ବିବାହର ଭିଡିଓର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଭଣଜାଜଣଙ୍କ ତାଙ୍କ ମାଇଁଙ୍କୁ ସିନ୍ଦୁର ଲଗାଉଛନ୍ତି। ପରେ ତାଙ୍କ ମାଇଁ ପାଦ ଛୁଉଁଛନ୍ତି। ଭିଡିଓକୁ ଦେଖି ଲୋକେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri